ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ୱ ଚେସ ଚାମ୍ପିଅନ୍‌ସିପ୍‌: ଆୟୋଜନ ପାଇଁ ଭାରତର ବିଡ୍‌ ଦାଖଲ, ବ୍ୟୟ ଅଟକଳ ୭୧କୋଟି ଟଙ୍କା

ନୂଆଦିଲ୍ଲୀ,୩୦/୦୫: ଭାରତର ଯୁବ ଚେସ ବିସ୍ମୟ ଡି ଗୁକେଶ ଓ ଡିଫେଣ୍ଡିଂ ବିଶ୍ୱ ଚାମ୍ପିଅନ୍‌ ଚୀନ୍‌ର ଡିଙ୍ଗ ଲିରେନଙ୍କ ମଧ୍ୟରେ ଖେଳାଯିବ ବିଶ୍ୱ ଚାମ୍ପିଅନ୍‌ସିପ୍‌ ଟାଇଟଲ ମୁକାବିଲା । ଭାରତ ଏହି ପ୍ରତିଯୋଗିତାର ଆୟୋଜନ ପାଇଁ ବିଡ୍‌ ଦାଖଲ କରିଛି । ଗତ ମାସରେ କ୍ୟାଣ୍ଡିଡେଟ୍ସ ଚେସ ଟାଇଟଲ ଜିତି ଗୁକେଶ ବିଶ୍ୱ ଟାଇଟଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ବିଶ୍ୱର ସର୍ବ କନିଷ୍ଠ ଖେଳାଳି ଭାବେ  ଗୁକେଶ କ୍ୟାଣ୍ଡିଡେଟ୍ସ ଚେସ ଚାମ୍ପିଅନ୍‌ ହୋଇ  ଇତିହାସ ରଚିବା ପରେ ସର୍ବଭାରତୀୟ ଚେସ  ସଙ୍ଘ(ଏଆଇସିଏଫ୍‌) ବିଶ୍ୱ ଟାଇଟଲ ମୁକାବିଲା ଆୟୋଜନ କରିବାକୁ ମନ ବଳାଇଥିଲା ।  

ଚେସ କ୍ୟାଲେଣ୍ଡର ଅନୁଯାୟୀ ନଭେମ୍ବର ୨୦ରୁ  ଡିସେମ୍ବର ୧୫ତାରିଖ ମଧ୍ୟରେ ବିଶ୍ୱ ଚାମ୍ପିଅନ୍‌ସିପ୍‌  ଆୟୋଜନ କରାଯିବ । ବର୍ତ୍ତମାନ ସୁଦ୍ଧା ଏକମାତ୍ର ଦେଶ ଭାବେ  ଭାରତ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ବିଡ୍‌  ଦାଖଲ କରିଛି । ବିଶ୍ୱ ଚେସ ସଙ୍ଘ(ଫିଡେ) ପକ୍ଷରୁ ଚଳିତ ମାସ  ୩୧କୁ ବିଡ୍‌ ଦାଖଲର ଶେଷ ତାରିଖ ଭାବେ ଚୟନ କରାଯାଇଛି ।  ଫିଡେର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏମିଲ ସୁତୋସ୍କି  କହିଛନ୍ତି, ଇତି ମଧ୍ୟରେ କେବଳ ଭାରତ ପ୍ରତିଯୋଗିତା  ଆୟୋଜନ ପାଇଁ ବିଡ୍‌ ଦାଖଲ କରିଛି । ସିଙ୍ଗାପୁର ମଧ୍ୟ  ଆୟେଜନ ଦୌଡରେ ରହିଛି । ମାତ୍ର ବିଡ୍‌ ଦାଖଲ କରିନାହିଁ ।  ଆସନ୍ତା ସପ୍ତାହରେ ଫିଡେ କାଉନ୍‌ସିଲ ବୈଠକ ରହିଛି । ଏହି  ବୈଠକ ଅବସରରେ ଆୟୋଜନ ଅଧିକାର ପ୍ରଦାନ କରାଯିବ ।  

ଫିଡେ ଜାରି କରିଥିବା ନିୟମାବଳୀ ଅନୁଯାୟୀ ଆୟୋଜନ  ଅଧିକାର ପାଇଁ ବ୍ୟୟ ଅଟକଳ ୮୫ଲକ୍ଷ ଡଲାର (ପାଖାପାଖି  ୭୧କୋଟି ଟଙ୍କା) ରଖାଯାଇଛି । ଏହା ବ୍ୟତୀତ ଫେଲିସିଟେସନ  ପାଉଣା ବାବଦରେ ୧.୧ ମିଲିୟନ ଡଲାର(୯କୋଟି ଟଙ୍କା)  ପ୍ରଦାନ କରିବାକୁ ହେବ । ଟୁର୍ଣ୍ଣାମେଣ୍ଟର ସମୟସୀମା  ୨୫ଦିନ ଧାର୍ଯ୍ୟ କରାଯାଇଛି । ଜୁଲାଇ ୧ ତାରିଖ ସୁଦ୍ଧା  ଟୁର୍ଣ୍ଣାମେଣ୍ଟର ଫର୍ମାଟ୍‌ ଘୋଷଣା କରାଯିବ ।  ଟୁର୍ଣ୍ଣାମେଣ୍ଟର ପୁରସ୍କାର ବାବଦରେ ଫିଡେ  ମୋଟ୍‌ ୨୫ଲକ୍ଷ ଡଲାର(୨୦କୋଟି ଟଙ୍କା)  ଖର୍ଚ୍ଚ କରିବ । ଗତ ସିଜନରେ ମୋଟ୍‌ ପୁରସ୍କାର  ରାଶି ଥିଲା ୨୦ଲକ୍ଷ ଡଲାର(୧୭କୋଟି ଟଙ୍କା)  । 

ଏଥର ପୁରସ୍କାର ରାଶି ବୃଦ୍ଧି କରାଯାଇଛି ।  ପୂର୍ବରୁ ଭାରତ ଶେଷ ଥର ପାଇଁ ୨୦୦୦ ଓ ୨୦୧୩  ମସିହାରେ ବିଶ୍ୱ ଚାମ୍ପିଅନ୍‌ସିପ୍‌ ଆୟୋଜନ କରିଥିଲା ।  ମୋଟ ୧୦୦ଜଣ ପ୍ରତିଯୋଗୀ ଏହି ଟୁର୍ଣ୍ଣାମେଣ୍ଟରେ  ଭାଗ ନେଇଥିଲେ । ଭାରତର ପ୍ରସିଦ୍ଧ ଚେସ୍‌ ଖେଳାଳି  ବିଶ୍ୱନାଥନ ଆନନ୍ଦ ଫାଇନାଲରେ ଆଲେକ୍ସି ଶିରୋଭାଙ୍କୁ  ହରାଇ ପ୍ରଥମ କରି ଚାମ୍ପିଅନ୍‌ ହୋଇଥିଲେ । ଆନନ୍ଦ ନିଜ  କ୍ୟାରିୟର ମଧ୍ୟରେ ୫ଥର ବିଶ୍ୱ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ  କରିଛନ୍ତି । ୨୦୧୩ରେ ଆନନ୍ଦଙ୍କୁ ହରାଇ ନରୱେରେ  ମାଗନସ କାର୍ଲସେନ ଟାଇଟଲ ହାସଲ କରିଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.