ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଅଷ୍ଟ୍ରିଆର କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ, ଭାରତ ପାଇଁ ଆଗାମୀ ୧୦୦ ବର୍ଷର ଦୂରଦର୍ଶୀତାକୁ କରିଲେ ପ୍ରକାଶ

ନୂଆଦିଲ୍ଲୀ,୧୧/୦୭: ଭିଏନାରେ ପ୍ରଧାନମନ୍ତ୍ରୀ । ଅଷ୍ଟ୍ରିଆର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ନରେନ୍ଦ୍ର ମୋଦୀ। ଏହି ଅବସରରେ ଉଭୟ ଭାରତ ଏବଂ ଅଷ୍ଟ୍ରିୟାର ଇତିହାସ ଓ ସଂସ୍କୃତି ବିଷୟରେ ଆଲୋଚନା କରିଛନ୍ତି। ଉଭୟ ଦେଶର ସମ୍ପର୍କରେ ବାଣିଜିକ ଏବଂ ସାଂସ୍କୃତିକ ଆଦାନ ପ୍ରଦାନ ଦ୍ୱାରା ହୋଇଥିବା ଲାଭ ଉପରେ ଆଲୋକପାତ କରିଛନ୍ତି । ଅଷ୍ଟ୍ରିଆ ସହ ଭାରତର ସମ୍ପର୍କ ପ୍ରାଚୀନତାକୁ ଦର୍ଶାଇ ଏହାର ବିସ୍ତୃତ ଇତିହାସ ଓ ସଂସ୍କୃତିକୁ ମଧ୍ୟ ବର୍ଣ୍ଣନା କରିଛନ୍ତି ପ୍ରଧାନମନ୍ତ୍ରୀ। 

ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଭାରତ କ’ଣ ଭାବୁଛି ଏବଂ ତାର କାର୍ଯ୍ୟକଳାପ ଉପରେ ସମଗ୍ର ବିଶ୍ୱର ନଜର । ଭାରତ ଯୁଦ୍ଧକୁ ପ୍ରୋତ୍ସାହନ ନଦେଇ ଯୁଗଯୁଗ ଧରି ନିଜର ଜ୍ଞାନ, କୌଶଳ, ଶାନ୍ତି ଏବଂ ସମୃଦ୍ଧିକୁ ପ୍ରୋତ୍ସାହନ ଦେଇଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ସମଗ୍ର ବିଶ୍ୱକୁ ଯୁଦ୍ଧ ପରିବର୍ତ୍ତେ କେବଳ ଶାନ୍ତି ହିଁ ପ୍ରଦାନ କରିଛି। 

ସେ ଭାରତର ଭୂମିକାକୁ ବିଶ୍ୱ ବନ୍ଧୁ ଭାବରେ ଦର୍ଶାଇଛନ୍ତି ଏବଂ ଏକବିଂଶ ଶତାବ୍ଦୀରେ ଏହାକୁ କ୍ରମାଗତ ଭାବରେ ଆଗକୁ ବଢାଇବାକୁ କହିଛନ୍ତି । ଉଭୟ ଦେଶର ସମ୍ପର୍କ କେବଳ ସରକାର ସରକାର ମଧ୍ୟରେ ସୀମିତ ରହିନାହିଁ। ଏଥିରେ ଦେଶବାସୀଙ୍କର ମଧ୍ୟ ସମାନ ଭାବରେ ହସ୍ତକ୍ଷେପ ରହିଛି।

ପ୍ରଧାନମନ୍ତ୍ରୀ ଭାରତର ଭବିଷ୍ୟତ ପାଇଁ ନିଜର ଦୂରଦର୍ଶିତାକୁ ମଧ୍ୟ ପ୍ରକାଶ କରିଛନ୍ତି। ୨୦୪୭ ଅର୍ଥାତ ଭାରତର ୧୦୦ତମ ସ୍ୱାଧିନତା ଦିବସ ସୁଦ୍ଧା ଭାରତ ସମସ୍ତ କ୍ଷେତ୍ରରେ ବିକଶିତ ହେବ ଏବଂ ବିଶ୍ୱର ସର୍ବୋଚ୍ଚ ୩ଟି ଅର୍ଥନୈତିକ ରାଷ୍ଟ୍ରର ତାଲିକାରେ ଭାରତକୁ ରଖିବା ହେଉଛି ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି। ସେଠାରେ ଭାରତୀୟ ସଦସ୍ୟଗଣ  ପ୍ରଧାନମନ୍ତ୍ରୀଙ୍କର ବକ୍ତବ୍ୟ ଶେଷ ହେବା ପରେ ‘ବନ୍ଦେ ମାତରମ୍’ ଏବଂ ‘ଭାରତ ମାତା କି ଜୟ’ ର ଆବୃତ୍ତି କରିଲେ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.