ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

ଭାରତର ଗୋଳା-ବାରୁଦ ୟୁରୋପ ରାସ୍ତା ଦେଇ ପହଁଞ୍ଚୁଛି ୟୁକ୍ରେନ୍, ଋଷ ପ୍ରକାଶ କଲା ଅସନ୍ତୋଷ

ନୂଆଦିଲ୍ଲୀ,୧୯।୯: ଋଷ ଓ ୟୁକ୍ରେନ୍ ଯୁଦ୍ଧକୁ ପ୍ରାୟ ୩ ବର୍ଷ ସମୟ ବିତି ସାରିଛି। ସଂଘର୍ଷ ଥମିବାର ନାଁ ଧରୁନି। ,ଏହା ମଧ୍ୟରେ ଏବେ ଯୁଦ୍ଧକୁ ନେଇ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମନାକୁ ଆସିଛି। ଏହି ରିପୋର୍ଟର ଦାବି କରାଯାଇଛି ଭାରତୀୟ ଅସ୍ତ୍ରଶସ୍ତ୍ର ନିର୍ମାତାଙ୍କ ଦ୍ବାରା ବିକ୍ରି କରାଯାଇଥିବା ତୋପ ଓ ଗୁଳି ୟୁରୋପ ଜରିଆରେ ୟୁକ୍ରେନ୍ ପହଁଞ୍ଚିଥିଲା। ଋଷର ବିରୋଧ ପରେ ଭାର ଏହାର କିଣା ବିକା ରୋକିବା ପାଇଁ ଏପର୍ଯ୍ୟନ୍ତ କୌଣସି ହସ୍ତକ୍ଷେପ କରିପାରି ନାହିଁ। ବହୁ ଭାରତୀୟ ଓ ୟୁରୋପୀୟ ଅଧିକାରୀଙ୍କ ସହ ସୀମା ଶୁଳ୍କ ଡାଟା ଅନୁସାରେ, ଋଷ ବିରୋଧରେ ୟୁକ୍ରେନ୍ ଆକ୍ରମଣ ପାଇଁ ଗୋଳା-ବାରୁଦର ଏହି ସାମଗ୍ରୀ ଆମଦାନୀ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରି ଆସୁଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ପୋକ୍ରୋଓ୍ବସ୍କରେ ଋଷ ଆକ୍ରମଣକୁ ରୋକିବା ପାଇଁ ସଂଘର୍ଷ କରୁଥିବା ୟୁକ୍ରେନ୍ ଗୋଳା-ବାରୁଦର ଖୁବ୍ ଅଭାବ ରହିଛି।  

ଉଲ୍ଲେଖନୀୟ ଯେ, ହତିଆର ଆମଦାନୀକୁ ନେଇ ଭାରତୀୟ ନିୟମ ଅନୁସାରେ, ହତିଆର ବ୍ୟବହାର କେବଳ କିଣିପାରବେ। ଭାରତୀୟ ଅଧିକାରୀମାନେ କହିଛନ୍ତି, ଋଷ ଅତି କମ୍‌ରେ ଦୁଇ ଦୁଇ ଥର ଏହି ପ୍ରସଙ୍ଗକୁ ଉଠାଇଛି। ଜୁଲାଇରେ ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଓ ତାଙ୍କ ଭାରତୀୟ ସମକକ୍ଷଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ପ୍ରସଙ୍ଗ ଉଠାଯାଇଥିଲା। ରଏଟର୍ସର ଏହି ରିପୋର୍ଟ ଜରିଆରେ ପ୍ରଥମ ଥର ଗୋଳା ବାରୁଦର ବିକ୍ରି ସମ୍ପର୍କରେ ଜଣାପଡିଛି। ୟୁକ୍ରେନ୍‌କୁ ଭାରତୀୟ ଗୋଳା-ବାରୁଦ ପଠାଉଥିବା ୟୁରୋପୀୟ ଦେଶ ଇଟାଲି ଓ ଚେକ୍ ଗଣରାଜ୍ୟ ସାମିଲ ରହିଛି। ଏହି ଦେଶ ୟୁକ୍ରେନକୁ ଅସ୍ତ୍ର ଯୋଗାଇବାର କାମ କରୁଛି। 

ଏହି ଘଟଣା ନେଇ ଋଷର ଅଭିଯୋଗ ପରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କୌଣସି ସୂଚନା ଦେଇ ନାହିଁ। ଏହା ପୂର୍ବରୁ ଜାନୁଆରୀରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧିୀର ଜାୟସ୍‌ଓ୍ବାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ୟୁକ୍ରେନ୍‌କୁ ଭାରତ ହତିଆର ପଠାଇ ନାହିଁ କିମ୍ବା ବିକ୍ରି କରିନି। ଯୁଦ୍ଧ ପରେ ୟୁକ୍ରେନ୍‌ ଦ୍ବାରା ଆମଦାନୀ କରାଯାଇଥିବା ହତିଆର ୧%ରୁ କମ୍। ତେବେ ଏପର୍ଯ୍ୟନ୍ତ ଜଣାପଡିନି ଗୋଳା-ବାରୁଦକୁ ୟୁରୋପୀୟ ଗ୍ରାହକମାନେ ୟୁକ୍ରେନ୍‌କୁ ପୁଣିଥରେ ବିକ୍ରି କରିଛନ୍ତି ନା ଦାନ କରିଛନ୍ତି। ଉଲ୍ଲେଖନୀୟ ଯେ, ଭାରତର ଋଷ ସହିତ ଭଲ ସମ୍ପର୍କ ରହିଛି। ଯାହାକି ଦୁଇ ଦଶକ ହେବ ଭାରତକୁ ହତିଆର ଯୋଗାଇ ଆସୁଛି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ବିରୋଧରେ ପାଶ୍ଚାତ୍ୟ ଦେଶ ଉପରେ ଲଗାଇଥିବା କଟକଣାରେ ସାମିଲ ହେବାକୁ ମନା କରି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.