ନୂଆଦିଲ୍ଲୀ,୧୭/୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୪ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ଦେଶ- ବିଦେଶରୁ ଲୋକେ ତାଙ୍କୁ ଶୁଭକାମନା ପଠାଉଛନ୍ତି । କ୍ରିକେଟ ଜଗତ ସହ ଯୋଡ଼ି ହୋଇଥିବା ବହୁ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ ଶୁଭକାମନା ପଠାଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ନେଇ ମହମ୍ମଦ ଶାମୀଙ୍କ ପର୍ଯ୍ୟନ୍ତ ଶୁଭକାମନା ଜଣାଇଛନ୍ତି ।
ଭାରତର ଅଲରାଉଣ୍ଡର ଖେଳାଳୀ ହାର୍ଦ୍ଦିକ ପାଣ୍ଡ୍ୟା ଏକ୍ସରେ ପିଏମ୍ ମୋଦୀଙ୍କ ସହ ହାତ ମିଳାଇଥିବା ଏକ ଫଟୋ ସେୟାର କରିଛନ୍ତି । ସେ କ୍ୟାପଶନରେ ଲେଖିଛନ୍ତି କି ଦେଶର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ବହୁତ ବହୁତ ଶୁଭକାମନା । ଭାରତର ଟି-୨୦ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଲେଖିଛନ୍ତି କି, ବିଶ୍ବରେ ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା । ମୁଁ ଆପଣଙ୍କ ଭଲ ସ୍ବାସ୍ଥ୍ୟ, ଆପଣ ଖୁସିରେ ରୁହନ୍ତୁ ଏବଂ ସଫଳତା ମିଳିବାର କାମନା କରୁଛି । ମୋତେ ଆଶା ଅଛି କି ଆପଣ ବିଶ୍ବରେ ଦେଶକୁ ଶୀର୍ଷରେ ପହଞ୍ଚାଇବେ ।
Wishing our Honourable Prime Minister Shri Narendra Modi ji the best birthday 😊 @narendramodi pic.twitter.com/pBPjYuSAwi
— hardik pandya (@hardikpandya7) September 17, 2024
ଅନ୍ୟପଟେ ମହମ୍ମଦ ଶାମୀଙ୍କୁ ନେଇ ଏହା ଖବର ଅଛି କି ସେ ସମ୍ପୂର୍ଣ୍ଣ ଭାବେ ରିକୋଭର କରୁଛନ୍ତି । କିନ୍ତୁ ତାଙ୍କୁ ପୁନଃର୍ବାର ଆହତ ହେବାକୁ ବଞ୍ଚାଇବା ଲାଗି ବିସିସିଆଇ ତାଙ୍କ ରିଟର୍ଣ୍ଣରେ କୌଣସି ଭୁଲ କରିବାକୁ ଚାହୁଁନାହିଁ । ସେ ଇନଷ୍ଟାଗ୍ରାମ ମାଧ୍ୟମରେ ପିଏମ୍ ମୋଦୀଙ୍କୁ ଜନ୍ମଦିନର ଶୁଭକାମନା ଦେବାକୁ ଯାଇ କହିଛନ୍ତି କି, ମୁଁ ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଉଛି । ଆପଣଙ୍କ ଲିଡରଶିପ ଏବଂ ପ୍ରତିବଦ୍ଧତା ଦେଶକୁ ନୂଆ ଶୀର୍ଷ ପର୍ଯ୍ୟନ୍ତ ନେଇଯିବାର କାମ କରିବ । ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହୁ, ଆପଣ ଖୁସି ରୁହନ୍ତୁ ଏବଂ ସଫଳ ରୁହନ୍ତୁ ।
Heartiest Birthday wishes to the most beloved Prime Minister, and a Global Icon. Wish you abundance of health, happiness, and success @narendramodi sir. May you keep leading our country to greater heights 🙏💫 pic.twitter.com/i9xTJuREXL
— Surya Kumar Yadav (@surya_14kumar) September 17, 2024
ଏହା ବ୍ୟତୀତ ଅକ୍ଷୟ କୁମାରଙ୍କଠାରୁ ନେଇ ରଜନୀକାନ୍ତ, ଅନୁପମ ଖେରଙ୍କ ଭଳି ଭେଟରାନ ଅଭିନେତା ଏବଂ ଚିରାଗ ପାଶଓ୍ବାନଙ୍କ ସମେତ କେତେକ ଅନ୍ୟ ରାଜନେତା ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଶୁଭକାମନା ପଠାଇଛନ୍ତି ।