ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

କୁନି ଝିଅଙ୍କ କମାଲ୍‌, ୱାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର୍‌ ଅଫ୍ ଦି ଇୟରର ରନର୍ ଅପ୍ ଶ୍ରେୟୋଭି

ନୂଆଦିଲ୍ଲୀ ୦୧/୦୯: ଲଣ୍ଡନରେ ପ୍ରାକୃତିକ ଇତିହାସ ସଂଗ୍ରହାଳୟ (NHM) ଦ୍ୱାରା ଆୟୋଜିତ ହୋଇଥିଲା ସମ୍ମାନଜନକ ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଅଫ୍ ଦି ଇୟର ପ୍ରତିଯୋଗିତା। ଏଥିରେ ଜଣେ ନଅ ବର୍ଷର ଭାରତୀୟ ଝିଅକୁ ରନର୍ ଅପ୍ ଘୋଷିତ କରାଯାଇଛି। ଦିଲ୍ଲୀ ନିକଟ ଫରିଦାବାଦର ପଞ୍ଚମ ଶ୍ରେଣୀ ଛାତ୍ରୀ ଶ୍ରେୟୋଭି ମେହେଟ୍ଟା । ରାଜସ୍ଥାନର ଭରତପୁରର କେଓଲାଡେଓ ଜାତୀୟ ଉଦ୍ୟାନର ଜଙ୍ଗଲରେ ନିଜ ବାପାମାଆଙ୍କ ସହ ସକାଳେ ବୁଲିବା ସମୟରେ ଦୁଇଟି ମୟୂରର ଏକ ଚମତ୍କାର ଫଟୋ ଉଠାଇଥିଲେ।

ଶ୍ରେୟୋଭି ତାଙ୍କ ବାପାମାଆଙ୍କ ସହିତ ଜଙ୍ଗଲରେ ବୁଲୁଥିବା ବେଳେ ଦୁଇଟି ମୟୂରକୁ ଦେଖିଥିଲେ। ସେ ତାଙ୍କ ବାପାଙ୍କ ପାଖକୁ ଦୌଡି ଯାଇ କ୍ୟାମେରା ଆଣିଥିଲେ, ତା’ପରେ ଭୂମିରେ ବସି ଫଟୋ ଉଠାଇଥିଲେ। ଯାହା ବର୍ତ୍ତମାନ ସାରା ବିଶ୍ୱରେ ପ୍ରଶଂସିତ ହେଉଛି। "ଇନ୍‌ ଦି ସ୍ପଟ୍ ଲାଇଟ୍" ଶୀର୍ଷକ ଆକର୍ଷଣୀୟ ଏହି ଫଟୋରେ ଗଛ ତଳେ ଏକ ଯୁଗଳ ମୟୂର ବସିଥିବାର ଦେଖାଯାଇଛି।




ଶ୍ରେୟୋଭିଙ୍କୁ ବନ୍ୟଜନ୍ତୁ ଫଟୋଗ୍ରାଫିରେ ସମ୍ମାନଜନକ ପୁରସ୍କାରର ୬୦ ତମ ସଂସ୍କରଣର "୧୦ ବର୍ଷ ଏବଂ ତାହା ଠାରୁ କମ୍‌" ବର୍ଗରେ ରନର୍ ଅପ୍ ଘୋଷିତ କରାଯାଇଛି। ତାଙ୍କ ଫଟୋ ୧୧୭ ଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ସମସ୍ତ ପ୍ରତିଯୋଗୀଙ୍କ ଠାରୁ ନିଆଯାଇଥିବା ପ୍ରାୟ ୬୦,୦୦୦ ଫଟୋ ମଧ୍ୟରୁ ଗୋଟିଏ ଥିଲା ।

ଶ୍ରେୟୋଭି ବାପା ବି ଜଣେ ଫଟୋଗ୍ରାଫର । ସେ ତାଙ୍କ ବାପା-ମା କାହିନୀ ଘୋଷ ଏବଂ ଶିବଙ୍ଗ ମେହେଟ୍ଟାଙ୍କୁ ଇନଷ୍ଟାଗ୍ରାମରେ ଧନ୍ୟବାଦ ଜଣାଇ ଲେଖିଛନ୍ତି, ‘ମୋର ହୃଦୟ ଖୁସି ଏବଂ କୃତଜ୍ଞତା ଭରି ରହିଛି’। ଏଥିସହିତ ସେ ସେହି ବାପାମାଙ୍କୁ ପ୍ରଶଂସା କରିଛନ୍ତି ଯେଉଁମାନେ ନିଜ ଝିଅମାନଙ୍କୁ ସେମାନଙ୍କର ସ୍ୱପ୍ନକୁ ସାକାର କରିବାକୁ ଉତ୍ସାହିତ କରୁଛନ୍ତି । ତେବେ ବନ୍ୟଜନ୍ତୁ ଫଟୋଗ୍ରାଫିରେ ଶ୍ରେୟୋଭିଙ୍କର ବଡ଼ ଲକ୍ଷ୍ୟ ହେଉଛି ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଅଫ୍ ଦି ଇୟର ପ୍ରତିଯୋଗିତା ପରି ଏକ ବଡ ପ୍ଲାଟଫର୍ମରେ ଭାରତର ଜାତୀୟ ପଶୁ ବାଘକୁ ସ୍ୱୀକୃତି ଦେବା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.