ପ୍ରମୁଖ ଖବର
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

‘ବାଇଜୁ’ର ଆକାଉଣ୍ଟକୁ ଯାଞ୍ଚ କରିବା ନେଇ ସରକାରଙ୍କ ନିର୍ଦ୍ଦେଶ, ୬ ସପ୍ତାହ ଭିତରେ ମାଗିଲେ ରିପୋର୍ଟ

ନୂଆଦିଲ୍ଲୀ,୧୧।୭: ଭାରତ ସରକାର ଏଜୁକେସନ୍ ଟେକ୍ନୋଲୋଜି ସେକ୍ଟରର ଷ୍ଟାର୍ଟଅପ୍ କମ୍ପାନୀ ‘ବାଇଜୁ’ର ବହି ଖାତା(ଆକାଉଣ୍ଟ ବୁକ୍‌)ର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାସ କମ୍ପାନୀର ଅଡିଟରଙ୍କ ସହିତ ବୋର୍ଡର ୩ ଜଣ ସଦସ୍ୟ ମଧ୍ୟ ଇସ୍ତଫା ଦେଇଥିଲେ। ଏହାପରେ କମ୍ପାନୀର ପରଫରମାନ୍ସ ଓ ଅନ୍ୟ କଥାକୁ ନେଇ ବିଭିନ୍ନ ପ୍ରକାର ଖବର ସାମନାକୁ ଆସିଥିଲା।

ସୁତ୍ରରୁ ମିଳିଥିବା ଖବର ଅନୁସାରେ, କମ୍ପାନୀ ମାମଲାର ମନ୍ତ୍ରଣାଳୟ ଏହି ମାମଲାରେ ୬ ସପ୍ତାହ ଭିତରେ ରିପୋର୍ଟ ମାଗିଛି। ଏହାର ଯାଞ୍ଚ ଆଧାରରେ ଆଭ୍ୟନ୍ତରୀଣ ସ୍ତରରେ କମ୍ପାନୀର ମୂଲ୍ୟାଙ୍କନ କରାଯିବ। ଯାଞ୍ଚର ଫଳାଫଳ ଆଧାରରେ ସରକାର ଏହା ଧାର୍ଯ୍ୟ କରିବେ ଯେ, ଏହି ମାମଲାକୁ ସିରିୟସ୍ ଫ୍ରଡ୍ ଇନଭେଷ୍ଟିଗେସନ୍‌ ଅଫିସ(ଏସଏଫ୍‌ଆଇଓ)କୁ ଦିଆଯିବ କି ନାହିଁ।

ଉଲ୍ଲେଖନୀୟ ଯେ, କରୋନା ମହାମାରୀ ଲକ୍‌ଡାଉନ୍‌ ବେଳେ ଛାତ୍ରଙ୍କ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ଯିବା ବନ୍ଦ ହୋଇଯାଇଥିଲା। ଏହି ସମୟରେ ‘ବାଇଜୁ’ ର ବିଜନେସ୍‌ ଖୁବ୍ ବଢିଛି। ଏହି ସମୟରେ ‘ବାଇଜୁ’ ଦ୍ରୁତ ଗତିରେ ନିଜର ବ୍ୟବସାୟକୁ ବିସ୍ତାର କରିବା ପାଇଁ ବହୁ ଷ୍ଟାର୍ଟଅପ୍‌ ଆରମ୍ଭ କରିଛି। କମ୍ପାନୀ ଆକାଶ ଇନଷ୍ଟିଚ୍ୟୁଟ୍‌, ଆଇ ରୋବଟ୍‌ ଟ୍ୟୁଟର, ହେଶଲର୍ନ, ହ୍ବାଇଟ ଜୁନିଅର ଓ ଟପର ଭଳି ବହୁ କମ୍ପାନୀର ଅଧିଗ୍ରହଣ ମଧ୍ୟ କରିଛି। ସେ ନିଜର କର୍ମଚାରୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି କରିଛି। ତେବେ କରୋନା ମହାମାରୀ ଶେଷ ହେବାମାତ୍ରେ ‘ବାଇଜୁ’ର ସମସ୍ୟା ଆରମ୍ଭ ହୋଇଯାଇଥିଲା।

ଉଲ୍ଳେଖନୀୟ ଯେ, ‘ବାୟଜୁ’ ଅଲଗା ଅଲଗା ସ୍ତରରେ ସଙ୍କଟର ସାମନା କରୁଛି। କମ୍ପାନୀର ତିନି ନିର୍ଦ୍ଦେଶକ-ପିକ୍ ଏକ୍ସ ଭି ପାର୍ଟନର୍ସ(ସିକୋଇୟା କ୍ୟାପିଟାଲ ଇଣ୍ଡିଆ) ଜିବି ଶଙ୍କର, ପ୍ରୋସସର ରସେଲ ଡ୍ରେସନଷ୍ଟକ୍ ଓ ଚେନ୍ ଜୁକରବର୍ଗ ଇନିଶିଏଟିଭ କେ ଭିଭିୟ ବୃ ବାୟଜୁର ବୋର୍ଡରୁ ଇସ୍ତଫା ଦେଇଥିଲେ। ସେ ସଂସ୍ଥାପକ ରବିନ୍ଦ୍ରମ ସହିତ ମତଭେଦ ନେଇ କହିଛନ୍ତି। ସେଭଳି ବାୟଜୁର ଅଡିଟର ଡେଲାଇଟ୍ ମଧ୍ୟ କମ୍ପାନୀର ସାଥ୍ ଛାଡି ଦେଇଛନ୍ତି। ‘ବାୟଜୁ’ ଏବେ କର୍ପୋରେଟ୍‌ ପ୍ରଶାସନର ପ୍ରସଙ୍ଗ ଉପରେ ବିରେଧକୁ କମ୍ କରିବା ପାଇଁ ଏକ ବୋର୍ଡ ପରାମର୍ଶଦାତା କମିଟି(ବିଏସି) ସ୍ଥାପିତ କରିବାର ନିଷ୍ପତ୍ତି ନେଇଛି। ଉଲ୍ଲେଖନୀୟ ଯେ, ବାଇଜୁ ନିଜର ଭେଞ୍ଚର ଆକାଶ ଏଜୁକେସନାଲ ସର୍ଭିସେସ୍‌କୁ ଆଇପିଓ ଜରିଆରେ ସେୟାର ବଜାରରେ ଲିଷ୍ଟିଂର ମଧ୍ୟ ଯୋଜନା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.