ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ସମୁଦ୍ରରେ ଭାରତୀୟ ନୌସେନାର ପରାକ୍ରମ; ୪୦ ଘଣ୍ଟାର ଅପରେସନ୍‌ ପରେ ଗିରଫ ହେଲେ ୩୫ ଜଳଦସ୍ୟୁ

ନୂଆଦିଲ୍ଲୀ,୨୩/୦୩: ସମୁଦ୍ରରେ ଭାରତୀୟ ନୌସେନା ପୁଣିଥରେ ନିଜର ପରାକ୍ରମ ଦେଖାଇଛି। ସୋମାଲିରେ ଜଳଦସ୍ୟୁଙ୍କ ବିରୁଦ୍ଧରେ ୪୦ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ଅପରେସନ ପରେ ଭାରତୀୟ ନୌସେନା ଏକ ବଡ଼ ସଫଳତା ହାସଲ କରିଛି। ଏହି ସଫଳତାର ପୂରା ଶ୍ରେୟ ଓ୍ବାରସିପ୍‌ ଓ୍ବାରସିପ୍‌ ଆଇଏନ୍‌ଏସ୍‌ କୋଲକାତାକୁ ଯାଉଛି। ଶନିବାର ଅର୍ଥାତ୍‌ ୧୬ ମାର୍ଚ୍ଚ ୨୦୨୪ରେ ଆରବ ସାଗରରେ ୩୫ ସୋମାଲୀୟ ଜଳଦସ୍ୟୁଙ୍କୁ ଗିରଫ କରାଯାଇଥିଲା। 

ଏମାନେ ଗତ ତିନି ମାସ ହେବ ଏକ ମାଲବାହୀ ଜାହାଜକୁ ନିଜ ଅକ୍ତିଆରରେ ରଖିଥିଲେ। ଦୀର୍ଘ ସମୟ ଏହି ସାମୁଦ୍ରିକ ଅପରେସନ୍‌ ପରେ ଶେଷରେ ଜଳଦସ୍ୟୁ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲେ। ତେବେ ୧୭ ଜଣିଆ ଚାଳକ ଦଳ ବିନା କୌଣସି ଆଘାତ ପ୍ରତିଘାତରେ ଉଦ୍ଧାର ହୋଇଥିଲେ। ବର୍ତ୍ତମାନ ଖବର ରହିଛି ଯେ, ଡକାୟତମାନଙ୍କୁ ଗିରଫ କରିବା ପରେ ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ କୋଲକାତା ବର୍ତ୍ତମାନ ମୁମ୍ବାଇରେ ପହଞ୍ଚିଛି। 

ଗତ ବର୍ଷ ଡିସେମ୍ବର ୧୪ ରେ ସୋମାଲି ଜଳଦସ୍ୟୁ ମାନଙ୍କ ଦ୍ୱାରା ଏମ୍‌ଭି ରୁଆନ୍‌କୁ ଅପହରଣ କରାଯାଇଥିଲା। ଆଇଏନ୍‌ଏସ୍ କୋଲକାତା ଜାହାଜରୁ ଲଞ୍ଚ କରାଯାଇଥିବା ଡ୍ରୋନ୍‌ ମାଧ୍ୟମରେ ଏମ୍‌ଭି ରୁଆନ,ଦ୍ବାରା ସଶସ୍ତ୍ର ଜଳଦସ୍ୟୁଙ୍କ ଲୋକେସନ୍‌ର ପତ୍ତା ଲଗାଇବରେ ସଫଳ ହୋଇଥିଲା। ଜଳଦସ୍ୟୁମାନେ ଡ୍ରୋନ୍‌ ଖସାଇଦେଇଥିବା ବେଳେଭାରତୀୟ ନୌସେନା ଉପରେ ପାଲଟା ଆକ୍ରମଣ କରିଥିଲେ। ଆଇଏନ୍‌ଏସ୍‌ କୋଲକାତା ଜାହାଜର ଷ୍ଟିୟରିଂ ସିଷ୍ଟମ୍‌ ଓ ନାଭିଗେସନ୍‌କୁ ଅଚଳ କରିଦେଇଥିଲେ। ଫଳରେ ଜଳଦସ୍ୟୁମାନେ ଜାହାଜକୁ ରୋକିବାକୁ ବାଧ୍ୟ ହୋଇଥିଲେ। 

ଆଇଏନ୍‌ଏସ୍‌ କୋଲକାତା ଜଳଦସ୍ୟୁଙ୍କ ଜାହାଜ ରୁଏନ୍‌କୁ ଭାରତ ଉପକୂଳରୁ ପାଖାପାଖି ୨୬୦୦ କିଲୋମିଟର ଦୂରରେ ଅଟକାଇଥିଲେ ଏବଂ ଆଇଏନ୍‌ଏସ୍‌ ସୁଭଦ୍ରା,ହେଲ୍‌ ଆର୍‌ପିଏ, ପି୮ ଆଇ ସମୁଦ୍ର ଶକ୍ତି ବିମାନ ଏବଂ ମାର୍କୋସ ଜଳଦସ୍ୟୁଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଏହି କାର୍ଯ୍ୟାନୁଷ୍ଠାନକୁ ଦେଖି ଆପେ ଜାହାଜ ଛାଡ଼ି ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲେ ଜଳଦସ୍ୟୁ। ତେବେ ସେହି ଜାହାଜରୁ ଅବୈଧ ଅସ୍ତ୍ର, ଗୋଳାବାରୁଦ ଏବଂ ଅନେକ ଆପତ୍ତିଜନକ ବସ୍ତୁ ଜବତ ହୋଇଥିଲା। 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.