ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସପ୍ତାହର ଶେଷ ଦିନରେ ସେୟାର ବଜାରକୁ ଫେରିଲା ବୃଦ୍ଧି; ସେନ୍‌ସେକ୍ସ ୭୩,୦୦୦ ଓ ନିଫ୍ଟି ୨୨,୦୦୦ ପାର୍‌ ବନ୍ଦ

Image source: ABP

ନୂଆଦିଲ୍ଲୀ,୧୯/୦୪: ସପ୍ତାହର ଶେଷ ବ୍ୟବସାୟୀକ ଦିନରେ ଭାରତୀୟ ସେୟାର ବୃଦ୍ଧି ସହିତ ବନ୍ଦ ହୋଇଛି। ସେନ୍ସେକ୍ସ ୭୩,୦୦୦ ରୁ ଅଧିକ ଏବଂ ନିଫ୍ଟି ୨୨,୦୦୦ ରୁ ଅଧିକରେ ସଫଳତାର ସହିତ ବନ୍ଦ ହୋଇଛି। ସକାଳେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଥିବା ଖବର ଆସିବା ମାତ୍ରେ ଏହି ଖବର ହେତୁ ଭାରତୀୟ ବଜାର ଏକ ବଡ଼ ଧରଣର ପତନ ସହିତ ଖୋଲିଥିଲା। କିନ୍ତୁ ଦିନର କାରବାର ଅଗ୍ରଗତି କଲାବେଳେ ବ୍ୟାଙ୍କିଙ୍ଗ ସେୟାରରେ କ୍ରୟ ହେତୁ ଭାରତୀୟ ବଜାର ଏକ ଦୃଢ଼ ସ୍ଥିତିକୁ ଫେରିଥିଲା। ଆଜିର ବ୍ୟବସାୟ ଶେଷରେ, ବିଏସ୍‌ଇ ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି ସହିତ ୭୩,୦୮୮ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନିଫ୍ଟି ୧୫୧ ପଏଣ୍ଟ ଲମ୍ପ ସହିତ ୨୨,୧୪୭ ପଏଣ୍ଟରେ ବନ୍ଦ ହୋଇଯାଇଛି।

ମାର୍କେଟ କ୍ୟାପ୍‌ରେ ବୃଦ୍ଧି:

ଭାରତୀୟ ସେୟାର ବଜାରକୁ ଫେରି‌ଥିବା ଏହି ଅବିବୃଦ୍ଧି ଯୋଗୁ ମାର୍କେଟ କ୍ୟାପିଟାଲାଇଜେସନ୍‌ ଅର୍ଥାତ୍‌ ବଜାରପୁଞ୍ଜିରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ବିଏସ୍‌ଇ ଉପରେ ସଦ୍ୟ ସେୟାରର ମାର୍କେଟ କ୍ୟାପ୍‌ ୩୯୩.୪୭ ଲକ୍ଷ କୋଟିରେ ବନ୍ଦ ହୋଇଥିବା ବେଳେ ଏହା ଗତ ସପ୍ତାହରେ ୩୯୨.୮୯ ଲକ୍ଷ କୋଟି ଟଙ୍କା ‌ଥିଲା। ଆଜିର ଟ୍ରେଡିଂ ଟାଇମ୍‌ରେ ମାର୍କେଟ କ୍ୟାପ୍‌ରେ ୫୮,୦୦୦ କୋଟି ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି।  

ସେକ୍ଟରର ଅବସ୍ଥା: 

ନିଫ୍ଟି ବ୍ୟାଙ୍କରେ ୫୦୦ ରୁ ଅଧିକ ଅଙ୍କ ବୃଦ୍ଧି ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଅଟୋ, ଏଫଏମସିଜି, ମେଟାଲ, ଇନଫ୍ରା, କଞ୍ଜୁମରଡୁରେବଲ୍ସ ସେକ୍ଟର ସହିତ ଜଡ଼ିତ ଷ୍ଟକଗୁଡ଼ିକ ଦୃତ ବୃଦ୍ଧି ସହିତ ବନ୍ଦ ହୋଇଥିଲା। ସ୍ୱାସ୍ଥ୍ୟସେବା, ତୈଳ ଏବଂ ଗ୍ୟାସ୍, ରିଏଲ୍ ଇଷ୍ଟେଟ୍ ମିଡିଆ, ଏନର୍ଜି ଫାର୍ମା ଏବଂ ଆଇଜି ଅଂଶଧନ କ୍ଷତି ସହ ବନ୍ଦ ହୋଇଛି। ବଜାରରେ ପୁନର୍ବାର ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ମିଡ୍‌କାପ୍ ଏବଂ ସ୍ମଲ୍‌ କ୍ୟାପ୍ ଷ୍ଟକ୍ ଲାଲ ସଂକେତରେ ବନ୍ଦ ହୋଇଥିଲା।

You can also read: ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ହିଂସାର ଇତିହାସ...



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.