ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୨୦୨୬ ଅଗଷ୍ଟରେ ଗଡ଼ିପାରେ ଦେଶର ପ୍ରଥମ ବୁଲେଟ ଟ୍ରେନ୍

ନୂଆଦିଲ୍ଲୀ, ୨୨।୫: ୨୦୨୬ ଅଗଷ୍ଟ ପୂର୍ବରୁ ଗଡ଼ିପାରେ ଦେଶର ପ୍ରଥମ ବୁଲେଟ ଟ୍ରେନ । ଦେଶର ଏହି ଦ୍ରୁତଗାମୀ ରେଳ କରିଡରକୁ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ବିକଶିତ କରାଯାଉଛି । ଜାପାନଭିତ୍ତିକ ହିତାଚି ଏବଂ କାୱାସାକି ଭାରତକୁ ବୁଲେଟ ଟ୍ରେନ ଯୋଗାଇବା ଲାଗି ଚୁକ୍ତିରେ ସାମିଲ ହୋଇଛନ୍ତି । ନ୍ୟାସନାଲ ହାଇସ୍ପିଡ ରେଲ କର୍ପୋରେସନ ମୁମ୍ବାଇ-ଅହମ୍ମଦାବାଦ ପ୍ରକଳ୍ପ ପାଇଁ ୧୮ ଟ୍ରେନ କିଣିବ । ଏଥିରେ ପ୍ରତ୍ୟେକ ଟ୍ରେନରେ ୧୦ଟି କୋଚ୍‌ ରହିବ । ଯେଉଁଥିରେ ୬୯୦ ଲୋକ ଯାତ୍ରା କରିପାରିବେ । 

ଭାରତ ବଜାରର ଆବଶ୍ୟକତା ଭିତ୍ତିରେ ଏହି ଟ୍ରେନଗୁଡିକୁ ପ୍ରସ୍ତୁତ କରାଯିବ । ଟ୍ରେନଗୁଡ଼ିକ ଘଣ୍ଟା ପ୍ରତି ୩୨୦ କିମି ବେଗରେ ଯାତ୍ରା କରିବାକୁ ସକ୍ଷମ ହେବ । ୫୦୮ କିମି ଦୂରତ୍ୱ ବିଶିଷ୍ଟ ଏହି ପ୍ରକଳ୍ପକୁ ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବୁଲେଟ ଟ୍ରେନ ଆରମ୍ଭ ହେଲେ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଦୂରତ୍ୱକୁ ମାତ୍ର ସାଢ଼େ ୩ ଘଣ୍ଟାରେ ପୂରଣ କରାଯାଇପାରିବ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.