ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି, ସିଂହଦ୍ୱାରରେ ଇନ୍ଦ୍ର ହାତୀ ପ୍ରସ୍ତାବ ସମ୍ପନ୍ନ

ପୁରୀ,୧୯/୦୯: ଭାଦ୍ରବ ପୂର୍ଣ୍ଣିମା ବୁଧବାର ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି  ଅନୁଷ୍ଠିତ ହୋଇଛି । ଠାକୁରଙ୍କ ସନ୍ଧ୍ୟା ଆଳତି ସରିବା  ପରେ ଏହି ସ୍ୱତନ୍ତ୍ର ନୀତି ବଢିଥିଲା । ଶ୍ରୀବିଗ୍ରହଙ୍କ  ସନ୍ଧ୍ୟା ଆଳତି ବେଳେ ମହାପ୍ରଭୁଙ୍କୁ  ଆଜ୍ଞାମାଳ ଲାଗି ହୋଇଥିଲା । ଦକ୍ଷିଣ ଘର ଭୋଗ ସରିବା ପରେ ଶ୍ରୀଦୋଳଗୋବିନ୍ଦଙ୍କୁ  ମହାଜନମାନେ ସିଂହାସନରେ ବିଜେ  କରାଇଥିଲେ । ପୂଜାପଣ୍ଡା ସାଆନ୍ତ ଆଜ୍ଞାମାଳ  ଦେବା ପରେ ଶ୍ରୀଦୋଳଗୋବିନ୍ଦଙ୍କୁ ବଟମୂଳେ  ଥିବା ପାଲିଙ୍କିରେ ବିଜେ କରାଗଲା । ବିମାନବଡ଼ୁ  ସେବକମାନେ ଘଣ୍ଟଘଣ୍ଟା, କାହାଳୀ ସହ ପାଲିଙ୍କି ନେଇ ସିଂହଦ୍ୱାର ପାଶ୍ୱର୍ରେ ପହଞ୍ଚିଥିଲେ । ଠାକୁରଙ୍କୁ  ଶୀତଳ ଭୋଗ ଅର୍ପଣ ପରେ ଇନ୍ଦ୍ର, ଚନ୍ଦ୍ର ଓ  ଗୋବିନ୍ଦଙ୍କୁ ବନ୍ଦାପନା କରାଯାଇଥିଲା । ହରଚଣ୍ଡୀ  ସାହିରୁ ଇନ୍ଦ୍ର ହାତୀ ବାହାରି ସିଂହଦ୍ୱାରେ  ପହଞ୍ଚିଥିଲା । ଦୁଇଜଣ ବେଶଧାରୀ ଇନ୍ଦ୍ର  ଓ ଚନ୍ଦ୍ର ରହିଥାନ୍ତି । ସେଠାରେ ଇନ୍ଦ୍ର  ହାତୀ ପ୍ରସ୍ତାବ ହୋଇଥିଲା । ଏହାପରେ  ଶ୍ରୀଦୋଳଗୋବିନ୍ଦ ବଡ଼ଦେଉଳକୁ ବାହୁଡ଼ା ବିଜେ  କରିଥିଲେ । ଦର୍ଶନାର୍ଥୀମାନେ ଠାକୁରଙ୍କ ଏହି ଦିବ୍ୟ  ନୀତି ଦେଖିବାର ସୌଭାଗ୍ୟ ଲଭିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.