ନୂଆଦିଲ୍ଲୀ ୦୪/୦୫: ୧୯୯୮ ମସିହା, ଡିସେମ୍ବର ୨ ତାରିଖରେ ଅଷ୍ଟ୍ରେଲିଆରେ ଏକ ଜଙ୍ଗଲରେ ଅଗ୍ନିକାଣ୍ଡ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିଲା । ଲିନ୍ଟନ୍ର ଅଗ୍ନିଶମ କର୍ମଚାରୀମାନେ ଏକ ବିଶାଳ ବୁଦାରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ସମସ୍ତ ଚେଷ୍ଟା ଚଳାଇଥିଲେ । କିନ୍ତୁ ୫ ଜଣ କର୍ମଚାରୀ ସେହି ଅଗ୍ନିଶିଖାରେ ପ୍ରାଣ ହରାଇଲେ । ସେମାନଙ୍କୁ ସମ୍ମାନ ଜଣାଇ ପ୍ରତି ବର୍ଷ ଅନ୍ତର୍ଜାତୀୟ ଅଗ୍ନିଶମ କର୍ମଚାରୀ ଦିବସ ପାଳନ ନିମନ୍ତେ ଘୋଷଣା ହେଲା ।
୧୯୯୯ ମସିହା, ଜାନୁଆରୀ ୪ ତାରିଖରେ ବିଶ୍ୱକୁ ଏ ନେଇ ଏକ ପ୍ରସ୍ତାବ ଦେବା ପରେ ପ୍ରତି ବର୍ଷ ମେ ୪ ତାରିଖରେ ବିଶ୍ୱସ୍ତରରେ ପାଳିତ ହେଉଛି ଅନ୍ତର୍ଜାତୀୟ ଅଗ୍ନିଶମ କର୍ମଚାରୀ ଦିବସ । ଲୋକଙ୍କ ଜୀବନ ଓ ଧନ ସମ୍ପତ୍ତି ରକ୍ଷା କରିବାକୁ ଯାଇ ପ୍ରତିଦିନ ଜୀବନକୁ ବାଜି ଲଗାଉଥିବା ଅଗ୍ନିଶମ କର୍ମଚାରୀଙ୍କ ସମ୍ମାନରେ ଏହି ଦିନ ଉତ୍ସର୍ଗ କରାଯାଇଛି ।