ନୂଆଦିଲ୍ଲୀ,୩୧।୮: ଚୀନ୍ ସହ ଭାରତର ସମ୍ପର୍କ ଦିନକୁ ଦିନ ଜଟିଳ ହେଉଛି। ଏନେଇ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଭାରତ ଏଭଳି ଏକମାତ୍ର ଦେଶ ନୁହେଁ,ଯାହାକି ଚୀନ୍ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛି। ଆମ ଭଳି ଅନ୍ୟଦେଶମାନେ ମଧ୍ୟ ଚୀନ୍ ଯୋଗୁଁ ସମସ୍ୟାରେ ପଡୁଛନ୍ତି। ଆମ ପାଇଁ ସୀମାରେ ଚୀନ୍ ଏକ ଜଟିଳ ସମସ୍ୟା ପାଲଟିଛି। ହେଲେ ୟୁରୋପ ଏବଂ ଆମେରିକା ଭଳି ପ୍ରମୁଖ ଆର୍ଥିକ ରାଷ୍ଟ୍ର ମଧ୍ୟ ଚୀନ୍ ପ୍ରତି ଖୁବ୍ ସଜାଗ ଅଛନ୍ତି। ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜୟଶଙ୍କର କହିଛନ୍ତି ଚୀନ୍ ସହ ଭାରତର ନିବେଶ ନେଇ ସମୀକ୍ଷ ନେବା ଦରକାର।’
ଜୟଶଙ୍କର ଏହା ମଧ୍ୟ କହିଛନ୍ତି, ଭାରତର ସମସ୍ୟା ଚୀନ୍ ସହିତ ସ୍ବତନ୍ତ୍ର, ଯାହାକି ବିଶ୍ବସ୍ତରୀୟ ଚିନ୍ତାଠାରୁ ବି ଅଧିକ। ଦଶକ ପୂର୍ବେ ଦୁନିଆ ଚୀନ୍ର ସମସ୍ୟାକୁ ଅଣଦେଖା କରୁଥିଲା। ଏବେ ସବୁ ଦେଶକୁ ସମସ୍ୟାର ସାମନା କରିବାକୁ ପଡୁଛି। ଭାରତକୁ ଚୀନ୍ ସହ ଏକ ସ୍ବତନ୍ତ୍ର ସମସ୍ୟା ରହିଛି, ଯାହାକି ସବୁଠାରୁ ଅଲଗା। ଭାରତକୁ ଚୀନ୍ଠାରୁ ସାବଧାନ ରହିବା ଦରକାର।
ଚୀନ୍ର ନିବେଶ ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଜୟଶଙ୍କର। ସେ କହିଛନ୍ତି, ସରକାରଙ୍କ ଏହି ସ୍ଥିତି କେବେ ରହିନି ଯେ, ଆମେ ଚୀନ ସହ ବାଣିଜ୍ୟ କରିବାକୁ ଚାହୁଁନୁ। କିନ୍ତୁ ଏହି ମାମଲାରେ ସବୁ ଦିଗକୁ ଧ୍ୟାନରେ ରଖାଯିବା ଦରକାର। କାରଣ ବର୍ତ୍ତମାନ ଭାରତ ଓ ଚୀନ୍ର ସମ୍ପର୍କକୁ ଦେଖି ସାବଧାନ ରହିବା ଦରକାର। କେବଳ ଚୀନ୍ ହିଁ ନୁହେଁ ବଂର ବିଦେଶୀ ପୁଞ୍ଜିନିବେଶ ଉପରେ ଭାରତ ସନ୍ତୁଳିତ ଦୃଷ୍ଟିକୋଣ ଗ୍ରହଣ କରିବା ଦରକାର। ମୁଁ ନିବେଶ ଓ ବିକାଶର ପକ୍ଷରେ ଅଛନ୍ତି କିନ୍ତୁ ଏକ ସନ୍ତୁଳନ ରହିବା ଦରକାର।’