ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

କାହିଁକି ଷ୍ଟେନଲେସ୍ ଷ୍ଟିଲ୍ ବଦଳରେ ଫୋନରେ ଟାଇଟେନିୟମ ବ୍ୟବହାର କରିବ ଆପଲ୍, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ ୧୧/୯: ୧୨ ସେପ୍ଟେମ୍ବରରେ iPhone 15 ସିରିଜକୁ ଗ୍ଲୋବାଲି ଲଞ୍ଚ୍ କରିଦିଆଯିବ । ଏହି ସିରିଜରେ ସମୁଦାୟ  ୪ଟି ମଡେଲ୍ସ ରହିଛି । କହିରଖୁଛୁ ଏଥର ଆଇଫୋନ୍ ୧୫ ପ୍ରୋ ଷ୍ଟେନଲେସ୍ ଷ୍ଟିଲ୍ ବଦଳରେ ଟାଇଟେନିୟମ ଫ୍ରେମ୍ ସହିତ ଆସିବ । ଟାଇଟେନିୟମ ଫ୍ରେମ୍ ବଦଳରେ ଫୋନର କଷ୍ଟ ବଢିଯିବ କିନ୍ତୁ ଏହା ସହିତ ଅନେକ ଫାଇଦା ମଧ୍ୟ ମିଳିବ ଯାହା ସମ୍ପର୍କରେ ଆପଣ ହୁଏତ ଜାଣିନଥିବେ । ଟାଇଟେନିୟମର ଏକ ସାଧାରଣ ବ୍ୟବହାର ଯାହା ଆପଣ ଜାଣିଥିବେ । ଏହା ଏକ ମଜଭୁତ ଧାତୁ । ତେବେ ଆଇଫୋନ୍ ୧୫ ପ୍ରୋରେ ଏହାକୁ ଅଫର କରିବାର ଅନେକ ଫାଇଦା ଅଛି । ଆସନ୍ତୁ ଜାଣିବା...

 

ଯଦି ଟାଇଟେନିୟମର ତୁଳନା ଷ୍ଟେନଲେସ୍ ଷ୍ଟିଲ୍ ଫ୍ରେମ୍ ସହିତ କରାଯାଏ ଯାହା କି ଆଇଫୋନ୍ ୧୪ ପ୍ରୋ ସିରିଜ ପର୍ଯ୍ୟନ୍ତ ଅଫର କରାଯାଇଛି । ଏହା ଫଳରେ ଫୋନ୍ ଅଧିକ ମଜଭୁତ ହୋଇଯିବ ଏବଂ ଏହା ଫୋନକୁ ଡ୍ୟାମେଜରୁ ରକ୍ଷା କରିବ । ତେବେ ଟାଇଟେନିୟମ୍ ଏମିତି ଏକ ଧାତୁ ଶାହା ସାମାନ୍ୟ ମହଙ୍ଗା । ଏହା ସତ୍ତ୍ୱେ କମ୍ପାନୀ ନିଜ ଫୋନରେ ଏହାକୁ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନେଇଛି । 

 

ହାଲୁକା

ଷ୍ଟେନଲେସ୍ ଷ୍ଟିଲ୍ ଏବଂ ଟାଇଟେନିୟମ ଫ୍ରେମ କଥା କହିବା ତ ଉଭୟଙ୍କ ଓଜନ ମଧ୍ୟରେ ବହୁତ ଫରକ । ଷ୍ଟେନଲେସ୍ ଷ୍ଟିଲ୍ ସାମାନ୍ୟ ଓଜନିଆ କିନ୍ତୁ ଟାଇଟେନିୟମ ଫ୍ରେମ୍ ହାଲୁକା । ଏହା ଫୋନକୁ ହାଲୁକା ରଖିବାରେ ସାହାଯ୍ୟ କରିବ । ଅର୍ଥାତ୍ ଏଣିକି ଆଇଫୋନ୍ ହାଲୁକା ହେବା ସହ ମଜଭୁତ ହେବ । 

ଡ୍ୟାମେଜ୍ ପ୍ରୁଫ୍

କହିରଖୁଛୁ ଷ୍ଟେନଲେସ୍ ଷ୍ଟିଲ୍ ତୁଳନାରେ ଟାଇଟେନିୟମ ଫ୍ରେମ୍ ଅଧିକ ମଜଭୁତ ଧାତୁ । ତେଣୁ ଫୋନ୍ ଖସିପଡିଲେ ମଧ୍ୟ କୌଶସି ଡ୍ୟାମେଜ୍ ହେବାର ସମ୍ଭାବନା ରହିବନି ।

Copyright © 2022 - Summa Real Media Private Limited. All Rights Reserved.