ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଭାରତରେ ହିଁ ଖେଳାଯିବ ଆଇପିଏଲ୍ ୨୦୨୪ର ସମସ୍ତ ମ୍ୟାଚ୍, ଫାଇନାଲ ଭେନ୍ୟୁ ଏବଂ ତାରିଖର ହେଲା ଘୋଷଣା

ନୂଆଦିଲ୍ଲୀ, ୨୫/୩ : କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ ପ୍ରିମିୟର ଲିଗର ୧୭ତମ ସିଜନ ଦେଶରେ ହିଁ ଖେଳାଯିବ । ପ୍ରକାଶ ଯେ, ଲୋକସଭା ନିର୍ବାଚନ ଲାଗି ବିସିସିଆଇ ପୂର୍ବରୁ କେବଳ ୭ଏପ୍ରିଲ ପର୍ଯ୍ୟନ୍ତ ମ୍ୟାଚର ସିଡ୍ୟୁଲ ଘୋଷଣା କରିଥିଲା। ମାତ୍ର ଏବେ ବାକି ମ୍ୟାଚ ଲାଗି ସିଡ୍ୟୁଲ ଘୋଷଣା କରିଦିଆଯାଇଛି ।

କ୍ରିକେଟ ଓ୍ବେବସାଇଟ କ୍ରିକବଜର ରିପୋର୍ଟ ଅନୁସାରେ ଆଇପିଏଲ୍ ୨୦୨୪ର ସମସ୍ତ ମ୍ୟାଚ୍ ଦେଶରେ ହିଁ ଖେଳାଯିବ । ଲିଗର ଫାଇନାଲ ମ୍ୟାଚ୍ ୨୬ମଇରେ ଚେନ୍ନାଇରେ ଖେଳାଯିବ ।  କ୍ବାଲିଫାୟର ମ୍ୟାଚ୍ ଅହମଦାବାଦ ଏବଂ ଚେନ୍ନାଇରେ ଖେଳାଯିବ । ଏହି ସିଜନର ସମସ୍ତ ୭୪ମ୍ୟାଚ୍ ଭାରତରେ ନିର୍ଦ୍ଧାରିତ କରାଯାଇଛି ।

ଆଇପିଏଲ୍ ୨୦୨୪ର କ୍ବାଲିଫାୟର ୧ ଏବଂ ଏଲିମିନେଟର ମୁକାବିଲା ୨୧ ଏବଂ ୨୨ମଇରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ସେହିଭଳି କ୍ବାଇଲିଫାୟର ୨ ଏବଂ ଫାଇନାଲ ମୁକାବିଲା ୨୪ ଏବଂ ୨୬ମଇରେ ଚେନ୍ନାଇର ଚପକରେ ଖେଳାଯିବ ।

ଏହା ପୂର୍ବରୁ ରିପୋର୍ଟରେ ଦର୍ଶାଯାଇଥିଲା କି ଆଇପିଏଲ୍ ୨୦୨୪ର ଦ୍ବିତୀୟ ଲିଗ୍ ବିଦେଶରେ ଖେଳାଯିବ ନାହିଁ । ସମସ୍ତ ମ୍ୟାଚ୍ ଭାରତରେ ହିଁ ହେବ । ରିପୋର୍ଟରେ କୁହାଯାଇଥିଲା କି ବିସିସିଆଇ ସଚିବ ଜୟ ଶାହ ଆଇପିଏଲ ୨୦୨୪ର ଦ୍ବିତୀୟ ଲିଗକୁ ଦେଶ ବାହାରକୁ ଶିଫ୍ଟ କରିବାକୁ ମନା କରି ଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.