ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ରେ ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌

Published By : Prameya | April 19, 2024 8:16 AM

ଲକ୍ଷ୍ନୌ,୧୯/୦୪: ଚଳିତ ଆଇପିଏଲ ୩୪ତମ ଲିଗ୍‌ ମୁକାବିଲାରେ ଘରୋଇ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ  ଓ ଡିଫେଣ୍ଡିଂ ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗ୍‌ସ ପରସ୍ପରକୁ ଭେଟିବେ। ଘରୋଇ ଗ୍ରାଉଣ୍ଡ୍‌ରେ ବିଜୟଧାରାକୁ ଫେରିବା ପାଇଁ  ସୁପରଜାଏଣ୍ଟ୍‌ସ ଲକ୍ଷ୍ୟ ରଖିଥିବାବେଳେ ସୁପରକିଙ୍ଗ୍‌ସ ପଏଣ୍ଟ ତାଲିକାରେ ଆଉ ଗୋଟିଏ ସ୍ଥାନ ଉପରକୁ ଉଠିବାକୁ ପ୍ରୟାସ କରିବ।  

ଉଭୟ ଦଳ ପରସ୍ପରକୁ ୩ଥର ଭେଟିଛନ୍ତି ଓ ଥରେ ଲେଖାଏଁ ବିଜୟ ହାସଲ କରିଛନ୍ତି । ଗତ ସିଜନରେ ଲକ୍ଷ୍ନୌରେ ଖେଳାଯାଇଥିବା ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଥିଲା । ବର୍ଷା ଯୋଗୁଁ ମ୍ୟାଚ ସମ୍ପୂର୍ଣ୍ଣ ହୋଇ ପାରିନଥିଲା । ଶୁକ୍ରବାର ବର୍ଷା ସମ୍ଭାବନା ନଥିବାରୁ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ରହିବ । 

ସୁପରକିଙ୍ଗ୍‌ସ ଖେଳିଥିବା ୬ଟି ମ୍ୟାଚ୍‌ ମଧ୍ୟରେ ସମ୍ଭବତଃ ଶ୍ରେଷ୍ଠ ଏକାଦଶ ଗଠନ କରିସାରିଛି । ମାତ୍ର ସୁପରଜାଏଣ୍ଟ୍‌ସ ଦଳ ସଂଘର୍ଷ କରୁଛି । ବ୍ୟାଟିଂ ବିଭାଗ ଅସନ୍ତୁଳିତ ରହିଥିବାବେଳେ ବୋଲିଂ ବିଭାଗରେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ବିଦେଶୀ ଖେଳାଳି ବ୍ୟାଟିଂ ବିଭାଗରେ ସ୍ଥାୟୀ ସଦସ୍ୟ ରହିଥିବାରୁ ବୋଲିଂ ବିଭାଗରେ ବାରମ୍ବାର ପରିବର୍ତ୍ତନ କରିବାକୁ ପଡ଼ୁଛି । ଏସବୁ ଛୋଟ ମୋଟ ସମସ୍ୟାକୁ ଘରୋଇ ଦଳ ଦୂର କରିବ । 

ଶୁକ୍ରବାର ଉଭୟ ଦଳ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ  କରିବା ଆଶା କରାଯାଉଛି । ସୁପରକିଙ୍ଗ୍‌ସ ଚମତ୍କାର ପ୍ରଦର୍ଶନ କରୁଥିଲେ  ହେଁ ଶୁକ୍ରବାର ଡାରିଲ ମିଚେଲଙ୍କୁ ବାଦ ଦେଇ ମୋଇନ ଅଲିଙ୍କୁ ଖେଳାଇପାରେ । ମିଚେଲ ସମ୍ପ୍ରତି ସଫଳ ହୋଇପାରି ନାହାନ୍ତି ।  ମୋଇନ ପ୍ରଥମ ମ୍ୟାଚ୍‌ ଅପେକ୍ଷାରେ ରହିଛନ୍ତି । ଏକାନ୍ନାର ପିଚ୍‌ରେ ମୋଇନଙ୍କ ସ୍ପିନ ବୋଲିଂ ପ୍ରଭାବ ପକାଇବ । ସୁପରଜାଏଣ୍ଟ୍‌ସ ମଧ୍ୟ ବ୍ୟାଟିଂ ବିଭାଗରେ ପରିବର୍ତ୍ତନ କରିପାରେ । ଦୀପକ ହୁଡ଼ାଙ୍କ ସ୍ଥାନରେ  ଯୁବ ଅଲ୍‌ରାଉଣ୍ଡର ଆର୍ସିନ କୁଲକର୍ଣ୍ଣୀଙ୍କୁ ସୁଯୋଗ ମିଳିପାରେ।  ଘାତକ ପେସ୍‌ ବୋଲିଂକୁ ନେଇ ଚର୍ଚ୍ଚାରେ ରହିଥିବା ମୟଙ୍କ ଯାଦବ ମଧ୍ୟ ଫିଟ୍‌ ହୋଇ ଅଭ୍ୟାସ ଆରମ୍ଭ କରିଛନ୍ତି । ତେଣୁ ଶୁକ୍ରବାର ସେ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଛି । ତେବେ ତାଙ୍କୁ ଇମ୍ପାକ୍ଟ ପ୍ଲେୟାର ଭାବେ ସୁଯୋଗ ମିଳିବା ଆଶା କରାଯାଉଛି ।  

ଏକାନ୍ନା ଷ୍ଟାଡ଼ିୟମ୍‌ର ପିଚ୍‌ ସ୍ପିନରଙ୍କୁ ସହାୟତା କରୁଥିବା ଶେଷ ୨ଟି ମ୍ୟାଚ୍‌ରେ ଦେଖିବାକୁ ମିଳିଛି । ପିଚ୍‌ ସାମାନ୍ୟ ମନ୍ଥର  ରହିବ । ଏଠାରେ ୧୭୦ ମଧ୍ୟ ବିଜୟ ପାଇଁ ଯଥେଷ୍ଟ ସାବ୍ୟସ୍ତ ହେବ । ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ଫଳରେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଏକାଦଶ

ସୁପରଜାଏଣ୍ଟ୍‌ସ : କ୍ୱିଣ୍ଟନ ଡି କକ୍‌, କେଏଲ  ରାହୁଲ(ଅଧିନାୟକ), ଦୀପକ ହୁଡ଼ା/ଆର୍ସିନ କୂଲକର୍ଣ୍ଣୀ, ମାର୍କସ  ଷ୍ଟଇନିସ, ନିକୋଲାସ ପୂରନ, ଆୟୂଷ ବାଦୋନି, କୃନାଲ୍‌ ପାଣ୍ଡ୍ୟା,  ରବି ବିଷ୍ଣୋଇ, ୟଶ ଠାକୁର, ସମର ଜୋଶେଫ, ମହସିନ  ଖାନ । (ଇମ୍ପାକ୍ଟ ପ୍ଲେୟାର: ମୟଙ୍କ ଯାଦବ/ଅର୍ସଦ ଖାନ) 

ସୁପରକିଙ୍ଗ୍‌ସ: ଋତୁରାଜ  ଗାଏକୱାଡ୍‌(ଅଧିନାୟକ), ରଚିନ ରବିନ୍ଦ୍ର, ଅଜିଙ୍କ୍ୟ  ରାହାଣେ, ଶିବମ ଦୁବେ, ଡାରିଲ ମିଚେଲ/ମୋଇନ  ଅଲି, ରବିନ୍ଦ୍ର ଜାଡେଜା, ସମୀର ରିଜଭୀ, ମହେନ୍ଦ୍ର ସିଂହ  ଧୋନି, ସର୍ଦୁଲ ଠାକୁର, ତୁଷାର ଦେଶପାଣ୍ଡେ, ମଥିଶା  ପତିରଣା । (ଇମ୍ପାକ୍ଟା ପ୍ଲେୟାର-ମୁସ୍ତାଫିଜୁର ରେହମାନ) ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.