ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ

ଲକ୍ଷ୍ନୌ,୧୨/୦୪: ଶୁକ୍ରବାର ଚଳିତ ଆଇପିଏଲର ୨୬ତମ ଲିଗ୍‌ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଘରୋଇ ଗ୍ରାଉଣ୍ଡ୍‌ରେ ସୁପରଜାଏଣ୍ଟ୍‌ସ ବିଜୟ ଧାରା ଜାରି ରଖିବା ପାଇଁ ପ୍ରସ୍ତୁତ ରହିଛି । ସେହିପରି ୫ଟିରୁ ୪ଟି ମ୍ୟାଚ୍‌ ହାରି ସାରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବିଜୟ ଜରୁରି ହୋଇଯାଇଛି । 

ଶୁକ୍ରବାର ଦଳ ସବୁ ଶକ୍ତି ଖଟାଇବାକୁ ଯୋଜନା କରିଛି । ଫଳରେ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । ସୁପରଜାଏଣ୍ଟ୍‌ସ ବିପକ୍ଷରେ କ୍ୟାପିଟାଲ୍ସ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ୍‌ ଜିତିନାହିଁ । ଉଭୟ ଦଳ ମଧ୍ୟରେ ୩ଟି ମ୍ୟାଚ୍‌ ଖେଳାଯାଇଛି । କ୍ୟାପିଟାଲ୍ସ ଦଳ ପ୍ରଥମ ବିଜୟ ସନ୍ଧାନରେ ରହିଛି । ଏକାଧିକ ଖେଳାଳି  ଆହତ ହେବା ଯୋଗୁଁ କ୍ୟାପିଟାଲ୍ସ ଦଳ ପ୍ରଭାବିତ ହୋଇଛି । କେବଳ ସେତିକି ନୁହେଁ, ବ୍ୟାଟିଂ ବିଭାଗ ମଧ୍ୟ ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଛି ।  

ସୁପରଜାଏଣ୍ଟ୍‌ସ ଦଳର ଯୁବ ପେସ୍‌ ବୋଲର  ମୟଙ୍କ ଯାଦବ ମଧ୍ୟ ଆହତ ଅଛନ୍ତି । ମାତ୍ର ଏହା  ଦଳର ପ୍ରଦର୍ଶନକୁ ପ୍ରଭାବିତ କରିବ ନାହିଁ । ଦଳରେ  ଏକାଧିକ ଦକ୍ଷ ପେସ୍‌ ବୋଲର ରହିଛନ୍ତି । ନବୀନ  ଉଲ୍‌-ହକ୍‌ ଓ ୟଶ ଠାକୁର ପେସ୍‌ ବୋଲିଂ ବିଭାଗ  ସମ୍ଭାଳିବେ । ତୃତୀୟ ପେସ୍‌ ବୋଲର ଭାବେ ମାର୍କସ  ଷ୍ଟଇନିସ୍‌ ସହାୟତା କରିବେ । ଗୁଜରାଟ ଟାଇଟନ୍ସ  ବିପକ୍ଷରେ ୟଶ ଠାକୁର ୫ଟି ୱିକେଟ୍‌ ନେଇଥିଲେ । ଏମାନଙ୍କ ବ୍ୟତୀତ ସମର ଜୋଶେଫ, ମହସିନ  ଖାନ, ଅର୍ସଦ ଖାନ, ୟୁଦ୍ଧବୀର ସିଂହ ଓ ମାଟ  ହେନରୀଙ୍କ ଭଳି ପେସ୍‌ ବୋଲର ଦଳରେ ରହିଛନ୍ତି ।

ସୁପରଜାଏଣ୍ଟ୍‌ସକୁ ହରାଇବାକୁ ହେଲେ  କ୍ୟାପିଟାଲ୍ସ ଦଳକୁ ସବୁ ବିଭାଗରେ ଉନ୍ନତ  ପ୍ରଦର୍ଶନ କରିବାକୁ ହେବ । କେବଳ ଟ୍ରିଷ୍ଟନ ଷ୍ଟବ୍ସ  ଓ ରିଷଭ ପନ୍ତଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି  ବ୍ୟାଟର ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହାନ୍ତି ।  ବିଶେଷ କରି ଡେଭିଡ୍‌ ୱାର୍ଣ୍ଣରଙ୍କ ବ୍ୟାଟ୍‌ରୁ ଏକ  ବଡ଼ ଇନିଂସ ଆଶା କରାଯାଉଛି । ବୋଲିଂ ବିଭାଗ  ମଧ୍ୟ ଲୟ ହରାଇଛି । ଅବଶ୍ୟ ଶୁକ୍ରବାର ମୁକେଶ କୁମାର ଓ କୁଲଦୀପ ଯାଦବ ଖେଳିବା  ସମ୍ଭାବନା ରହିଛି । ଉଭୟ ଫିଟ୍‌ ଘୋଷିତ ହୋଇଛନ୍ତି ।  

ଏକାନ୍ନା ଷ୍ଟଡ଼ିୟମ୍‌ର ପିଚ୍‌ ସ୍ପିନରଙ୍କୁ ସହାୟତା କରିବ। ଗତ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ ସୁପରଜାଏଣ୍ଟ୍‌ସର ୩ ସ୍ପିନର କୃନାଲ ପାଣ୍ଡ୍ୟା, ରବି ବିଷ୍ଣୋଇ ଓ ଏମ ସିଦ୍ଧାର୍ଥ ୧୦ ଓଭର ବୋଲିଂ କରି ୪୮ ରନ୍‌ରେ ୪ଟି ୱିକେଟ୍‌ ନେଇଥିଲେ । ପିଚ୍‌ ସାମାନ୍ୟ ମନ୍ଥର ରହିଥିବାରୁ ବିଶାଳ ସ୍କୋର ହେବାର ସମ୍ଭାବନା ନାହିଁ। ତଥାପି ଟସ୍‌ ବିଜୟୀ ଦଳ ଫିଲ୍‌ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । 

ସମ୍ଭାବ୍ୟ ଏକାଦଶ

ସୁପରଜାଏଣ୍ଟ୍‌ସ: କ୍ୱିଣ୍ଟନ ଡି  କକ୍‌, କେଏଲ ରାହୁଲ(ଅଧିନାୟକ), ଦେବଦତ୍ତ  ପାଡ଼ିକଲ, ମାର୍କସ ଷ୍ଟଇନିସ, ନିକୋଲାସ  ପୂରନ, ଆୟୂଷ ବାଦୋନି, କୃନାଲ୍‌ ପାଣ୍ଡ୍ୟା, ରବି  ବିଷ୍ଣୋଇ, ୟଶ ଠାକୁର, ନବୀନ ଉଲ୍‌-ହକ୍‌,  ଅର୍ସଦ ଖାନ । (ଇମ୍ପାକ୍ଟ ପ୍ଲେୟାର-ଏମ ସିଦ୍ଧାର୍ଥ) । 

କ୍ୟାପିଟାଲ୍ସ: ପୃଥ୍ୱୀ ଶ’,  ଡେଭିଡ୍‌ ୱାର୍ଣ୍ଣର, ଅଭିଷେକ ପୋରେଲ,  ରିଷଭ ପନ୍ତ(ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ଅକ୍ଷର ପଟେଲ, ଲଳିତ ଯାଦବ, ଝେୟ  ରିଚାର୍ଡସନ, ଆନରିଚ ନର୍ଜ, ଈଶାନ୍ତ ଶର୍ମା, ଖଲିଲ  ଅହମ୍ମଦ(ଇମ୍ପାକ୍ଟ ପ୍ଲେୟାର-କୁମାର କୁଶାଗ୍ର) ।

  • prameyanews
  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.