ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ମୁମ୍ବାଇ ଇଣ୍ଡିଆନ୍ସରୁ ବାଦ ପଡ଼ିଲେ ଏହି ଘାତକ ବୋଲର, ରିପ୍ଲେସ୍‌ମେଣ୍ଟ ନେଇ ଘୋଷଣା କଲା ଟିମ୍‌

ମୁମ୍ବାଇ: ଆଇପିଏଲ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ରେ ପରିବର୍ତ୍ତନ ହୋଇଛି । ଟିମ୍‌ର ଜଣେ ଷ୍ଟାର ଖେଳାଳି ଚଳିତ ସିଜନ୍‌ରୁ ବାହାର ହୋଇଛନ୍ତି । ଏହି ଖେଳାଳି ଗତ ସିଜନ୍‌ରେ ଟିମ୍‌ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆହତ ଯୋଗୁଁ ଇଣ୍ଡିଆନ୍ ପ୍ରମିୟର ଲିଗ୍‌ର ୧୭ ତମ ସଂସ୍କରଣରେ ସାମିଲ ହୋଇପାରିବେ ନାହିଁ ଜେସନ୍‌ ବେହେରନଡର୍ଫ । 

ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ବେହେରନଡର୍ଫ ଆଇପିଏଲ-୨୦୨୪ରେ ଖେଳିବେ ନାହିଁ । ମୁମ୍ବାଇ ଇଣ୍ଡିଆନ୍ସ ବେହେରନଡର୍ଫଙ୍କ ପରିବର୍ତ୍ତେ ଇଂଲଣ୍ଡର ଲ୍ୟୁକ ଉଡଙ୍କୁ ଖେଳାଇବ ବୋଲି ଘୋଷଣା କରିଛି । ଲ୍ୟୁକ ଉଡଙ୍କ ଏହା ପ୍ରଥମ ଆଇପିଏଲ ସିଜନ୍‌ ହେବ । ୫୦ ଲକ୍ଷ ଟଙ୍କାରେ ସେ ଏମଆଇ ସହ ଯୋଡ଼ିହେବେ । 

ଲ୍ୟୁକ ଉଡ୍‌ ଇଂଲଣ୍ଡ ପାଇଁ ଏବେ ସୁଦ୍ଧା ୨ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି । ସେ ୯.୬୬ ଇକୋନୋମିରେ ୮ଟି ଓ୍ବିକେଟ ହାସଲ କରିଛନ୍ତି । ସେହିଭଳି ବେହେରନଡର୍ଫ ଆଇପିଏଲରେ ମୋଟ ୧୭ଟି ମ୍ୟାଚ୍‌ ଖେଳିଥିବା ବେଳେ ୧୯ଟି ଓ୍ବିକେଟ ନେଇଛନ୍ତି । ଗତ ସିଜନ୍‌ରେ ସେ ଏମଆଇ ପାଇଁ ୧୨ଟି ମ୍ୟାଚ୍‌ ଖେଳିଥିବା ବେଳେ ୧୪ଟି ଓ୍ବିକେଟ ଅକ୍ତିଆର କରିଥିଲେ । 




ଆଇପିଏଲ୍‌ ୨୦୨୪ ଲାଗି ଏମଆଇ ଟିମ୍‌

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ (ଓ୍ବିକେଟ କିପର, ଡେଓ୍ବାଲ୍ଡ ବ୍ରେବିସ୍‌, ଟିମ୍‌ ଡେଭିଡ୍‌, ତିଲକ ବର୍ମା, ଅର୍ଜୁନ ତେନ୍ଦୁଲକର, କୁମାର କାର୍ତ୍ତିକେୟ, ଆକାଶ ମଧଓ୍ବାଲ, ନେହଲ ବଢ଼େରା, ଶାମ୍ସ ମୁଲାନୀ, ବିଷ୍ଣୁ ବିନୋଦ, ପୀୟୁଷ ଚାଓ୍ବଲା, ରୋମରିୟୋ ଶେଫର୍ଡ, ଗେରାଲ୍ଡ କୋଏତଜୀ, ଦିଲସାନ ମଦୁଶଙ୍କା, ଶ୍ରେୟସ ଗୋପାଳ, ନୁବାନ ତୁଷାରା, ଅଂଶୁଲ କଂବୋଜ, ନମନ ଧୀର, ମହମ୍ମଦ ନବୀ, ଶିବାଲିକ ଶର୍ମା, ଲ୍ୟୁକ୍‌ ଉଡ୍‌ ।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.