ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭେଙ୍କଟେସ୍‌ ଆୟରଙ୍କ ପରେ କମାଲ୍‌ କଲେ କେକେଆର୍ ବୋଲର୍; ୧୨ ବର୍ଷ ପରେ ଓ୍ବାଙ୍ଖେଡ଼େରେ ବିଜୟ ହାସଲ କଲା କୋଲକାତା

Image source: Cricbuzz

ମୁମ୍ବାଇ,୦୩/୦୫: ପ୍ରଥମ ଇନିଂସରେ ଭେଙ୍କଟେଶ୍ବର ଆୟରଙ୍କ ଦମଦାର ବ୍ୟାଟିଂ ପରେ ଦ୍ବିତୀୟ ଇନିଂସରେ କୋଲକାତା ବୋଲରଙ୍କ ଘାତକ ବୋଲିଂ ମୁମ୍ବାଇକୁ ଘରୋଇ ମଇଦାନରେ ହରାଇବାରେ ସଫଳ ହୋଇଛି। କେବଳ ଏତିକି ନୁହେଁ ବରଂ ଦୀର୍ଘ ୧୨ ବର୍ଷ ପରେ ଓ୍ବାଙ୍ଖେଡ଼େ ଷ୍ଟାଡିୟମରେ ମୁମ୍ବାଇକୁ ହରାଇଲା କୋଲକାତା ନାଇଟ୍‌ ରାଇଡର୍ସ। 

ମୁମ୍ବାଇ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୫୬ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବେଳେ ଟିମ୍‌ ଡେଭିଡ୍‌ ୨୪, ଇଶାନ କିଶନ ୧୨ ଏବଂ ରୋହିତ ଶର୍ମା ଓ ନମନ ଧୀର ୧୧ ଲେଖାଏଁ ରନ୍‌ କରିଥିଲେ। ଅନ୍ୟ କୌଣସି ଖେଳାଳୀ ଦୁଇ ଅଙ୍କ ବି ଛୁଇଁ ପାରିନଥିଲେ। 

ଆଇପିଏଲ୍‌ ୨୦୨୪ର ୫୧ ତମ ମ୍ୟାଚ୍‌ ମୁମ୍ବାଇର ଓ୍ବାଙ୍ଖେଡ଼େ ଷ୍ଟାଡିୟମରେ କୋଲକାତା ଓ ମୁମ୍ବାଇ ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ବୋଲିଂ ନିଷ୍ପିତ୍ତି ନେଇଥିଲା ମୁମ୍ବାଇ। କୋଲକାତା  ପ୍ରଥମେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲା। ଦଳ ନିର୍ଦ୍ଧାରିତ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୬୯ ରନ୍‌ କରିଥିଲା। ଦଳ ପକ୍ଷରୁ ଭେଙ୍କଟେସ ଆୟର ସର୍ବାଧୀକ ୭୦ ରନ୍‌ କରିଥିଲେ। ତେବେ ୧୭୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିଲେ ସୁଦ୍ଧା ପାଣ୍ଡ୍ୟାଙ୍କ ଟିମ୍‌ ଘରୋଇ ମାଟିରେ ବିଜୟରୁ ବାଦ୍‌ ପଡ଼ିଛି। ବ୍ୟାଟିଂ ପରି କୋଲକାତା ବୋଲିଂରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି। କୋଲକାତାରୁ ମିଚେଲ ଷ୍ଟାର୍କ ୪ ଟି ଓ୍ବିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ, ସୁନିଲ ନାରିନ ଓ ଆଣ୍ଡ୍ରେ ରସେଲ୍‌ ଦୁଇଟି ଲେଖାଏଁ ଓ୍ବିକେଟ ନେଇଥିଲେ। ଏଥିସହିତ କୋଲକାତା ନାଇଟ୍‌ ରାଇଡର୍ସ ଦୀର୍ଘ ୧୨ ବର୍ଷ ପରେ ମୁମ୍ବାଇର ଓ୍ବାଙ୍ଖେଡ଼େରେ ବିଜୟ ହାସଲ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.