ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରୋହିତ- ପାଣ୍ଡ୍ୟା ଜଣେ ଅନ୍ୟ ଜଣଙ୍କୁ ଇଷ୍ଟାଗ୍ରାମରୁ କଲେ ଅନଫଲୋ ? ଜାଣନ୍ତୁ ଭାଇରାଲ କଥାର ସତ୍ୟତା

ନୂଆଦିଲ୍ଲୀ,୮/୨ :   ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ପୂର୍ବରୁ ମୁମ୍ବାଇ ଇଣ୍ଡିଆନ ଟିମ୍‌ରେ କେତେକ ପରିବର୍ତ୍ତନ କରାଯାଇଛି । ରୋହିତ ଶର୍ମାଙ୍କୁ ଅଧିନାୟକରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ବ ଦିଆଯାଇଛି । ପାଣ୍ଡ୍ୟାଙ୍କୁ ଗୁଜୁରାଟ ଟାଇଟନ୍ସରୁ ମୁମ୍ବାଇକୁ ଅଣାଯାଇଛି । ଟିମ୍ ମ୍ୟାନେଜମେଣ୍ଟର ଏହି ନିଷ୍ପତ୍ତି ପରେ ବିବାଦ ବଢି ଯାଇଛି । ଏବେ କୁହାଯାଉଛି କି ରୋହିତ ଏବଂ ହାର୍ଦ୍ଦିକ ଜଣେ ଅନ୍ୟ ଜଣଙ୍କୁ ଅନଫଲୋ କରି ଦେଇଛନ୍ତି ।

ପ୍ରକାଶ ଯେ, ସୋସିଆଲ ମିଡ଼ିଆରେ କୁହାଯାଉଛି କି ହାର୍ଦ୍ଦିକ ଏବଂ ରୋହିତ ଜଣେ ଅନ୍ୟ ଜଣଙ୍କୁ ଇଷ୍ଟାଗ୍ରାମରେ ଅନଫଲୋ କରିଦେଇଛନ୍ତି । ଏହାକୁ ଯାଞ୍ଚ କରିବାରୁ ଜଣାପଡ଼ିଲା କି ରୋହିତ ଏବଂ ହାର୍ଦ୍ଦିକ ଜଣେ ଅନ୍ୟ ଜଣଙ୍କୁ ଇଷ୍ଟାଗ୍ରାମରେ ଫଲୋ ତ କରିନାହାନ୍ତି । କିନ୍ତୁ ଏହା ଜଣାପଡ଼ୁ ନାହିଁ କି ଉଭୟେ ପ୍ରଥମରୁ ଫଲୋ କରୁଥିଲେ କିମ୍ବା ନାହିଁ । ସୋସିଆଲ ମିଡ଼ଆରେ ଏକ ସ୍କ୍ରିନସଟ ସେୟାର କରାଯାଇଛି । ଏଥିରେ ରୀତିକା ସଜଦେହ ଏବଂ ପାଣ୍ଡ୍ୟାଙ୍କ ପ୍ରୋଫାଇଲ ସେୟାର କରାଯାଇଛି । ଏହା ଅନୁଯାୟୀ ଉଭୟେ ପ୍ରଥମରୁ ଜଣେ – ଅନ୍ୟ ଜଣଙ୍କୁ ଫଲୋ କରୁଥିଲେ । କିନ୍ତୁ ଏବେ ଅନଫଲୋ କରି ଦେଇଛନ୍ତି ।

ପ୍ରକାଶ ଯେ, ରୋହିତ ଲମ୍ବା ସମୟ ପର୍ଯ୍ୟନ୍ତ ମୁମ୍ବାଇର ଅଧିନାୟକ ରହି ସାରିଛନ୍ତି ଏବଂ ଟିମ୍‌କୁ ବିଜୟୀ ମଧ୍ୟ ଦେଇ ସାରିଛନ୍ତି । କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ ଏବେ ତାଙ୍କ ସ୍ଥାନ ପାଣ୍ଡ୍ୟାକୁ ଦେଇ ସାରିଛନ୍ତି । ହାର୍ଦ୍ଦିକ ଏହା ପୂର୍ବରୁ ଗୁଜୁରାଟ ଟାଇଟନ୍ସ ଲାଗି ଖେଳୁଥିଲେ ଏବଂ ଅଧିନାୟକ ବି ଥିଲେ । ଗୁଜୁରାଟ ହାର୍ଦ୍ଦିକଙ୍କ ଅଧିନାୟକତ୍ବରେ ଭଲ ପ୍ରଦର୍ଶନ କରିଥିଲେ । ଟିମ୍ ଗୋଟିଏ ଥର ଆଇପିଏଲ୍ ତାଜ୍ ବି ଜିତିଥିଲା । ହାର୍ଦ୍ଦିକଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ବି ଭଲ ରହିଛି । ସେ ଆଇପିଏଲରେ ଏବେ ପର୍ଯ୍ୟନ୍ତ ୧୨୩ମ୍ୟାଚ୍ ଖେଳିଛନ୍ତି । ଏହି ସମୟରେ ୨୩୦୯ରନ୍ କରିଛନ୍ତି । ଏହାସହ ୫୩ଓ୍ବିକେଟ ବି ନେଇଛନ୍ତି ।

ରୋହିତ ଶର୍ମାଙ୍କ କଥା ଯଦି କହିବା ଆମେ ଆଇପିଏଲରେ ଏବେ ପର୍ଯ୍ୟନ୍ତ ୨୪୩ମ୍ୟାଚ୍ ଖେଳିଛନ୍ତି । ଏହି ସମୟରେ ୬୨୧୧ରନ୍ କରିଛନ୍ତି । ରୋହିତ ଗୋଟିଏ ଶତକ ଏବଂ ୪୨ଅର୍ଦ୍ଧଶତକ ଲଗାଇଛନ୍ତି । ତାଙ୍କର ଶର୍ବଶ୍ରେଷ୍ଠ  ଆଇପିଏଲ୍ ସ୍କୋର ୧୦୯ରନ୍ ରହିଛି । ସେ ବ୍ଲଗିଂରେ ବି ଭଲ ପ୍ରଦର୍ଶନ କରିଛନ୍ତି । ରୋହିତ ଆଇପିଏଲ୍‌ରେ ୧୫ଓ୍ବିକେଟ ନେଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.