ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଶମର ଜୋସେଫଙ୍କୁ ଆଇପିଏଲରେ କିଣିବାକୁ ପ୍ରତିଯୋଗିତା, ଆରସିବି ବ୍ୟତୀତ ଆହୁରି ଦୁଇ ଟିମ୍ ରେସରେ

ନୂଆଦିଲ୍ଲୀ, ୧/୨ : ଗାବାରେ ଅଷ୍ଟେ୍ରଲିଆ ଟିମର ଅହଙ୍କାର ଭାଙ୍ଗିବା ପରେ ଇଣ୍ଡିଆନ ପ୍ରିମିୟର ଲିଗର ୧୭ତମ ସିଜିନlରେ ଶମର ଜୋସେଫଙ୍କ ଭାରି ଡିମାଣ୍ଡ ହୋଇଯାଇଛି । ରୟାଲ ଚ୍ୟାଲେଞ୍ଜର୍ସ ବ୍ୟତିତ ଦୁଇ ଆହୁରି ଟିମ୍ ଶମର ଜୋସେଫଙ୍କୁ କିଣିବାକୁ ଉତ୍ସାହ ଦେଖାଇଛନ୍ତି । ଏହା ପୂର୍ବରୁ ରିପୋର୍ଟ୍ସ ସାମ୍ନାକୁ ଆସିଥିଲା କି ଆରିସିବି ଆହତ ବ୍ୟାଟର ଟମ କରନଙ୍କ ରିପ୍ଲେଶମେଣ୍ଟ ଭାବେ ଶମର ଜୋସେଫଙ୍କୁ କିଣିବାକୁ ପ୍ରୟାସ କରୁଛି । ସୂଚନା ଅନୁଯାୟୀ ଏବେ ଆହୁରି ଦୁଇ ଟିମ୍ ଶମର ଜୋସେଫଙ୍କୁ କିଣିବାକୁ ରେଶରେ ସାମିଲ ହୋଇଯାଇଛନ୍ତି । କ୍ରିକେଟ ଏକ୍ସପର୍ଟ ପରସନ୍ନା ବି ଦାବି କରିଛନ୍ତି ୩ଟିମ୍ ଶମର ଜୋସେଫଙ୍କୁ ଆଇପିଏଲର ୧୭ତମ ସିଜିନ ଲାଗି କିଣିବାକୁ ରେଶରେ ସାମିଲ ଅଛନ୍ତି । 

ପରସନ୍ନା ସୋସିଆଲ ମିଡ଼ିଆ ଓ୍ବେବସାଇଟ୍ ଏକ୍ସ ମାଧ୍ୟମରେ ଏହା ଦାବି କରିଛନ୍ତି କି, ଆଇପିଏଲର ତିନି ଫ୍ରାଞ୍ଚାଇଜ ଶମର ଜୋସେଫଙ୍କ କିଣିବାକୁ ରେଶରେ ଅଛନ୍ତି । ଏହି ତିନି ଟିମ୍ ପକ୍ଷରୁ ମୋତେ ଯୋଗାଯୋଗ କରାଯାଇଛି ଏବଂ ଶମର ଜୋସେଫଙ୍କ ଏଜେଣ୍ଟଙ୍କ ଡିଟେଲ ମଗାଯାଇଛି । ମୋର ମନେ ଅଛି କି ମୁଁ ଟିମ୍‌କୁ ପରାମର୍ଶ ଦେଇଥିଲି କି ତାଙ୍କୁ ଶମର ଜୋସେଫଙ୍କ ଉପରେ ପଇସା ଲଗାଇବା ଆବଶ୍ୟକ । କିନ୍ତୁ କେହି ମୋ କଥା ମାନି ନଥିଲେ ଏବଂ ୫୦ଲକ୍ଷ ବେସ ପ୍ରାଇଜ ହେବା ପରେ ବି ଶମର ଜୋସେଫ ଅନସୋଲ୍ଡ ରହିଛନ୍ତି । ଏବେ ମୁଁ ଶମର ଜୋସେଫଙ୍କୁ ପରାମର୍ଶ ଦେବି କି ତାଙ୍କୁ ଏହି ତିନି ଜଣଙ୍କ ମଧ୍ୟରୁ କେଉଁ ପ୍ରାଞ୍ଚାଇଜ ସହ ଜୋଡ଼ିବାକୁ ପଡ଼ିବ । 

ପ୍ରକାଶ ଯେ, ଶମର ଜୋସେଫ କ୍ରିକେଟ ପଡ଼ିଆରେ ଏଭଳି କମାଲ୍ କରି ଦେଖେଇଛନ୍ତି କି ଯାହା ସମ୍ପୂର୍ଣ୍ଣ ଭାବେ ନିଆରା । ଗାବାରେ ବ୍ୟାଟିଂ କରିବାକୁ ଯାଇ ଶମର ଜୋସେଫଙ୍କ ଗୋଡ଼ର ଅଙ୍ଗୁଳି ଆହତ ହୋଇଯାଇଥିଲା ଏବଂ ତାଙ୍କୁ ରିଟାୟର ହେବାକୁ ପଡ଼ିଥିଲା । କିନ୍ତୁ ଆଘାତ ଅଙ୍ଗୁଳି ସହ ଶମର ଆଗାମୀ ଦିନ ବୋଲିଂ କରିବାକୁ ପଡ଼ିଆକୁ ଆସିଥିଲେ । ଶମର ବାରମ୍ବାର ୧୧ଓଭର ବ୍ୟାଟିଂ କରିବାକୁ ଯାଇ ୭ଓ୍ବିକେଟ ହାସଲ କରିଥିଲେ ଏବଂ ଅଷ୍ଟେ୍ରଲିଆ ଟିମକୁ ୮ରନରେ ହରାଇଥିଲେ । ଶମରଙ୍କୁ ସିରିଜରେ ଭଲ ପରଫର୍ମାନ୍ସ ଲାଗି ପ୍ଲେୟର ଅଫ ଦ ସିରିଜ ଚୟନ କରାଯାଇଥିଲା । ଏହି ଆଘାତ ଫଳରେ ଶମର ଜୋସେଫ ଆଇଏଲଟି ଲିଗରୁ ବାହାରି ଯାଇଛନ୍ତି । ଶମର ଜୋସେଫ ଆଇପିଏଲ ଆରମ୍ଭ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇଯିବେ ।  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.