ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL 2024: ଆରସିବି ପାଇଁ ଲଢ଼ିଲେ କାର୍ତ୍ତିକ-ଅନୁଜ, ଚେନ୍ନାଇ ଆଗରେ ୧୭୪ ରନର ଟାର୍ଗେଟ୍

ଚେନ୍ନାଇ, ୨୨/୦୩: ଇଣ୍ଡିଆନ୍ ପ୍ରିମିୟର୍ ଲିଗ- ୨୦୨୪ର ଉଦଘାଟନୀ ମ୍ୟାଚରେ ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଆରସିବି ଓ ଚେନ୍ନାଇ ମଧ୍ୟରେ ମୁକାବିଲା ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ । ନିର୍ଦ୍ଧାରିତ ୨୦ ଓଭରରେ ଆରସିବି ୬ ୱିକେଟ୍ ହରାଇ ୧୭୩ ରନ୍ କରିଛି ।

ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ପକ୍ଷରୁ ଅନୁଜ ରାୱତ ଭାବେ ସର୍ବାଧିକ ୪୮ ରନ୍ ସ୍କୋର୍ କରିଛନ୍ତି । ଦିନେକ କାର୍ତ୍ତିକ ଅପରାଜିତ ୧୭୪ ରନ୍ କରିଥିବା ବେଳେ ଫାଫ୍ ଡୁ ପ୍ଲେସିସ୍ ୩୫ ରନ୍ କରିଛନ୍ତି । ୧୭୪ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଓହ୍ଲାଇବ ଚେନ୍ନାଇ ସୁପର କିଙ୍ଗ୍ସ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଆରସିବି ଦମଦାର ଆରମ୍ଭ କରିଥିଲା । ଦୁଇ ଓପନର ବିରାଟ କୋହଲି ଏବଂ ଫାଫ୍ ଡୁ ପ୍ଲେସିସ୍ ପ୍ରଥମ ୱିକେଟ୍ ପାଇଁ ୪୧ ରନର ଭାଗିଦାରୀ ସ୍କୋର କରିଥିଲେ । ୩୫ ରନର ବ୍ୟକ୍ତିଗତ ସ୍କୋରରେ ଫାଫ୍ ଆଉଟ୍ ହୋଇ ପାଭେଲିୟନ ଫେରିଥିଲେ । ଏହାପରେ କୋହଲି ୨୧ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ଏହାପରେ ଟିମକୁ ଲଗାତର ଦୁଇଟି ଝଟକା ଲାଗିଥିଲା । ରଜତ ପାଟିଦାର ଏବଂ ଗ୍ଲେମ ମ୍ୟାକ୍ସୱେଲ କୌଣସି ରନ୍ ନକରି ଆଉଟ୍ ହୋଇଥିଲେ । 

ଟିମ୍ ୭୮ ରନରେ କ୍ୟାମେରନ୍ ଗ୍ରୀନଙ୍କ ରୂପରେ ପଞ୍ଚମ ୱିକେଟ୍ ହରାଇଥିଲା । ଶେଷରେ ଅନୁଜ ଏବଂ ଦିନେଶ କାର୍ତ୍ତିକଙ୍କ ମଧ୍ୟରେ ୬୬ ରନର ପାର୍ଟନରଶିପ୍ ହୋଇଥିଲା । ଅନୁଜ ୪୮ ରନ କରି ରନ୍ ଆଉଟ୍ ହୋଇଥିବା ବେଳେ କାର୍ତ୍ତିକ ଅପରାଜିତ ୩୮ ରନ୍ କରିଥିଲେ । ଚେନ୍ନାଇ ପାଇଁ ମୁସ୍ତାଫିଜୁର ରହମାନ ସର୍ବାଧିକ ୪ ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.