ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଆଗାମୀ ଆଇପିଏଲ୍‌ରେ ବଢ଼ିବନି ମ୍ୟାଚ ସଂଖ୍ୟା, ଖେଳାଳିଙ୍କ କାର୍ଯ୍ୟଭାରକୁ ନଜରରେ ରଖି ବିସିସିଆଇ ବଡ଼ ନିଷ୍ପତ୍ତି

ମୁମ୍ବାଇ,୨୮/୦୯: ଆଗାମୀ ଆଇପିଏଲ୍‌ରେ ମ୍ୟାଚ୍‌  ସଂଖ୍ୟା ବୃଦ୍ଧି ନକରିବାକୁ ନିଷ୍ପତ୍ତି ନିଆଯାଇଛି । ଖେଳାଳିଙ୍କ କାର୍ଯ୍ୟଭାରକୁ ନଜରରେ ରଖି ବିସିସିଆଇ ଏହି ନିଷ୍ପତ୍ତି  ନେଇଛି । ଗତ ଆଇପିଏଲ୍‌ରେ ମୋଟ୍‌ ୭୪ଟି ମ୍ୟାଚ୍‌  ଖେଳାଯାଇଥିଲା । ମାତ୍ର ଆସନ୍ତା ସିଜନରେ ମ୍ୟାଚ୍‌ ସଂଖ୍ୟା  ୮୪କୁ ବୃଦ୍ଧି କରିବାକୁ ଯୋଜନା ରହିଥିଲା । ୨୦୨୩ରୁ ୨୦୨୭  ସିଜନ ପାଇଁ ପ୍ରଦାନ କରାଯାଇଥିବା ପ୍ରସାରଣ ଅଧିକାର ସମ୍ବନ୍ଧୀୟ ଚୁକ୍ତିନାମାରେ ମ୍ୟାଚ ସଂଖ୍ୟା ବୃଦ୍ଧି ବିଷୟରେ ଉଲ୍ଲେଖ  ରହିଛି । ୨୦୨୩  ଓ ୨୦୨୪ ସଜିନରେ ମ୍ୟାଚ୍‌ ସଂଖ୍ୟା  ୭୪ରେ ସୀମିତ ରଖାଯିବ ।  

୨୦୨୫ ଓ ୨୦୨୬ ସିଜନରେ ମ୍ୟାଚ୍‌ ସଂଖ୍ୟା ୮୪କୁ ବୃଦ୍ଧି  କରାଯିବ ଓ ୨୦୨୭ ସଂସ୍କରଣରେ ମୋଟ୍‌ ୯୪ ମ୍ୟାଚ୍‌  ଖେଳାଯିବା ପାଇଁ ପ୍ରସାରଣ ଅଧିକାର ପ୍ରମାଣ ପତ୍ରରେ  ଉଲ୍ଲେଖ କରାଯାଇଛି । ମାତ୍ର ଆସନ୍ତା ବର୍ଷ ଭାରତୀୟ  କ୍ରିକେଟ୍‌ ଦଳର ବ୍ୟସ୍ତପୂର୍ଣ୍ଣ ସିଜନ ରହିଛି । ବିଶ୍ୱ ଟେଷ୍ଟ  ଚାମ୍ପିଅନ୍‌ସିପ୍‌ ପଏଣ୍ଟ ତାଲିକାରେ ଭରାତ ସମ୍ପ୍ରତି ଶୀର୍ଷରେ ରହି  ଫାଇନାଲ୍‌ ପାଇଁ ପଥ ପ୍ରସ୍ତୁତ କରିଛି । ଜୁନ୍‌ ୧୧ ତାରିଖରେ  ଲର୍ଡ୍ସ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଫାଇନାଲ୍‌ ଖେଳାଯିବ । ଭାରତର  ଫାଇନାଲ୍‌ ସୁଯୋଗ ରହିଥିବାରୁ ବିସିସିଆଇ ଏହା ପୂର୍ବରୁ  ଖେଳାଳିମାନଙ୍କୁ ଆବଶ୍ୟକ ବିଶ୍ରାମ ଦେବାକୁ ଚାହୁଁଛି ।  ତେଣୁ ଆଇପିଏଲ୍‌ର ମ୍ୟାଚ୍‌ ସଂଖ୍ୟାକୁ ପୂର୍ବ ବର୍ଷ ଭଳି  ଅପରିବର୍ତ୍ତିତ ରଖିବାକୁ ଚିନ୍ତା କରୁଥିବା ଜଣା ପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.