ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଆଇପିଏଲ୍‌ ୨୦୨୫: ଅକ୍ଟୋବର ୩୧ ସୁଦ୍ଧା ଖେଳାଳି ତାଲିକା ଘୋଷଣା

ବେଙ୍ଗାଲୁରୁ,୩୦/୦୯: ଆଗାମୀ ଆଇପିଏଲ୍‌ ମେଗା ନିଲାମ ପାଇଁ ଆଇପିଏଲ୍‌  ଗଭର୍ଣ୍ଣିଂ କାଉନ୍‌ସିଲ ବୈଠକ ଅବସରରେ  ଖେଳାଳି ପ୍ରତିଧାରଣ ନିୟମ ଘୋଷଣା  କରାଯାଇଛି । ଫ୍ରାଞ୍ଚାଇଜମାନଙ୍କୁ ଆସନ୍ତା ମାସ  ୩୧ ତାରିଖ ସୁଦ୍ଧା ଖେଳାଳି ପ୍ରତିଧାରଣ ତାଲିକା  ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  

ଲାଗୁ କରାଯାଇଥିବା ନିୟମ ଅନୁଯାୟୀ  ନିଲାମ ପୂର୍ବରୁ ଫ୍ରାଞ୍ଚାଇଜ୍‌ମାନେ ଅତି  ବେଶୀରେ ୬ଜଣ ଖେଳାଳିଙ୍କୁ ରଖିପାରିବେ । ବାକି ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ  ସାମିଲ ହେବାକୁ ଚୁକ୍ତି ମୁକ୍ତ କରାଯିବ । ଏହି ୬ ଖେଳାଳିଙ୍କ ମଧ୍ୟରେ ୫ଜଣ  ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିବା ଘରୋଇ  କିମ୍ବା ବିଦେଶୀ ଖେଳାଳି (କ୍ୟାପ୍‌ଡ) ରହି  ପାରିବେ । ସେହିପରି ଅତି ବେଶୀରେ ୨ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳି ନଥିବା ଘରୋଇ  ଖେଳାଳି(ଅନ୍‌ କ୍ୟାପ୍‌ଡ) ରହିପାରିବେ ।  

କୌଣସି ଘରୋଇ କ୍ରିକେଟ୍‌ ଖେଳାଳି  ଅକ୍ଟୋବର ୩୧ ତାରିଖ ପୂର୍ବରୁ ଅନ୍ତର୍ଜାତୀୟ  କ୍ରିକେଟ୍‌ ଖେଳିବାକୁ ସୁଯୋଗ ପାଇଲେ  ତଥକ୍ଷଣାତ ଉକ୍ତ ଖେଳାଳିଙ୍କୁ କ୍ୟାପ୍‌ଡ ଖେଳାଳି  ତାଲିକାଭୁକ୍ତ କରାଯିବ । ମାତ୍ର ସେହି ଖେଳାଳି  ଜଣକ କୌଣସି ଫ୍ରାଞ୍ଚାଇଜ୍‌ ଦ୍ୱାରା ପ୍ରତିଧାରଣ ତାଲିକାରେ ରହିବା ପରେ ୩୧ ତାରିଖ ପୂର୍ବରୁ  ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାକୁ ସୁଯୋଗ  ପାଇଲେ ଅନ୍‌କ୍ୟାପ୍‌ଡ ଖେଳାଳି ଭାବେ  ଗଣା ହେବ । ଏଥିପାଇଁ ଉକ୍ତ ଫ୍ରାଞ୍ଚାଇଜ  ନିଲାମ ପର୍ସରୁ ୪କୋଟି ଟଙ୍କା କାଟ୍‌ ହେବ । 

ଆଗାମୀ ଆଇପିଏଲ ମେଗା ନିଲାମ  ପାଇଁ ସମସ୍ତ ନିୟମ ଲାଗୁ କରାଯାଇଛି । ଆଜି  ଆଇପିଏଲ୍‌ ଗଭର୍ଣ୍ଣିଂ କାଉନ୍‌ସିଲ ବୈଠକ  ଅବସରରେ ନିଲାମ ଓ ଖେଳାଳି ପ୍ରତିଧାରଣ  ପାଇଁ ନିୟମ ଲାଗୁ କରାଯାଇଛି । ନିଲାମ  ପୂର୍ବରୁ ପ୍ରତ୍ୟେକ ଫ୍ରାଞ୍ଚାଇଜ ସର୍ବାଧିକ ୬ଜଣ  ଖେଳାଳି ପ୍ରତିଧାରଣ କରିବାକୁ ଅନୁମତି  ମିଳିଛି । ୬ଜଣ ଖେଳାଳିଙ୍କ ମଧ୍ୟରେ ଜଣେ  ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳି ନଥିବା ଘରୋଇ  ଖେଳାଳି ରହିବା ଜରୁରି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.