ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଆଇପିଏଲ ବ୍ରାଣ୍ଡ୍‌ ଭାଲ୍ୟୁ ୧,୩୪, ୮୫୮ କୋଟି, ବର୍ଷକରେ ୬.୫ ପ୍ରତିଶତ ବୃଦ୍ଧି

Image Courtesy: latestly

ନୂଆଦିଲ୍ଲୀ,୧୩/୦୬: ବର୍ଷକୁ ବର୍ଷ ଆଇପିଏଲର ଲୋକପ୍ରିୟତା ଯେମିତି ବଢ଼ି  ବଢ଼ି ଚାଲିଛି, ସେମିତି ଏହାର ବ୍ୟବସାୟିକ ମୂଲ୍ୟ ଏବଂ ବ୍ରାଣ୍ଡ୍‌ ଭାଲ୍ୟୁ ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି । ୨୦୨୩ରୁ ୨୦୨୪  ଅର୍ଥାତ ବର୍ଷକ ମଧ୍ୟରେ ଆଇପିଏଲର  ବ୍ୟବସାୟିକ ମୂଲ୍ୟ ୬.୫ ପ୍ରତିଶତ  ବୃଦ୍ଧି ହୋଇ ୧୬.୪ ବିଲିୟନ ଡଲାର  ବା ୧,୩୪,୮୫୮ କୋଟିରେ ପହଞ୍ଚିଛି ।  

ଠିକ୍‌ ସେମିତି ଲିଗ୍‌ର ବ୍ରାଣ୍ଡ୍‌ ଭାଲ୍ୟୁ  ମଧ୍ୟ ୬.୩ ପ୍ରତିଶତ ବୃଦ୍ଧି ଘଟି ୩.୪  ବିଲିୟନ ଡଲାରରେ ପହଞ୍ଚିଛି । ଆମେରିକାର  ହୌଲିହାନ ଲୋକେ ତା’ର ରିପୋର୍ଟରେ  ଦର୍ଶାଇଛି ଯେ, ୨୦୨୨ରେ ଆଇପିଏଲର  ବ୍ୟବସାୟିକ ମୂଲ୍ୟ ୮.୫ ବିଲିୟନ ଡଲାର  ରହିଥିଲା । ମାତ୍ର ଏହି ୨ ବର୍ଷରେ ତାହା ଦୁଇ  ଗୁଣା ବୃଦ୍ଧି ପାଇଛି । ସେହିପରି ଆଇପିଏଲ  ଦଳ ଗୁଡ଼ିକର ବ୍ରାଣ୍ଡ୍‌ ଭାଲ୍ୟୁ ମଧ୍ୟ ବୃଦ୍ଧି  ଘଟିଛି । ଏହି ତାଲିକାରେ ଚେନ୍ନାଇ  ସୁପର କିଙ୍ଗ୍‌ସ ପ୍ରଥମ ସ୍ଥାନରେ ରହିଛି । 

ଆଇପିଏଲ ଭାଲ୍ୟୁ ବୃଦ୍ଧିରେ ଟାଟା  ଗ୍ରୁପ୍‌ର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଛି ।  ଟାଇଟଲ ପ୍ରାୟୋଜକ ଭାବେ ଟାଟା  ୫ ବର୍ଷ ପାଇଁ ୨୫୦୦ କୋଟି ଟଙ୍କା  ପ୍ରଦାନ କରିବ । ଅର୍ଥାତ ବିସିସିଆଇ  ବର୍ଷକୁ ୫୦୦ କୋଟି ଟଙ୍କା ନେବ । ଚୁକ୍ତି  ୨୦୨୪ରୁ ଆରମ୍ଭ ହୋଇ ୨୦୨୮ରେ  ଶେଷ ହେବ । ପୂର୍ବରୁ ପ୍ରତି ସଂସ୍କରଣରେ  ଟାଇଟଲ ପ୍ରାୟୋଜକ ବାବଦକୁ ୩୩୫  କୋଟି ପ୍ରଦାନ କରୁଥିଲା ଟାଟା ଗ୍ରୁପ୍‌ ।  

ପୂର୍ବଭଳି ଚେନ୍ନାଇ ସୁପର କିଙ୍ଗ୍‌ସ  ଫ୍ରାଞ୍ଚାଇଜ ବ୍ରାଣ୍ଡ୍‌ ଭାଲ୍ୟୁ ତାଲିକାରେ  ଶୀର୍ଷ ସ୍ଥାନ ବଜାୟ ରଖିଛି । ଗତ ବର୍ଷ  ଦଳର ଭାଲ୍ୟୁ ୨୧୨ ମିଲିୟନ ଡଲାର  ରହିଥିଲା । ତାହା ଚଳିତ ବର୍ଷ ୨୩୧  ମିଲିୟନ ଡଲାରରେ ପହଞ୍ଚିଛି । ସେମିତି  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (୧୯୫  ମିଲିୟନରୁ ୨୨୭ ମିଲିୟନ ଡଲାର)  ଦ୍ୱିତୀୟ ଏବଂ କୋଲକାତା ନାଇଟ୍‌ ରାଇଡର୍ସ  (୧୮୧ ମିଲିୟନରୁ ୨୧୬ ମିଲିୟନ ଡଲାର)  ତୃତୀୟ ସ୍ଥାନରେ ରହିଛି । ପୂର୍ବ ସଂସ୍କରଣରେ  କୋଲକାତା ଚତୁର୍ଥ ସ୍ଥାନରେ ରହିଥିଲା । 

ମୁମ୍ବାଇର ଗୋଟିଏ ସ୍ଥାନ ଅବନତି  ଘଟି ଚତୁର୍ଥ (୧୯୦ ମିଲିୟନରୁ ୨୦୪  ମିଲିୟନ ଡଲାର)ସ୍ଥାନକୁ ଖସି ଆସିଛି ।  ରାଜସ୍ଥାନ ରୟାଲ୍ସ (୧୨୦ ମିଲିୟନରୁ୧୩୩  ମିଲିୟନ ଡଲାର)ଗୋଟିଏ ସ୍ଥାନ ଉପରକୁ  ଉଠି ପଞ୍ଚମରେ ରହିଛି । ସେହିପରି  ସନ୍‌ରାଇଜର୍ସ ହାଇଦ୍ରାବାଦ ଷଷ୍ଠ (୧୨୮  ମିଲିୟନରୁ ୧୩୨ ମିଲିୟନ ଡଲାର), ଦିଲ୍ଲୀ  କ୍ୟାପିଟାଲ୍ସ ସପ୍ତମ (୧୩୩ ମିଲିୟନରୁ  ୧୩୧ ମିଲିୟନ ଡଲାର), ଗୁଜରାଟ  ଟାଇଟନ୍ସ ଅଷ୍ଟମ (୧୨୦ ମିଲିୟନରୁ ୧୨୪  ମିଲିୟନ ଡଲାର), ପଞ୍ଜାବ କିଙ୍ଗ୍‌ସ ନବମ  (୯୦ ମିଲିୟନରୁ ୧୦୧ ମିଲିୟନ ଡଲାର)  ଏବଂ ଲକ୍ଷେ୍ନø ସୁପର ଜାଏଣ୍ଟସ ଦଶମ  (୮୩ ମିଲିୟନରୁ ୯୧ ମିଲିୟନ ଡଲାର)  ସ୍ଥାନରେ ରହିଛନ୍ତି । ସମସ୍ତ ଫ୍ରାଞ୍ଚାଇଜଙ୍କ  ଭାଲ୍ୟୁ ବୃଦ୍ଧି ପାଇଥିବାବେଳେ କେବଳ  ଦିଲ୍ଲୀର ୧.୫ ପ୍ରତିଶତ ହ୍ରାସ ପାଇଛି ।

  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.