ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଇରାନରେ ନିଶାମୁକ୍ତି କେନ୍ଦ୍ରରେ ଭୀଷଣ ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କ ମୃତ୍ୟୁ, ସେପଟେ ପାକିସ୍ତାନରେ ବିସ୍ଫୋରଣ, ୫ ଜଣଙ୍କ ଜୀବନ ହାନି...

ନୂଆଦିଲ୍ଲୀ: ଇରାନରେ ଆଜି (ଶୁକ୍ରବାର) ଏକ ନିଶାମୁକ୍ତି କେନ୍ଦ୍ରରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏହି ସମୟରେ ୨୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ୧୨ ଜଣ ଆହାତ ମଧ୍ୟ ହୋଇଛନ୍ତି । ଉତ୍ତର ଇରାନର ଗିଲାନ ପ୍ରଦେଶରେ ଥିବା ଓକିଲ କାର୍ଯ୍ୟାଳୟ ଏହି ସୂଚନା ଦେଇଛି । 

ତେବେ ଅଗ୍ନିକାଣ୍ଡର କାରଣ ବିଷୟରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଏହି କେନ୍ଦ୍ରର କ୍ଷମତା ପ୍ରାୟ ୪୦ ଜଣ ବୋଲି କୁହାଯାଉଛି । ଏହି ଘଟଣା ପରେ ଇରାନରେ ଚିକିତ୍ସା କେନ୍ଦ୍ରର ବିପଦ ଆହୁରି ବୃଦ୍ଧି ପାଇଥିବା ଦର୍ଶାଉଛି । ତଥାପି ଏହା ପ୍ରତି ଧ୍ୟାନ ଦିଆଯାଉ ନାହିଁ । 

ସେହିଭଳି ଶୁକ୍ରବାର ଦିନ ପାକିସ୍ତାନର ଡେରା ଇସମାଇଲ ଖାନ ଜିଲ୍ଲାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ସମୟରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ । ଜିଲ୍ଲାର ପୋଣ୍ଡା ବଜାର ନିକଟ ଟ୍ୟାଙ୍କ ବେସରେ ବିସ୍ଫୋରଣ ପରେ ନିକଟସ୍ଥ ଡାକ୍ତରଖାନାରେ ଜରୁରୀକାଳୀନ ପଦକ୍ଷେପ ନିଆଯାଇଛି । ପ୍ରାରମ୍ଭିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିସ୍ଫୋରକ ଉପକରଣ ଏକ ମୋଟରସାଇକେଲରେ ଲଗାଯାଇଥିଲା । ଘଟଣାସ୍ଥଳରେ ଗୁଳିମାଡର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା । ବିସ୍ଫୋରଣ ପରେ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଆଇନ ଶୃଙ୍ଖଳା ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ।

Copyright © 2022 - Summa Real Media Private Limited. All Rights Reserved.