ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଉତ୍ତର ପୂର୍ବ ଲେବାନନରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍, ୩ ଆହତ…

ନୂଆଦିଲ୍ଲୀ: ଇସ୍ରାଏଲ୍ ଏବଂ ଲେବାନନ୍ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି । ଶନିବାର ମଧ୍ୟରାତ୍ରୀରେ ଉତ୍ତର-ପୂର୍ବ ଲେବାନନରେ ଇସ୍ରାଏଲ୍ ଏୟାର ଷ୍ଟ୍ରାଇକ୍ କରିଛି । ଏହି ଆକ୍ରମଣରେ ତିନି ଜଣ ଆହତ ହୋଇଛନ୍ତି । ଇସ୍ରାଏଲର ଏହି ଏୟାର ଷ୍ଟ୍ରାଇକ୍ ଲେବାନନ୍ ଆତଙ୍କବାଦୀ ସଂଗଠନ ହିଜବୁଲାର ଗଡ଼ ବାଲବେକ୍ ସହରରେ କରାଯାଇଛି । ବାଲବେକ ମେୟର ବାଚିର ଖୋଦର ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି । ପ୍ରକୃତରେ, ଏହି ଆକ୍ରମଣ ପୂର୍ବରୁ ଲେବାନନ୍ କହିଛି ଯେ ଏହା ଇସ୍ରାଏଲର କେଫର୍ ବ୍ଲୁମ୍ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ଦୁଇଟି ଡ୍ରୋନ୍ ବ୍ୟବହାର କରାଯାଇଥିଲା । 

ଇସ୍ରାଏଲ ସେନା ଏହାର ବିବୃତ୍ତିରେ କହିଛି ଯେ, ହିଜବୁଲ ଦ୍ୱାରା ସାମରିକ କାର୍ଯ୍ୟକଳାପରେ ବ୍ୟବହୃତ ଏକ ଠିକଣା ଉପରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଲେବାନନ୍ ଇସ୍ରାଏଲ୍ ଉପରେ ପ୍ରାୟ ୫୦ ଟି ରକେଟ୍ ଗୁଳି ଚଳାଇଥିଲା, ସେଥିମଧ୍ୟରୁ କିଛି ବାୟୁରେ ନଷ୍ଟ ହୋଇଯାଇଥିଲା ଏବଂ କିଛି ଖୋଲା ଅଞ୍ଚଳରେ ପଡିଯାଇଥିଲା।

ଏହାପୂର୍ବରୁ ମାର୍ଚ୍ଚ ୧୨ ରେ ଇସ୍ରାଏଲ ବାଲବେକ ସହର ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଏହି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଥିଲେ । ସେବେଠାରୁ ଇସ୍ରାଏଲ ଏବଂ ହିଜବୁଲ ମଧ୍ୟରେ ତିକ୍ତତା ଜାରି ରହିଛି। ସୂଚନାଥାଉକି,ଯେ ହିଜବୁଲ ହାମାସର ଆତଙ୍କବାଦୀଙ୍କୁ ସମର୍ଥନ କରୁଛି। ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଆରମ୍ଭରୁ ହିଜବୁଲ ଇସ୍ରାଏଲର ସାମରିକ ପୋଷ୍ଟ ଉପରେ ଆକ୍ରମଣ କରିଆସୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.