ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇସ୍ରାଏଲ ଆକ୍ରମଣରେ ଜାତିସଂଘର ଭାରତୀୟ କର୍ମଚାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୪/୫: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାରେ ନାଁ ଧରୁନି । ବର୍ତ୍ତମାନ ଏହି ଯୁଦ୍ଧରେ ମିଳିତ ଜାତିସଂଘ କର୍ମଚାରୀଙ୍କ ଜୀବନ ମଧ୍ୟ ଯିବାରେ ଲାଗିଛି। ତେବେ ମିଳିତ ଜାତିସଂଘରେ କାମ କରୁଥିବା  ଜଣେ ଭାରତୀୟଙ୍କ ଏବେ ଏହି ଆକ୍ରମଣ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି।  ସୋମବାର ସକାଳେ ସେ ଗାଜା ସହରର ରାଫା ଅଞ୍ଚଳରେ ଯାତ୍ରା କରୁଥିବା ବେଳେ ତାଙ୍କ ଗାଡି ଉପରେ ଆକ୍ରମଣ ହୋଇଥିଲା।  ମୃତକ ଜାତିସଂଘର ସୁରକ୍ଷା ଓ ନିରାପତ୍ତା ବିଭାଗର କର୍ମଚାରୀ ଥିଲେ । ତାଙ୍କର ପରିଚୟ ସାର୍ବଜନୀନ କରାଯାଇନ ଥିବା ବେଳେ କେବଳ ସେ ଭାରତୀୟ ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ, ଗତ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ସଂଘର୍ଷ ପରଠୁ ରାଫାରେ ଏହି ଭାରତୀୟ କର୍ମଚାରୀଙ୍କ ମୃତ୍ୟୁ ପ୍ରଥମ  ଘଟଣା ଅଟେ । ଏହି ଆକ୍ରମଣରେ ଆଉ ଜଣେ ଡିଏସଏସ କର୍ମଚାରୀ ଆହତ ହୋଇଛନ୍ତି । ତେବେ ମିଳିତ ଜାତିସଂଘର ଏହି କର୍ମଚାରୀମାନେ ଗୋଟିଏ ଗାଡିରେ ରାଫା ସ୍ଥିତ ୟୁରୋପୀୟ ହସ୍ପିଟାଲକୁ ଯାଉଥିଲେ । ଏତିକି ବେଳେ ରାଫାରେ ଆକ୍ରମଣ ହୋଇଥିଲା ଫଳରେ ତାଙ୍କର ଗାଡି ଏହି ଆକ୍ରମଣର ଶିକାର ହୋଇଥିଲା ।

ତେବେ ଜାତିସଂଘର ମହାସଚିବ  ଏହି ଘଟଣାକୁ ନିନ୍ଦା କରିବା ସହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏକ ବିବୃତ୍ତି ଜାରି କରି ଏହି ଆକ୍ରମଣର  ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଗାଜାରେ ଜାରି ରହିଥିବା ଆକ୍ରମଣରେ କେବଳ ସାଧାରଣ ନାଗରିକଙ୍କ ଜୀବନ ଯାଉନି ବରଂ ଏଥିରେ ସେଠାରେ ମାନବୀୟ ସହାୟତା ଯୋଗାଇ ଦେଉଥିବା  କର୍ମଚାରୀଙ୍କ ମୃତ୍ୟୁ ହେଉଛି । ତେଣୁ ତୁରନ୍ତ ଗାଜାରେ ଅସ୍ତ୍ରବିରତି ଲାଗୁ କରି ବନ୍ଧକମାନଙ୍କୁ ମୁକ୍ତ କରିବାକୁ ଜାତିସଂଘ ମହାସଚିବ ଅପିଲ୍ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.