ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ସିରିଆର ଆଲେପ୍ପୋ ସହରରେ ଏୟାର ଷ୍ଟ୍ରାଇକ୍ କଲା ଇସ୍ରାଏଲ, ୩୮ ମୃତ

Published By : Tapas Panda | March 29, 2024 4:18 PM

Image Courtesy: timesofindia

ଜେରୁସାଲେମ: ଇସ୍ରାଏଲ ସେନା ସିରିଆରେ ଭୀଷଣ ଆକ୍ରମଣ କରିଛି । ସିରିଆର ଉତ୍ତରରେ ଥିବା ସହର ଆଲେପ୍ପୋରେ ଶୁକ୍ରବାର ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ୍‌ କରାଯାଇଛି । ଆଉ ଏହି ଆକ୍ରମଣରେ ୩୮ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ୫ ଜଣ ଆତଙ୍କବାଦୀ ସାମିଲ ଅଛନ୍ତି । ଏହା ସହ ସିରିଆରେ ଅନେକ ସଂପତ୍ତି ଧ୍ବଂସ ହୋଇଛି । ସେପଟେ ସିରିଆର ସରକାରୀ ମିଡିଆ ଦେଇଥିବା ତଥ୍ୟ ଅନୁସାରେ, ଇସ୍ରାଏଲ ଆଲେପ୍ପୋ ଏବଂ ଏହାର ଆଖାପାଖ ଜନବସତି ଉପରେ ଆକ୍ରମଣ କରିଛି । 

 ଯୁଦ୍ଧ ସ୍ଥିତି ଉପରେ ନଜର ରଖୁଥିବା ବ୍ରିଟେନ୍‌ର ଏକ ସଂସ୍ଥା ‘ସିରିଆ ଅବଜର୍ଭେଟୋରି ଫର ହ୍ୟୁମାନ୍‌ ରାଇଟସ୍‌’ ପକ୍ଷରୁ କୁହାଯାଇଛି, ଆଲେପ୍ପୋର ଦକ୍ଷିଣରେ ଥିବା ଏକ ଛୋଟ ସହରରେ ଲେବାନନ୍‌ର ହିଜବୁଲ୍ଲା ଆତଙ୍କବାଦୀ ସଂଗଠନର ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି ଇସ୍ରାଏଲ । ଆକ୍ରମଣର ଦୁଇ ଘଣ୍ଟା ପରେ ବି ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା । ସେପଟେ ଆକ୍ରମଣକୁ ନେଇ ଇସ୍ରାଏଲ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ ।

 ଇସ୍ରାଏଲ ପ୍ରାୟତଃ ସିରିଆରେ ଥିବା ଇରାନ ସହ ସଂପର୍କିତ ଠିକଣା ଉପରେ ଆକ୍ରମଣ କରିଥାଏ । ହେଲେ ଏନେଇ ଇସ୍ରାଏଲ ସ୍ବୀକାର କରେ ନାହିଁ । ଏହା ପୂର୍ବରୁ ଗୁରୁବାର ସିରିଆର ରାଜଧାନୀରେ ଏୟାର ଷ୍ଟ୍ରାଇକରେ ଦୁଇ ଜଣ ନାଗରିକ ଆହତ ହୋଇଥିବା ନେଇ ଦେଶର ସରକାରୀ ମିଡିଆ ରିପୋର୍ଟ ପ୍ରକାଶ କରିଥିଲା । ଅନ୍ୟପଟେ ହିଜବୁଲ୍ଲା ସଂଗଠନର ସଶସ୍ତ୍ର ଆତଙ୍କବାଦୀ ସିରିଆରେ ନିଜର ଉପସ୍ଥିତି ଜାହିର କରିଆସିଛନ୍ତି । କାରଣ ଏମାନେ ସିରିଆ ସେନାକୁ ସହଯୋଗ କରୁଛନ୍ତି । 

 ସିରିଆର ସବୁଠୁ ବଡ଼ ସହର ତଥା କେବେ ଏହାର ବାଣିଜ୍ୟିକ କେନ୍ଦ୍ର ଥିବା ଆଲେପ୍ପୋରେ ପୂର୍ବରୁ ବହୁବାର ଆକ୍ରମଣ ହୋଇସାରିଛି । ପ୍ରାୟ ୫ ମାସ ହେଲା ଗାଜାରେ ଯୁଦ୍ଧ ଜାରି ରହିଥିବା ବେଳେ ଲେବାନନ ଇସ୍ରାଏଲ ସୀମାରେ ହିଜବୁଲ୍ଲା ଏବଂ ଇସ୍ରାଏଲ ସେନା ମଧ୍ୟରେ ସଂଘର୍ଷ ଲାଗି ରହିଛି । ଫଳରେ ସିରିଆରେ ମଧ୍ୟ ଆକ୍ରମଣର ମାତ୍ରା ବଢ଼ିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.