ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ତାଙ୍କ ନଜର ଏବେ ଆମ ମାଟି ଉପରେ’, ଇସ୍ରାଏଲ ସହିତ ଲଢିବାକୁ ପ୍ରସ୍ତୁତ ଆଉ ଏକ ମୁସଲିମ୍ ରାଷ୍ଟ୍ର

ନୂଆଦିଲ୍ଲୀ,୧୬।୫: ୟୁରୋଶିୟାର ମୁସଲିମ୍ ବହୁଳ ଦେଶ ତୁର୍କୀର ରାଷ୍ଟ୍ରପତି ରେସେପ ତୈୟେପ୍ ଏର୍ଦୋଗନ ଇସ୍ରାଏଲକୁ ନେଇ ବଡ ବିପଦ ଆଡକୁ ଇଶାରା ଦେଇଛନ୍ତି। ବୁଧବାର ଏର୍ଦୋଗନ୍‌ କହିଛନ୍ତି, ଇସ୍ରାଏଲର ନଜର ଏବେ ତୁର୍କୀ ଉପରେ ରହିଛି। ଅଙ୍କାରାରେ ତୁର୍କୀ ସଂସଦକୁ ସମ୍ବୋଧିତ କରି ଏର୍ଦୋଗନ କହିଛନ୍ତି, ଇସ୍ରାଏଲର ନଜର ଏବେ ତୁର୍କୀ ଉପରେ ରହିଛି। ଯଦି ଇସ୍ରାଏଲକୁ ରୋକା ନଯାଏ ତେବେ ତା’ର ଆଗାମୀ ଟାର୍ଗେଟ ତୁର୍କୀ ହେବ। 

ରାଷ୍ଟ୍ରପତି ଏର୍ଦୋଗନ୍  ଏହା ମଧ୍ୟ କହିଛନ୍ତି ଯେ, ଇସ୍ରାଏଲ ସହ ଲଢେଇ କରି ହମାସ   ତୁର୍କୀର ରକ୍ଷା କରୁଛି। ୭ ଅକ୍ଟୋବରରେ ହମାସର ଇସ୍ରାଏଲ ଉପରେ ଆକ୍ରମଣ ପରେ ଇସ୍ରାଏଲ ସେନା ଲଗାତାର ଗାଜାରେ ଆକ୍ରମଣ କରୁଛି। ଏହି ସମୟରେ ବହୁବାର ତୁର୍କୀ ରାଷ୍ଟ୍ରପତି ହମାସର ସମର୍ଥନ କରୁଛନ୍ତି ଓ ଇସ୍ରାଏଲକୁ ଗାଜାରେ ନରସଂହାରର ଦୋଷୀ ବୋଲି ଘୋଷଣା କରିଛି।

ବୁଧବାର ସଂସଦକୁ ସମ୍ବୋଧିତ କରି ଏର୍ଦୋଗାନ କହିଛନ୍ତି,ଇସ୍ରାଏଲ  ନା କେବଳ ଗାଜାରେ ପାଲେଷ୍ଟାଇନ୍ ଉପରେ ଆକ୍ରମଣ କରୁଛି ତାହା ନୁହେଁ ବଂର ଆମ ଉପରେ ମଧ୍ୟ ଆକ୍ରମଣ କରୁଛି। ହମାସ ଗାଜାରେ ଅନାତୋଲିୟାର ଅଗ୍ରୀମ ପଙ୍କ୍ତିକୁ ରକ୍ଷା କରୁଛି’ ଉଲ୍ଲେଖନୀୟ ଯେ, ୟୁରୋପ ଓ ଏସିଆ ମହାଦେଶ ଭତରେ ରହିଛି ତୁର୍କୀ। ଏଥିପାଇଁ ଏସିଆ ପଟ ଭାଗକୁ ଅନାତୋଲିୟା ଓ ୟୁରୋପୀୟ ଭାଗକୁ ଥ୍ରେସ୍ କୁହାଯାଏ। ତୁର୍କୀ ନାଟୋର ସଦସ୍ୟ ରାଷ୍ଟ୍ର। ତୁର୍କୀ ରାଷ୍ଟ୍ରପତିଙ୍କ ମନ୍ତବ୍ୟ ଏଭଳି ସମୟରେ ଆସିଛି, ଯେତେବେଳେ ଦୁଇ ଦେଶ ଭିତରେ ଦ୍ବିପାକ୍ଷିକ ସମ୍ପର୍କ ହ୍ରାସ ପାଇଛି। ତୁର୍କୀ ଚଳିତ ମାସ ଆରମ୍ଭରୁ ଇସ୍ରାଏଲ ସହିତ ସବୁ ପ୍ରକାର ବାଣିଜ୍ୟ କାରବାର ରୋକିଦେଇଛି ଓ ଗାଜା ପଟିରେ ମାନବୀୟ ସହାୟତା ଜାରି ରଖିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.