ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ସୈନିକଙ୍କୁ ସାକ୍ଷାତ କଲେ ନେତାନ୍ୟାହ୍ୟୁ; କହିଲେ,'ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରିବ ଇସ୍ରାଏଲ'

ତେଲ୍‌ ଅଭିବ,୧୪/୧୧: ହମାସ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସୋମବାର ଇସ୍ରାଏଲର କାରାକାଲ ବାଟାଲିଅନର ସୈନିକମାନଙ୍କ ସହ କଥା ହୋଇଥିଲେ। ଏହି ସାକ୍ଷାତକାର ସମୟରେ, ସେ ହମାସ ସହିତ ଦୀର୍ଘ ଦିନର ବିବାଦ ପାଇଁ ଇସ୍ରାଏଲର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରଖିବା ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ, ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ସୃଷ୍ଟି ହୋଇଥିବା ବିପଦକୁ ସମାପ୍ତ କରିବା ପାଇଁ ଏହି ଯୁଦ୍ଧ ଏକ ନିରନ୍ତର ପ୍ରୟାସ। 

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, 'ମୋ ପାଇଁ ଏହା ଏକ ଲୋକ ଦେଖାଣିଆ ସାକ୍ଷାତକାର ନୁହେଁ, ବରଂ ଏହା ମୁଁ ହୃଦୟ ଏବଂ ମନରୁ କରୁଛି। ଯଦି ଆମେ ହମାସ୍‌କୁ ହଟାଇବୁ ନାହିଁ, ତେବେ ପୂଣି ସେମାନଙ୍କ ରୁପ ଦେଖାଇବେ। ସୂଚନାଥାଉକି, ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ନେତାନ୍ୟାହୁଙ୍କୁ ଦାୟୀ କରାଯାଇଥିଲା, ସେତେବେଳେ ସେ ହମାସ ଉପରେ ବିଜୟ ହାସଲ କରିବା ପାଇଁ ଦେଶକୁ ଏକଜୁଟ ହେବା ଜରୁରୀ ବୋଲି କହି ଯୁଦ୍ଧ ଘୋଷଣା କରିଥିଲେ।

ପଢ଼ନ୍ତୁ: APEC ସମ୍ମିଳନୀରେ ଜିନପିଙ୍ଗଙ୍କୁ ଭେଟିବେ ବାଇଡେନ୍‌ , ଯୋଗ ଦେବେନି ଭ୍ଲାଦିମିର ପୁଟିନ

ଦେଶ ଏକ୍‌ଜୁଟ୍‌ ହେବା ଆବଶ୍ୟକ: ନେତାନ୍ୟାହ୍ୟୁ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମକୁ, ଗୋଟିଏ ଉଦ୍ଦେଶ୍ୟରେ ଦେଶକୁ ଏକଜୁଟ କରି ବିଜୟ ହାସଲ କରିବାକୁ ପଡ଼ିବ। ଏହାରି ଭିତରେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଏକ ଫଟୋରେ ଆଇଡିଏଫର ଗୋଲାନି ବ୍ରିଗେଡର ସୈନିକମାନଙ୍କୁ ଗାଜା ସହରର ସଂସଦ ଭବନ ଉପରେ କବ୍‌ଜା ପରେ ଦେଖିବାକୁ ମିଳିଥିଲା। ଟାଇମ୍ସ ଅଫ୍ ଇସ୍ରାଏଲ୍ ରିପୋର୍ଟ ଅନୁଯାୟୀ, ୨୦୦୭ ମସିହାରୁ ହମାସ ଅଧୀନରେ ଥିବା ପାଲେଷ୍ଟାଇନ ବିଧାନ ପରିଷଦ ବିଲ୍ଡିଂ ଉପରେ ଇସ୍ରାଏଲ୍ ସୈନ୍ୟମାନେ ନିୟନ୍ତ୍ରଣ ହାସଲ କରିଆସିଛନ୍ତି। ଇସ୍ରାଏଲ ସେନା ସୋମବାର ମଧ୍ୟ କହିଛି ଯେ, ଏହା ଗାଜାର ଅଲ-କୁଡସ୍ ହସ୍ପିଟାଲରେ ସାଧାରଣ ନାଗରିକଙ୍କ ମଧ୍ୟରେ ହମାସ୍ ଆତଙ୍କୀଙ୍କ ଏକ ଗୋଷ୍ଠୀ ଉପରକୁ ଟାର୍ଗେଟ କରିଛି। 

ଇସ୍ରାଏଲ ସୈନିକଙ୍କ ଉପରେ ଆକ୍ରମଣ:

ଆଇଡିଏଫ୍ ଅନୁଯାୟୀ, ହମାସ୍‌ ଆତଙ୍କୀମାନେ ହସ୍ପିଟାଲର ପ୍ରବେଶ ପଥରୁ ଇସ୍ରାଏଲ ସୈନିକଙ୍କ ଉପରକୁ ଗୁଳି ଚଳାଇଥିଲେ। ପାଲେଷ୍ଟାଇନ ପକ୍ଷରୁ, ଅଧିକୃତ ଓ୍ବେଷ୍ଟବ୍ୟାଙ୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗାଜା ପାଇଁ ପରିସଂଖ୍ୟାନ ପ୍ରଦାନ କରିଥିଲା। ଖବର ମୁତାବକ, ଅକ୍ଟୋବର ୭ ତାରିଖରୁ ଇସ୍ରାଏଲ ଆକ୍ରମଣରେ ପାଲେଷ୍ଟାଇନ୍‌ର ୧୧,୧୮୦ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ  ୪,୬୦୯ ଶିଶୁ  ଓ ୩,୧୦୦ ମହିଳାଙ୍କର ମଧ୍ୟ ଜୀବନ ଯାଇଛି। ଏହି ଆକ୍ରମଣରେ ୨୮୨୦୦ ଲୋକ ଆହତ ହୋଇଛନ୍ତି।

You can also read: ବନ୍ଧକଙ୍କୁ ଛାଡ଼ିଲେ ଅସ୍ତ୍ରବିରତି ପାଇଁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଦେଲେ ସଂକେତ, ଗାଜାର ୩୬ରୁ ୨୦ ହସ୍ପିଟାଲ୍ ବନ୍ଦ


  • Israel Hamas war
  • Copyright © 2022 - Summa Real Media Private Limited. All Rights Reserved.