ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

ଏଠି କ୍ରିକେଟ ଖେଳିବା ମନା, ସହରର ସମସ୍ତ ଖେଳ ପଡିଆ ଉପରେ ପୋଲିସର ନଜର...

ନୂଆଦିଲ୍ଲୀ : କ’ଣ ଆପଣ କେବେ ଶୁଣିଛନ୍ତି କି କ୍ରିକେଟ୍ ଖେଳିବାକୁ ନେଇ କାହାକୁ ଜରିମାନା ହୋଇପାରେ ? ହଁ ଆଜ୍ଞା ଇଟାଲୀର ମୋନଫାଲକୋନ ସହରରେ ଏଭଳି ଏକ ବାସ୍ତବତା ରହିଛି । ଯଦି ଏହି ସହରରେ କୌଣସି ବ୍ୟକ୍ତିକୁ କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳେ, ତେବେ ତାଙ୍କ ଉପରେ ୧୦୦ ୟୁରୋ (ପ୍ରାୟ ୯୨୦୦ ଟଙ୍କା) ଜରିମାନା ଆଦାୟ ପାଇଁ ବ୍ୟବସ୍ଥା କରାଯାଇଛି । ଆଉ ଏଥିପାଇଁ ସହରର ସମସ୍ତ ପ୍ରମୁଖ ପଡିଆରେ ସିସିଟିଭି ଖଞ୍ଜା ଯାଇଛି, ଯାହା ଦ୍ବାରା ସ୍ଥାନୀୟ ଅଞ୍ଚଳରେ କ୍ରିକେଟ୍ ଖେଳାଯାଉଛି କି ନାହିଁ ପୋଲିସ ସିସିଟିଭି ଉପରେ ନଜର ରଖି ପାରିବ ।

ସୂଚନାଥାଉକି, ଇଟାଲୀ ସହର ମୋନଫାଲକୋନର ସମୁଦାୟ ଜନସଂଖ୍ୟା ୩୦ ହଜାର । ଏଥି ମଧ୍ୟରୁ ଏକ ତୃତୀୟାଂଶ ବିଦେଶୀ ପ୍ରବାସୀ । ଆଉ ସେମାନଙ୍କ ମଧ୍ୟରୁ ଅଧିକାଂଶ ବାଂଲାଦେଶୀ ମୁସଲମାନ । ଏଥିରୁ ସ୍ପଷ୍ଟ ଯେ ବାଂଲାଦେଶରେ କ୍ରିକେଟ୍ ପ୍ରତି ଅଧିକ ଆଗ୍ରହ ରହିଥାଏ । ୧୯୯୦ ମସିହାରେ ସେମାନେ କ୍ରୁଜ୍ ଜାହାଜ ନିର୍ମାଣ ପାଇଁ ଶ୍ରମିକ ଭାବରେ ଏଠାକୁ ଆସିଥିଲେ । ଧୀରେ ଧୀରେ ସେମାନଙ୍କର ଜନସଂଖ୍ୟା ଏଠାରେ ବୃଦ୍ଧି ପାଇବାରେ ଲାଗିଲା । ଆଉ ଏହା ପରେ ସ୍ୱାଭାବିକ ଭାବରେ ସେମାନେ ଏଠାରେ କ୍ରିକେଟ୍ ଖେଳିବା ଏବଂ ସର୍ବସାଧାରଣ ସ୍ଥାନରେ ନମାଜ ପାଠ କରିବା ଆରମ୍ଭ କରିଥିଲେ । ଏସବୁ ସ୍ଥାନୀୟ ଲୋକଙ୍କ ପାଇଁ ଏକ ବିପଦ ସୃଷ୍ଟି କରିଥିଲା ଯେ, ଯଦି ଏହି ବାଂଲାଦେଶୀମାନେ ଏହିପରି ଆସନ୍ତି ତେବେ ସହରର ସାଂସ୍କୃତିକ ପରିଚୟ ବିପଦରେ ପଡ଼ିବ। ତେବେ ଏହାକୁ ବିରୋଧ କରିବା ପାଇଁ ଦକ୍ଷିଣପନ୍ଥୀ ଲିଗ୍ ପାର୍ଟିର ନେତା ଆନ୍ନା ମାରିଆ ସିସିନ୍ ଏହି ପ୍ରସଙ୍ଗରେ ପ୍ରତିଦ୍ୱନ୍ଦ୍ୱିତା କରି ନିର୍ବାଚନରେ ଜିତିଥିଲେ । ପ୍ରବାସୀ ବିରୋଧୀ ମନୋଭାବର ପୃଷ୍ଠଭୂମିରେ ସେ ନିଜ ସହରକୁ ଏହି ସମସ୍ତ ବିଦେଶୀ ସଂସ୍କୃତିରୁ ରକ୍ଷା କରିବା ଏବଂ ଇସାଇ ମୂଲ୍ୟବୋଧକୁ ରକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏକ ଜାତୀୟ ଏଜେନ୍‌ସି ସହ କଥାବାର୍ତ୍ତା କରି ମେୟର କହିଛନ୍ତି ଯେ ଯଦି ଏଭଳି ହୁଏ ତେବେ, ଏଠାରେ ଆମର ଇତିହାସ ଲିଭି ଯିବ ।  ତେଣୁ ବାଂଲାଦେଶୀ ମୁସଲମାନ ମାନଙ୍କ ପ୍ରତୀକ ଭାବରେ ଏହାକୁ ବିରୋଧ କରି କ୍ରିକେଟ୍ ଖେଳିବାକୁ ବାରଣ କରାଯାଇଛି।

ସୂଚନାଥାଉକି, ଇଟାଲୀରେ ନିକଟବର୍ତ୍ତୀ ଫିନସେଣ୍ଟେରି ସିପିୟାର୍ଡ ଅଛି, ଯାହା ୟୁରୋପରେ ସର୍ବ ବୃହତ ଏବଂ ବିଶ୍ବର ବୃହତ୍ତମ ଜାହାଜ କାରଖାନା ମଧ୍ୟରେ । ଏହାର ଅପରେଟର ମାନେ ଜାହାଜ ନିର୍ମାଣ ପାଇଁ ବିଦେଶୀ ଶ୍ରମିକଙ୍କ ଉପରେ ଅଧିକ ନିର୍ଭର କରନ୍ତି କାରଣ ସେମାନେ ସ୍ଥାନୀୟ ଶ୍ରମିକଙ୍କ ତୁଳନାରେ ଶସ୍ତା ଏବଂ ଅଧିକ ଦକ୍ଷ ଅଟନ୍ତି । ତେଣୁ ଜାହାଜ ଶ୍ରମିକରେ ବିଦେଶୀ ଶ୍ରମିକ, ବିଶେଷକରି ବାଂଲାଦେଶୀ ମାନେ ନିଯୁକ୍ତ ହୁଅନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.