ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିନା ଅନୁମତିରେ 'ଭିଡୁ' କହିବା ପଡିବ ମହଙ୍ଗା,ଦିଲ୍ଲୀ ହାଇକୋର୍ଟ ଗଲେ ଜ୍ୟାକି

ମୁମ୍ବାଇ,୧୪/୫: ବଲିଉଡର ଭେଟେରାନ ଅଭିନେତା ଜ୍ୟାକି ଶ୍ରଫଙ୍କ 'ଭିଡୁ' ଡାଇଲଗ କହିବା ପଡିବ ମହଙ୍ଗା । 'ସୁରକ୍ଷା ଏବଂ ବ୍ୟକ୍ତିତ୍ବ ଅଧିକାର' ଅଧିନରେ  'ଭିଡୁ' ଶବ୍ଦର ବ୍ୟବହାର ଉପରେ ଅଭିନେତା ଦିଲ୍ଲୀ ହାଇକୋର୍ଟରେ ଅନେକ ଅନୁଷ୍ଠାନ ବିରୋଧରେ ମାମଲା ରୁଜୁ କରିଛନ୍ତି। 

ଜ୍ୟାକିଙ୍କ ଆବେଦନ ଅନୁଯାୟୀ,ସେ ତାଙ୍କ ନାମ, ଫଟୋ ଏବଂ ବିଡୁ ଶବ୍ଦର ବ୍ୟବହାର ଉପରେ ଦିଲ୍ଲୀ ହାଇକୋର୍ଟରୁ ଅଥରିଟି ଚାହୁଁଛନ୍ତି। ସେ ୧୪ ମଇ ଅର୍ଥାତ ଆଜି ଏହି ଆବେଦନ କରିଥିଲେ। ବିନା ଅନୁମତିରେ ତାଙ୍କ ନାମ, ଫଟୋ, ସ୍ୱର ଏବଂ ଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ 2 କୋଟି ଟଙ୍କା ଜୋରିମାନା ଲାଗୁ ହେଉ ବୋଲି ସେ ମାମଲା ରୁଜୁ କରୁଛନ୍ତି । ହାଇକୋର୍ଟ ବର୍ତ୍ତମାନ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସମନ ଜାରି କରିଛନ୍ତି ଏବଂ ଏପରି ସମସ୍ତ ଲିଙ୍କ ହଟାଇବାକୁ MEITY କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠାରେ ଅଭିନେତାଙ୍କ ବ୍ୟକ୍ତିଗତ ଅଧିକାରକୁ ଅନୌପଚାରିକ ଭାବେ ବ୍ୟବହାର କରାଯାଇଛି। ଆଗ ନିଷ୍ପତି କୋର୍ଟ ମେ ୫ରେ ନେବେ। 

ଜ୍ୟାକିଙ୍କ ଓକିଲ ପ୍ରବୀଣ ଆନନ୍ଦ କୋର୍ଟକୁ କହିଛନ୍ତି ଯେ, ଏମିତି କରିକି ଅଭିନେତାଙ୍କ ପରିଚୟକୁ ଖରାପ କରାଯାଉଛି । ମିମ୍ସରେ ତାଙ୍କ ନାମର ଅପବ୍ୟବହାର କରୁଛନ୍ତି। ଏଥିପାଇଁ ଅଭିନେତା ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି। ଅଭିନେତା ଅଲଗା ଅଲଗା ନାମ ଜ୍ୟାକି ଶ୍ରଫ, ଜ୍ୟାକି, ଜଗୁ ଦାଦା ଓ ଭିଡୁ ଭଳି ଆଦି ନାମକୁ କୌଣସି ବି ପ୍ଲାଟଫର୍ମରେ ବ୍ୟବହାର କରା ନ ଯିବା ପାଇଁ ରୋକ ଲଗାଇଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.