ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଶ୍ୱ ଅରଣ୍ୟ ଦିବସରେ ଶ୍ରେଷ୍ଠ ବନାଞ୍ଚଳ ଅଧିକାରୀ ଭାବେ ଜଗନ୍ନାଥ ବିଷୋୟୀ ପୁରସ୍କୃତ

ମାଲକାନଗିରି,୨୧/୩ : ବିଶ୍ୱ ଅରଣ୍ୟ ଦିବସ ଅବସରରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ବନାଞ୍ଚଳକୁ ମିଳିଛି ରାଜ୍ୟସ୍ତରରେ ଶ୍ରେଷ୍ଠ ପୁରସ୍କାର। ଆଜି ଭୁବନେଶ୍ୱର ଜୟଦେବ ଭଵନରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ଅରଣ୍ୟ ଦିବସ ପାଳନ ଅବସରରେ ଅୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଅତିରିକ୍ତ ମୂଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କଠାରୁ ଏହି ଶ୍ରେଷ୍ଠ ପୁରସ୍କାର ଗ୍ରହଣ କରିଛନ୍ତି ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ। 

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବଣ ବାହିନୀ ମୁଖ୍ୟ ଦେବିଦତ୍ତ ବିଶ୍ୱାଳ, ବନ୍ୟ ପ୍ରାଣୀ ପ୍ରଧାନ ବନ ମୁଖ୍ୟ ସୁଶାନ୍ତ ନନ୍ଦ, ପ୍ରଧାନ ମୂଖ୍ୟ ବନ ସଂରକ୍ଷକ ପ୍ରଫୁଲ ମଲ୍ଲିକ ଉପସ୍ଥିତ ଥିଲେ। ଶ୍ରୀ ବିଷୋୟୀ ମାଲକାନଗିରି ବନାଞ୍ଚଳ ଅଧିକାରୀ ଭାବେ ଥିବାବେଳେ ସେ ଜଙ୍ଗଲ ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖିନୀୟ କାର୍ଯ୍ୟ କରିବା ସହିତ ସତୀଗୁଡା ଓ ଜଦୁଗୁଡା ସବୁଜ ଉଦ୍ୟାନର ଉନ୍ନତି କରିବା ସହ ଏହି ଦୁଇଟି ଇକୋପାର୍କକୁ ରାଜ୍ୟସ୍ତରରେ ପରିଚିତ କରି ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେଇପାରିଥିଲେ। ମାଲକାନଗିରି ବନାଞ୍ଚଳ ଅଧୀନରେ ସେ ସଫଳତାର ବନିକରଣ, ବନ ସୁରକ୍ଷା କମିଟି ଗଠନ କରି ବନରେ ଅତ୍ୟାଧୁନିକ ଶୈଳୀରେ ଅଗ୍ନିକାଣ୍ଡ ରୋକିବା ବ୍ୟବସ୍ଥା କରିଥିଲେ। ଅଳ୍ପ ଦିନ ତଳେ ଶ୍ରୀ ବିଷୋୟୀ ମାଲକାନଗିରିରୁ ସୁନ୍ଦରଗଡ ଜିଲ୍ଲା ବଣେଇ ବନ ବିଭାଗ ଉପଖଣ୍ଡକୁ ସହକାରୀ ବନସଂରକ୍ଷକ ଭାବେ ପଦୋନ୍ନତିରେ ବଦଳି ହୋଇଛନ୍ତି। ରାଜ୍ୟସ୍ତରରେ ମାଲକାନଗିରି ବନାଞ୍ଚଳକୁ ପ୍ରଥମ ଶ୍ରେଷ୍ଠ ପୁରସ୍କାର ମିଳିଥିବାରୁ ମାଲକାନଗିରି ବନ ବିଭାଗରେ ଖୁସିର ଲହରୀ ଖେଳିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.