ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ସେନା ଅଧିକାରୀଙ୍କୁ ମାଡ ମାରିବା ଘଟଣା,ଏସିପିଙ୍କ ଉପରେ ବର୍ଷିଲେ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ

ନୂଆଦିଲ୍ଲୀ,୧୩/୮: ରାଜସ୍ଥାନର ଶିପ୍ରାପଥ ଥାନା ଭିତରେ ତାତିଲେ ସୈନିକ କଲ୍ୟାଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର । ସେନା ଅଧିକାରୀଙ୍କୁ ଥାନାରେ ମାଡ ମାରିବା ଘଟଣାରେ ଏସିପି ସଞ୍ଜୟ ଶର୍ମାଙ୍କ ଉପରେ ବର୍ଷିଥିଲେ ମନ୍ତ୍ରୀ । 

ମନ୍ତ୍ରୀ କହିଛନ୍ତି ଯେ ‘‘ଆପଣ ସେନା ଯବାନଙ୍କୁ କାହିଁକି ଉଲ୍ଲଗ୍ନ କରି ମାଡ ମାରିଲେ ? ଯଦି ଯବାନଙ୍କ ସହ ଏଭଳି ବ୍ୟବହାର କରୁଛନ୍ତି ତେବେ ସାଧାରଣ ଜନତାଙ୍କ ସହ କିଭଳି ବ୍ୟବହାର କରୁଥିବେ? ମୁଁ ଆପଣଙ୍କ ସହ କଥା ହେଉଛି ହେଲେ ଆପଣ ସେଠାରେ କାହା ସହ କଥା ହେଉଛନ୍ତି ? ମୁଁ ଏଠାରେ ଧୈର୍ଯ୍ୟ ଧରି ବସିଛି  । ଯେତେବେଳେ ଆପଣଙ୍କ ସହ କଥା ହେଉଛି ଉତ୍ତର ଦିଅନ୍ତୁ ନଚେତ ସାବଧାନ ରୁହନ୍ତୁ । ସାଧାରଣ ଭଦ୍ରାମି ଆପଣ ଶିଖି ନାହାନ୍ତି ନା ବର୍ଦ୍ଦିର ଅଂହକାର ଦେଖାଉଛନ୍ତି  । ଏଠାରେ କୌଣସି ପ୍ରକାର ଦାଦାଗିରି ଚାଲିନି ତ ? ବୋଲି ପ୍ରଶ୍ନ କରିଥିଲେ ମନ୍ତ୍ରୀ । 

ତେବେ କିଛି ଦିନ ପୂର୍ବରୁ ଶିପ୍ରାପଥ ପୋଲିସ ଏକ ହୁକ୍କା ବାର୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା  । ଏହି ସମୟରେ ଜଣେ ଯବାନଙ୍କୁ ପୋଲିସ ଅଟକ ରଖିଥିଲା ।  ଏନେଇ ସେହି ଯବାନଙ୍କ ଜାମିନ ପାଇଁ ସେଠାରେ ପହଞ୍ଚିଥିବା କାଶ୍ମୀରର  ଯବାନ ଅରବିନ୍ଦ ସିଂଙ୍କୁ ପୋଲିସ ଉଲଗ୍ନ କରି ମାଡ ମରାଯାଇଥିଲା ବୋଲି ସୂଚନା ମିଳିଛି  ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.