ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ବ୍ରିଟେନ NSAଙ୍କୁ ଭେଟିଲେ ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ଆହ୍ବାନ ଉପରେ ହେଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କର ବ୍ରିଟେନ ପ୍ରତିପକ୍ଷ ତଥା ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଟିମ ବାରୋଙ୍କୁ ଭେଟିଛନ୍ତି । ଏହି ସମୟରେ ଉଭୟ ନେତା ଆଞ୍ଚଳିକ ତଥା ବିଶ୍ବ ସ୍ତରୀୟ ଆହ୍ବାନ ଉପରେ ଆଲୋଚନା କରିଛନ୍ତି । ଜୟଶଙ୍କର ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗକୁ ସମୀକ୍ଷା କରିବା ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ନୂତନ ଉତ୍ସାହ ଦେବା ଲକ୍ଷ୍ୟରେ ବ୍ରିଟେନ ଗସ୍ତରେ ଆସିଛନ୍ତି।

ଜୟଶଙ୍କର X ରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ବ୍ରିଟେନର ଏନଏସଏ (NSA) ଟିମ୍ ବାରୋଙ୍କୁ ଭେଟି ମୁଁ ଅତ୍ୟନ୍ତ ଖୁସି । ଏହି ସମୟରେ ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ଆହ୍ବାନ ଉପରେ ଏକ ଭଲ ଆଲୋଚନା ହୋଇଥିଲା । ସୂଚନାଥାଉକି, ଏହି ସପ୍ତାହ ପୂର୍ବରୁ ଜୟଶଙ୍କର ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ, ନୂତନ ବୈଦେଶିକ ମନ୍ତ୍ରୀ ଡେଭିଡ କେମରନ୍, ପ୍ରତିରକ୍ଷା ମନ୍ତ୍ରୀ ଗ୍ରାଣ୍ଟ ଶାପ୍ସ ଏବଂ ଗୃହମନ୍ତ୍ରୀ ଜେମ୍ସ କ୍ଲିଭରଲିଙ୍କୁ ଭେଟିଥିଲେ।

ସଂସଦ ଗୃହ ନିକଟ ୱେଷ୍ଟମିନିଷ୍ଟର ସେଣ୍ଟ୍ରାଲ ହଲରେ ସୋମବାର ସନ୍ଧ୍ୟାରେ ଭାରତୀୟ ଉଚ୍ଚ ଆୟୋଗ ଦ୍ୱାରା ଏକ ସ୍ୱତନ୍ତ୍ର ଦିୱାଲୀ ସ୍ବାଗତ ସମାରୋହ ଆୟୋଜିତ ହୋଇଥିଲା । ଏଥିରେ ଜୟଶଙ୍କର କହିଛନ୍ତି ଯେ, ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ହେଉଛି ଭାରତ-ବ୍ରିଟେନ ସମ୍ପର୍କର ମୁଖ୍ୟ କେନ୍ଦ୍ର ଏବଂ ଭାରତ ଆଶା କରୁଛି ଯେ ଆଲୋଚନାରେ ଏକ ପରିବର୍ତ୍ତନ ଆସିବ ଯାହା ଉଭୟ ପକ୍ଷ ପାଇଁ କାମ କରିବ ।

 


 

Copyright © 2022 - Summa Real Media Private Limited. All Rights Reserved.