ଜଳେଶ୍ଵର, ୧୭/୦୯ : ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ଶୁଳୁଷା ପାଣ୍ଠ କୋଷ୍ଟ କେନାଲ ସ୍ଲୁଇସ୍ ଗେଟ୍ ପୋଲ। ଫଳରେ ଜାମକୁଣ୍ଡା ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ସୁଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଳକର ଜାମକୁଣ୍ଡା କୋଷ୍ଟ କେନାଲ ସ୍ଲୁଇସ୍ ଗେଟ୍ ପୋଲ ଲଗାଣ ବର୍ଷା ପ୍ରଭାବରେ ଭୁଶୁଡ଼ି ପଡିଛି । ଯେଉଁଥି ପାଇଁ ଜାମକୁଣ୍ଡା ଗାଁ ଭିତରକୁ ଯାତାୟାତ କରିବା ପାଇଁ ଲୋକଙ୍କ ସମସ୍ୟା ହେଉଛି। ଜଳସେଚନ ବିଭାଗ ପକ୍ଷରୁ ବାଲିବସ୍ତା ଆଣି ପକାଯାଉଥିବା ବେଳେ ଯଥାଶୀଘ୍ର ସ୍ଥାୟୀ କାମ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଯଦି ଯଥାଶୀଘ୍ର ଏହାକୁ କାମ କରା ନଯିବ ତେବେ ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ପଶି ଧାନ ଚାଷ ନଷ୍ଟ ହେବ ବୋଲି କହିଛନ୍ତି ଗ୍ରାମବାସୀ।