ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

୪୪ ପ୍ରାର୍ଥୀ ତାଲିକା ପ୍ରକାଶ କରିବାର ଦୁଇ ଘଣ୍ଟା ଭିତରେ ପ୍ରତ୍ୟାହାର କଲା ବିଜେପି; ସାମ୍ନାକୁ ଆସିଲା ସ୍ପେଶାଲ ୧୫ ପ୍ରାର୍ଥୀଙ୍କ ନାଁ

ନୂଆଦିଲ୍ଲୀ,୨୬/୦୮: ସୋମବାର ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ଏକ ନୂତନ ତାଲିକା ପ୍ରକାଶ କରିଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି। ସକାଳେ ବିଜେପି ୪୪ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିବା ବେଳେ ଏବେ ଏହି ନୂଆ ତାଲିକା ପ୍ରକାଶ ପାଇଛି। ତେବେ ପୂର୍ବ ତାଲିକାକୁ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ପ୍ରତ୍ୟାହାର କରାଯାଇଥିଲା। ଏହା ପରେ ତାଲିକାରେ ଉନ୍ନତି ସହିତ ଏହାକୁ ପୁନଃ ପ୍ରକାଶ କରାଯିବ ବୋଲି କୁହାଯାଇଥିଲା।

ସୂଚନାଥାଉକି, ବିଜେପିର ପ୍ରଥମ ତାଲିକା ସକାଳ ପ୍ରାୟ ୧୦ ଟାରେ ପ୍ରକାଶ ପାଇଥିଲା, ପରେ ମଧ୍ୟାହ୍ନ ୧୨ ଟାରେ ଏହାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପରିବର୍ତ୍ତନ ସହିତ ଏକ ନୂତନ ତାଲିକା ପ୍ରକାଶ କରିବା ବିଷୟରେ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହିପରି ଭାବରେ ମାତ୍ର ୨ ଘଣ୍ଟା ମଧ୍ୟରେ ପୂର୍ବ ତାଲିକାକୁ ପ୍ରତ୍ୟାହାର କରାଯାଇଥିଲା। ପୂର୍ବ ତାଲିକା ପ୍ରତ୍ୟାହାର ହେବାର ପ୍ରାୟ ଅଧ ଘଣ୍ଟା ପରେ ଏକ ନୂତନ ତାଲିକା ପ୍ରକାଶ ପାଇଲା, ଯେଉଁଥିରେ ୧୫ ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ପୂର୍ବରୁ ପ୍ରକାଶ ପାଇଥିବା ତାଲିକାରେ ତିନିଟି ପର୍ଯ୍ୟାୟ ପାଇଁ ୪୪ ଜଣ ପ୍ରାର୍ଥୀଙ୍କ ନାଁ ରହିଥିଲା। ନୂତନ ତାଲିକାରେ କେବଳ ପ୍ରଥମ ପର୍ଯ୍ୟାୟ ପାଇଁ ୧୫ ଜଣ ପ୍ରାର୍ଥୀଙ୍କ ନାଁ ରହିଛି।

୮ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ବିଜେପି: 

ବିଜେପି ପକ୍ଷରୁ ପ୍ରକାଶ ପାଇଥିବା ୧୫ ଜଣିଆ ପ୍ରାର୍ଥୀଙ୍କ ନୂଆ ତାଲିକାରେ ୮ ଜଣ ମୁସଲମାନ ପ୍ରାର୍ଥୀଙ୍କୁ ମଧ୍ୟ ଟିକେଟ ଦିଆଯାଇଛି। ଯେଉଁଠାରେ ଏହି ମୁସଲିମ ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି, ସେମାନେ କାଶ୍ମୀର ଉପତ୍ୟକାରେ ଥିବା ଆସନଗୁଡିକରେ ନିର୍ବାଚନ ଲଢ଼ିବେ। ଇଞ୍ଜିନିୟର ସୟଦ ଶୌକତ ମୟୂର ଆନ୍ଦ୍ରାବୀ, ଅରସିଦ ଭଟ୍ଟ, ଜାଭେଦ୍ ଅହମ୍ମଦ କାଦ୍ରି, ମହମ୍ମଦ ରଫିକ୍ ୱାନି, ଆଡଭୋକେଟ୍ ସୟଦ ୱାଜାହତ, ସୋଫି ୟୁସୁଫ୍, ତାରିକ୍ କିନ୍ ଏବଂ ସଲିମ ଭଟ୍ଟ୍‌ଙ୍କୁ ବିଭିନ୍ନ ଆସନରେ ଟିକେଟ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.