ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜମ୍ମୁ-କଶ୍ମୀରରେ ଆତଙ୍କୀ ଆକ୍ରମଣ; ମୋଦୀ ସରକାରଙ୍କ ଉପରେ ବର୍ଷିଲେ ରାହୁଲ୍-ଖଡ୍‌ଗେ

Image source: TV9

ନୂଆଦିଲ୍ଲୀ,୦୯/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ କ୍ୟାବିନେଟ ତୃତୀୟ ଥର ପାଇଁ ରାଷ୍ଟ୍ରୀୟ ଭବନରେ ଶପଥ ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀରର ରିୟାସି ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଯେଉଁଥିରେ ଦଶ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩୩ ଜଣ ଆହତ ହୋଇଥିଲେ। ଆକ୍ରମଣ ପରେ ବସ୍ ଏକ ଖାଲକୁ ପଡ଼ିଯାଇଥିଲା। 

ଅନ୍ୟପକ୍ଷରେ ଏହି ଆତଙ୍କବାଦୀ ଆକ୍ରମଣ ପରେ ରାଜନୈତିକ ଅସନ୍ତୋଷ ତୀବ୍ର ହୋଇଥିବାବେଳେ ନେତାମାନେ ଏହି ଆକ୍ରମଣରେ ନିହତ ହୋଇଥିବା ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଜାମ୍ମୁ କାଶ୍ମୀରର ନେତା ଫାରୁକ୍ ଅବଦୁଲ୍ଲାଙ୍କ ସମେତ ଅନେକ ନେତା ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଏଥି ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଏହି ଆକ୍ରମଣକୁ ନିନ୍ଦା କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ମୋଦୀ ସରକାର ଜାମ୍ମୁ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା କରିବା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ୦ପ୍ରମାଣିତ ହୋଇଛି। ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି ଲଜ୍ଜାଜନକ ଘଟଣା ଜାମ୍ମୁ କାଶ୍ମୀରର ଚିନ୍ତାଜନକ ପରିସ୍ଥିତିର ପ୍ରକୃତ ଚିତ୍ର।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଟୁଇଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଏନଡିଏ ସରକାର ଶପଥ ଗ୍ରହଣ କରୁଥିବାବେଳେ ଅନେକ ଦେଶର ମୁଖ୍ୟମାନେ ମଧ୍ୟ ଏହି ସମାରୋହରେ ସାମିଲ ହୋଇଛନ୍ତି। କିନ୍ତୁ ସେପଟେ ଆତଙ୍କୀ ଆକ୍ରମଣରେ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ଅତି କମରେ ୧୦ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଛି। ସେ କହିଛନ୍ତି ଯେ ଆମ ଲୋକଙ୍କ ଉପରେ ହୋଇଥିବା ଏହି ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ଏବଂ ଆମର ଜାତୀୟ ସୁରକ୍ଷା ପ୍ରତି ଏହି ଉଦ୍ଦେଶ୍ୟମୂଳକ ଅପମାନକୁ ଆମେ ନିନ୍ଦା କରୁଛୁ। ଏଥିସହିତ ପିଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ ଦାବି କରିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.