ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

କୋଣାର୍କ ଶୈଳୀରେ ସଜେଇ ହୋଇଛି ଜନତା ମଇଦାନ, ଭିଭିଆଇପି ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର, ୧୨।୬: କୋଣାର୍କ ମନ୍ଦିର ଚକ ଆକୃତିରେ ସଜେଇ ହୋଇଛି ଶପଥ ଗ୍ରହଣ ଉତ୍ସବ ମଞ୍ଚ । ସଭାସ୍ଥଳରେ ଫୁଲ, ବାହାରେ ଲାଇଟ୍‌ ସଜେଇ ହୋଇଛି । ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ନେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ରମନ୍ତ୍ରୀ ଯୋଗଦେବେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସମସ୍ତ ପ୍ରସ୍ତୁତି ସହ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷାରେ ରହିଛି ଜନତା ମଇଦାନ । ବୁଧବାର ଅପରାହ୍ଣ ୪ଟା ୪୫ରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ । ଏଥିପାଇଁ ମଙ୍ଗଳବାର ରାତି ସୁଦ୍ଧା ପ୍ରଶାସନ ପକ୍ଷରୁ ସବୁ କାର୍ଯ୍ୟ ଶେଷ ହୋଇଛି । ପ୍ରାୟ ୫୦ ହଜାର ଲୋକଙ୍କ ବସିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । 

ମଧ୍ୟାହ୍ନରେ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାଥନନ, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ପୁଲିସ କମିଶନର ସଞ୍ଜିବ ପଣ୍ଡା, ଆଇଜି ପ୍ରବୀନ କୁମାର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ବୁଲି ଦେଖିଛନ୍ତି । ମଞ୍ଚ ନିକଟରେ ୩ଟି ଜର୍ମାନ ହ୍ୟାଙ୍ଗର କରାଯାଇଛି । ପ୍ରଥମ ହ୍ୟାଙ୍ଗରରେ ନିମନ୍ତ୍ରିତ ଅତିଥି ତଥା ବିଭିନ୍ନ ରାଜ୍ୟରୁ ଆସିଥିବା ମୁଖ୍ୟମନ୍ତ୍ରୀ ବସିବେ । ସେହିପରି ବରିଷ୍ଠ ବିଜେପି ନେତାମାନଙ୍କ ବସିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ମଞ୍ଚର ତଳ ଭାଗକୁ ସମ୍ପୂର୍ଣ୍ଣ କୋଣାର୍କ ଆକୃତିରେ ସଜାଯାଇଛି । ଜି-୨୦ ବିଶ୍ୱ ସମ୍ମିଳନୀରେ କୋଣାର୍କ ଚକ ଆକୃତି ସଜା ହୋଇଥିଲା । ଯାହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ମଧ୍ୟ କୋଣାର୍କ ଚକ ଆକୃତିରେ ସଜା ହୋଇଛି । 

ସେହିପରି ଜନତାମଇଦାନ ବାହାରେ ଗଛରେ ମଧ୍ୟ ଲାଇଟ୍‌ ସଜା ହୋଇଛି । ରାଜଭବନରୁ ଶପଥ ଗ୍ରହଣ ଉତ୍ସବସ୍ଥଳ ରାସ୍ତା ସାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲାଗିଛି । ସଭାସ୍ଥଳ ପଡ଼ିଆରେ ବିରାଟ କଟଲେଟ୍‌ ଲଗାଯାଇଛି । ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଲାଇଟ୍‌ ପ୍ରସ୍ତୁତି, ପିଇବା ପାଣି ବ୍ୟବସ୍ଥା ହୋଇଛି । ବିଏମ୍‌ସି ପକ୍ଷରୁ ଆଜି ରାତିରୁ ସଫେଇ ହେବ । ଶପଥ ଗ୍ରହଣ ପରେ ମଧ୍ୟ ସଫେଇକୁ ଗୁରୁତ୍ୱ ଦିଆଯାଇଛି । ସେହିପରି ବିଭିନ୍ନ ଜିଲ୍ଲାରୁ ଆସୁଥିବା ନିମନ୍ତ୍ରିତ ଅତିଥିମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଏଥିପାଇଁ ୬୦ ଜଣ ଓଏସ୍‌ଏସ୍‌ଙ୍କୁ ଦାୟିତ୍ୱ ମିଳିଛି । ସେମାନଙ୍କୁ ସହଯୋଗ କରିବାକୁ ଅତିରିକ୍ତ ୧୦୦ ଅଧିକାରୀ ନିୟୋଜିତ ହେବେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.