ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ଆସୁଛି ଜନ୍ମାଷ୍ଟମୀ, ଜାଣନ୍ତୁ ଏହି ଦିନ କେଉଁ ସମୟରେ କରିବେ ବ୍ରତ, ମିଳିବ ୪ ଗୁଣା ଅଧିକ ସୁଫଳ

ଭୁବନେଶ୍ୱର,୨୩/୦୮: ଜନ୍ମାଷ୍ଟମୀ ହେଉଛି ଏକ ଏନନ୍ୟ ପର୍ବ । ପ୍ରଭୁ ଶ୍ରୀ କୃଷ୍ଣଙ୍କର ଜନ୍ମର ପବିତ୍ର ଦିବସକୁ ଜନ୍ମାଷ୍ଟମୀ ଭାବରେ ସମଗ୍ର ବ୍ରହ୍ମାଣ୍ଡ ପାଳନ କରିଥାଏ । ଏହି ପର୍ବ ଭାଦ୍ରବ ମାସ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଇଥାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କର ଅଷ୍ଟମ ଆବତାର ଶ୍ରୀ କୃଷ୍ଣ ମଥୁରାର କାରାଗାରରେ ଜନ୍ମ ଲାଭ କରିଥିଲେ । ପରେ ବୃନ୍ଦାବନ ତାଙ୍କର ଲୀଳା ସ୍ଥଳରେ ପରିଣତ ହୋଇଥିଲା । ସେ ସେଠାରେ ନିଜର ବାଲ୍ୟଲୀଳା କରିଥିଲେ ।  ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀର ପର୍ବ ସମଗ୍ର ବିଶ୍ୱ ସହ ମଥୁରା ଏବଂ ବୃନ୍ଦାବନରେ ଖୁବ ଧୁମଧାମରେ ପାଳନ କରାଯାଇଥାଏ । ଏତଦ ବ୍ୟତୀତ ଦେଶବ୍ୟାପି ରହିଥିବା କୃଷ୍ଣ ମନ୍ଦିରରେ ଖୁବ ଆନନ୍ଦ ଏବଂ ଉଲ୍ଲାସ ସହ ଶ୍ରୀ କୃଷ୍ଣଙ୍କୁ ଧରା ପୃଷ୍ଠକୁ ସ୍ୱାଗତ କରାଯାଇଥାଏ । ଚଳିତ ବର୍ଷ ଅଗଷ୍ଟ ୨୬ ତାରିଖ (ସୋମବାର)ରେ ପାଳନ ହେବ । ଏଥି ସହିତ ଚଳିତ ବର୍ଷ ଅନେକ ଶୁଭ ସଂଯୋଗ ମଧ୍ୟ ରହିଛି । ଏହି ଦିନ ବ୍ରତ ରଖି ପୂଜାର୍ଚ୍ଚନା କରିଲେ ୪ ଗୁଣା ଅଧିକ ସୁଫଳ ମିଳିବ । 

ଏହି ଦିନ ଅର୍ଥାତ ଅଗଷ୍ଟ ୨୬ ତାରିଖ ଅପରାହ୍ଣ ୩ଟା ୫୫ ମିନିଟରୁ ଆରମ୍ଭ କରି ପରଦିନ ଅର୍ଥାତ ଅଗଷ୍ଟ ୨୭ ତାରିଖ ରାତ୍ରି ୩ ଟା ୩୮ ମିନିଟ ପର୍ଯ୍ୟନ୍ତ ରୋହିଣୀ ନକ୍ଷତ୍ର ରହିବ । ଏହା ଛଡା ଏବର୍ଷ ଜନ୍ମାଷ୍ଟମୀରେ ଏକ ଅଦ୍ଭୁତ ସଂଯୋଗ ହେବାକୁ ଯାଉଛି ।  ଚଳିତ ବର୍ଷ ଜନ୍ମାଷ୍ଟମୀ ଦିନ ଚନ୍ଦ୍ରମା ବୃଷ ରାଷିରେ ପ୍ରବେଶ କରିବେ । ଏହି ମହାସଂଯୋଗ କୃଷ୍ଣଙ୍କ ଜନ୍ମ ସମୟରେ ହୋଇଥିଲା । ଜନ୍ମାଷ୍ଟମୀର ଶୁଭ ଦିନରେ ରୋହିଣୀ ନକ୍ଷତ୍ର ଏବଂ ବୃଷ ରାଶିରେ ଚନ୍ଦ୍ରମାଙ୍କର ଅବସ୍ଥାନ କରିବା ଅତ୍ୟନ୍ତ ଲାଭପ୍ରଦ ହେବ । 

ସୋମବାର ଏବଂ ବୁଧବାରରେ ଜନ୍ମାଷ୍ଟମୀ ପଡ଼ିବା ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି । ଏହି ଦିନ ଗୁଡ଼ିକରେ ଜନ୍ମାଷ୍ଟମୀ ପଡ଼ିଲେ ଏହାକୁ ଜୟନ୍ତୀ ଯୋଗ ମଧ୍ୟ କୁହାଯାଇଥାଏ । ବାସ୍ତବରେ ଭଗବାନ ଶ୍ରୀ କୃଷ୍ଣଙ୍କର ଜନ୍ମ ବୁଧବାର ଦିନ ଜୟନ୍ତୀ ସଂଯୋଗରେ ହୋଇଥିଲା । ଏବର୍ଷ ଜନ୍ମାଷ୍ଟମୀରେ ମଧ୍ୟ ଜୟନ୍ତୀର ସଂଯୋଗ ହେଉଛି ।

ଏହି ଦିନ ପୂଜା କରିବାର ଶୁଭ ମୁହୂର୍ତ୍ତ ଏବଂ ବିଧି-

ପଞ୍ଚାଙ୍ଗ ଅନୁଯାୟୀ ଭାଦ୍ରବ ମାସ କୃଷ୍ଣ ଅଷ୍ଟମୀ ଅଗଷ୍ଟ ୨୬ ତାରିଖର ଭୋର ୩ ଟା ୪୦ ମିନିଟରୁ ଆରମ୍ଭ କରି ରାତି ୨ଟା ୨୦ ମିନିଟରେ ସମାପ୍ତ ହେବ । ଜନ୍ମାଷ୍ଟମୀ ପୂଜା କରିବାର ଶୁଭ ମୁହୂର୍ତ୍ତ ଅଗଷ୍ଟ ୨୬ ତାରିଖର ମଧ୍ୟରାତ୍ରି ୧୧ ଟା ୫୯ ମିନିଟରୁ ଆରମ୍ଭ କରି ୧୨ ଟା ୪୩ ମିନିଟ ପର୍ଯ୍ୟନ୍ତ ରହିବ । ଏହି ସମୟ ମଧ୍ୟରେ ଅର୍ଥାତ ଏହି ୪୪ ମିନିଟ ମଧ୍ୟରେ ଆପଣ ସମସ୍ତ ପୂଜା ବିଧି କରି ପାରିବେ । ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ତ ମନୋବାଞ୍ଛା ପୂରଣ ହେବ । ଏହି ଦିନ ବ୍ରତ ରଖି ଉପବାସ କରିବା ଦ୍ୱାରା ଆପଣଙ୍କୁ ୪ଗୁଣା ଅଧିକ ସୁଫଳ ମିଳିବ ।

ଜନ୍ମାଷ୍ଟମୀ ଦିନ ବ୍ରହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରନ୍ତୁ ଏବଂ ଭଗବାନ ଶ୍ରୀ କୃଷ୍ଣଙ୍କର ଧ୍ୟାନ କରି ଦିନର ଶୁଭାରମ୍ଭ କରନ୍ତୁ । ଏହା ପରେ ସ୍ନାନ କରି ଘରେ ପୂଜା କରିବା ସ୍ଥାନକୁ ସଫା କରି କୃଷ୍ଣଙ୍କର ପ୍ରତିମା ସ୍ଥାପନ କରନ୍ତୁ ଏବଂ ସମ୍ପୁର୍ଣ୍ଣ ଶ୍ରଦ୍ଧା ସହ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ । ଭଗବାନଙ୍କୁ ପ୍ରସାଦରେ ଲଡୁ ଏବଂ ତାଙ୍କ ପ୍ରିୟ ଲହୁଣି ସହ ଅନ୍ୟାନ୍ୟ ଦୁଗ୍ଘଜାତ ଖାଦ୍ୟ ପଦାର୍ଥ ଚଢାନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କର ସମସ୍ତ ମନୋବାଞ୍ଛା ପୂରଣ ହେବ । ମାନ୍ୟତା ଅଛି ଯେ, ଏହି ଦିନ ବ୍ରତ ରଖି ଉପବାସ କରିଲେ ଉତ୍ତମ ସନ୍ତାନ ଲାଭ ହୋଇଥାଏ ।

 

      

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.