ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଖାଦ୍ୟରେ ଲୁଣର ସ୍ୱାଦ ବଢ଼ାଇବ ଇ-ଚାମଚ

ଇଲେକ୍ଟ୍ରିକ୍‌ କୁକର ଓ ବ୍ରଶ୍‌ ଭଳି ଉପକରଣ ବଜାରରେ ଖୁବ୍‌ ଲୋକପ୍ରିୟ । ଏହାପରେ ବର୍ତ୍ତମାନ ଇଲେକ୍ଟ୍ରିକ୍‌ ଚାମଚ ବଜାରକୁ ଆସିଛି । ଜାପାନର ସୁରା ପ୍ରସ୍ତୁତକାରୀ କମ୍ପାନି କିରିନ ହୋଲ୍ଡିଂସ ବୈଦ୍ୟୁତିକ ଚାମଚ ବିକ୍ରି ଆରମ୍ଭ କରିବାକୁ ଯାଉଛି । ଏହି ଚାମଚ ଅତିରିକ୍ତ ସୋଡିୟମ୍‌ ବିନା ଖାଦ୍ୟରେ ଲୁଣର ସ୍ୱାଦକୁ ବଜାୟ ରଖିବ । ଏହା ସ୍ୱାସ୍ଥ୍ୟକର ଭୋଜନକୁ ପ୍ରୋତ୍ସହିତ କରିବ । ଗତ ସୋମବାର ଚାମଚ ଲଞ୍ଚ୍‌ ହୋଇଛି । କିରିନ କମ୍ପାନି ଚଳିତ ମାସ ୧୯,୮୦୦ ୟେନ୍‌ ଅର୍ଥାତ୍‌ ପ୍ରାୟ ୧୦,୫୨୦ ଟଙ୍କାରେ ୨୦୦ ଇଲେକ୍ଟ୍ରିକ୍‌ ସଲ୍‌ଟ ସ୍ପୁନ୍‌ ବା ଇ-ଲୁଣ ଚାମଚ ଅନ୍‌ଲାଇନ୍‌ ବିକ୍ରି କରିବାର ଲକ୍ଷ୍ୟ ରଖିଛି । ସେହିପରି କିଛି ଚାମଚ ଜୁନ୍‌ରେ ବିକ୍ରି ହେବ ।

ଆଗାମୀ ୫ ବର୍ଷ ମଧ୍ୟରେ ୧୦ ଲକ୍ଷ ଗ୍ରାହକଙ୍କୁ ଏହି ଚାମଚ ବିକ୍ରି କରିବାର ଲକ୍ଷ୍ୟ ରହିଛି । ବିଦେଶରେ ଆସନ୍ତା ବର୍ଷଠୁ ଚାମଚ ବିକ୍ରି ହେବ । ମିଜି ବିଶ୍ୱବିଦ୍ୟାଳୟର ପ୍ରଫେସର ହୋମି ମିୟାଶିତାଙ୍କ ସହ ମିଶି କମ୍ପାନି ପ୍ଲାଷ୍ଟିକ୍‌ ଓ ଧାତୁରେ ନିର୍ମିତ ଏହି ଚାମଚ ପ୍ରସ୍ତୁତ କରିଛି । ଏହା ପୂର୍ବରୁ ପ୍ରଫେସର ହୋମି ପ୍ରୋଟୋଟାଇପ୍‌ ଇଲେକ୍ଟ୍ରିକ୍‌ ଚପ୍‌ଷ୍ଟିକ୍‌ରେ ସ୍ୱାଦ ବଢ଼ାଇବାର ପ୍ରଭାବ ପ୍ରଦର୍ଶନ କରିସାରିଛନ୍ତି । ସଦ୍ୟ ବିକଶିତ ଇ-ଚାମଚ ଜିଭକୁ ୱିକ୍‌ ଇଲେକ୍ଟ୍ରିକ୍‌ ଫିଲ୍‌ଡ ପଠାଏ । ବିୟର୍‌ ବ୍ୟବସାୟ କରୁଥିବା କିରିନ କମ୍ପାନି ଏବେ ସ୍ୱାସ୍ଥ୍ୟ ହିତକର ଉତ୍ପାଦ ଉପରେ ଧ୍ୟାନ ଦେଉଛି । ଏହି ନୂଆ ଚାମଚର ଜାପାନରେ ଖୁବ୍‌ ମହତ୍ୱ ରହିଛି । କାରଣ ଏଠାରେ ବୟସ୍କମାନେ ପ୍ରତିଦିନ ହାରାହାରି ୧୦ ଗ୍ରାମ୍‌ ଲୁଣ ଖାଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେତିକି ଲୁଣ ଖାଇବାକୁ ପରାମର୍ଶ ଦେଇଛି, ଏହା ତା’ଠୁ ଦୁଇଗୁଣ ଅଧିକ । ଅତିରିକ୍ତ ସୋଡିୟମ୍‌ ସେବନ ରକ୍ତଚାପ, ଷ୍ଟ୍ରୋକ୍‌ ଓ ଅନ୍ୟ ରୋଗର ଆଶଙ୍କା ବଢ଼ାଇଥାଏ ।  ଏହାକୁ ଦୃଷ୍ଟିରେ ରଖି ସେମାନେ ଇ-ଚାମଚ ବ୍ୟବହାର କରୁଛନ୍ତି । ୬୦ ଗ୍ରାମ୍‌ର ଏହି ଚାମଚ ପୁନଃଚାର୍ଜଯୋଗ୍ୟ ଲିଥିୟମ୍‌ ବ୍ୟାଟେରୀରେ ଚାଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.