ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତିଳକାପଙ୍ଗା ଗାଁ ନିକଟ ଜଙ୍ଗଲରୁ ବିସ୍ଫୋରକ ଠାବ କଲେ ଯବାନ

ଫିରିଙ୍ଗିଆ, ୨୯।୫ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଂଚଳରେ ପୋଲିସର କଡା ସୁରକ୍ଷା ଥିଲେ ମଧ୍ୟ୍ୟ ମାଓବାଦୀ ମାନେ ବିଭିନ୍ନ ଅପରାଧିକ କାର୍ଯ୍ୟ ସହ ବ୍ୟାନର ପୋଷ୍ଟର ମାରି ନିଜର ସ୍ଥିତି ଜାହିର କରି ଆସୁଛନ୍ତି I ଗତ କିଛିଦିନ ହେଲା ଏହି ଅଞ୍ଚଳ ମାନଙ୍କରେ ବିଏସଏଫ କ୍ୟାମ୍ପ ଗୁଡିକ ପ୍ରତିଷ୍ଠା ହେବା ପରେ କିଛି ମାତ୍ରାରେ ମାଓ କାର୍ଯ୍ୟକଳାପ କମି ଥିବା ବେଳେ ତଥାପି ବିଭିନ୍ନ ସମୟରେ ମାଓବାଦୀମାନେ ବିଭିନ୍ନ ଘଟଣା ଘଟାଇ ପୋଲିସ ଓ ସୁରକ୍ଷା କର୍ମୀଙ୍କୁ ଚ୍ୟାଲେଞ୍ଚ କରିଆସୁଛନ୍ତି I ସେପଟେ ଅଂଚଳରେ ବିଏସଏଫ ବାହିନୀ ମଧ୍ୟ୍ୟ ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି I ତେବେ ଗତ ଦୁଇଦିନ ତଳେ ଜିଲ୍ଲାର କୋଟଗାଡ଼ ଅଂଚଳରୁ ଏକ ଟିଫିନ ବୋମା କୁ ସୁରକ୍ଷା ବାହିନୀ ସଫଳତାର ସହ ଉଦ୍ଧାର କରିଥିଲେ। ବୁଧବାର ଜିଲ୍ଲାର ଏହି ଗୋଛାପଡା ଥାନା ଅଧୀନରେ ଥିବା ପାହିରେଜୁ ବିଏସଏଫ ବାହିନୀ ଦ୍ୱାରା ତିଳକପଙ୍ଗା ଗାଁ ନିକଟ ଜଙ୍ଗଲରୁ ଏକ ଜୀବନ୍ତ ଆଇଇଡି ବିସ୍ପୋରକକୁ ଜବତ କରିବା ସହ ସେହି ବିସ୍ପୋରକକୁ ନିଷ୍କ୍ରିୟ କରାଯାଇଥିବା ବିଏସଏଫ ପକ୍ଷରୁ ସୂଚନା ଦିଆଯାଇଛି I 

ସୁରକ୍ଷା କର୍ମୀ ଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଜଙ୍ଗଲ ରେ ଆଇଇଡି ଖଞ୍ଜିଥିବା ଗୁଇନ୍ଦା ବିଭାଗ ସୂଚନା ପାଇଥିଲା I ସୂଚନା ମିଳିବା ପରେ ପାହିରେଜୁ ୯୯ ବିଏସଏଫ ବାହିନୀ ପକ୍ଷରୁ ଜଙ୍ଗଲ ରେ ସର୍ଚ୍ଚ ଅପରେସନ ଜାରି ରହିଥିଲା I ଏହି ଅପରେସନ ରେ ପୋଲିସ ପ୍ରତିନିଧି ମାନେ ମଧ୍ୟ୍ୟ ସାମିଲ ଥିଲେ I ପରେ ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା କର୍ମୀ ଏହି ଆଇଇଡି ର ସତ୍ୟତା ଜାଣିବା ପରେ ବୋମା ନିଷ୍କ୍ରିୟ ଦଳ କୁ ସୂଚନା ଦିଆଯାଇଥିଲା । ପରେ ଘଟଣା ସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଂଚି ମାଟି ତଳୁ ଏହି ଆଇଇଡି ବିସ୍ପୋରକ କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ନିଷ୍କ୍ରିୟ କରିଥିଲେ ।  ତେବେ ବିଏସଏଫ ବାହିନୀ ଙ୍କ ଗୁଇନ୍ଦା ସୂଚନା ପାଇଁ ଏକ ବଡ଼ ଧରଣର ବିପଦରୁ ସୁରକ୍ଷା କର୍ମୀ ମାନେ ବଞ୍ଚିଯାଇଥିବା ବେଳେ ଏହି ଅଂଚଳରେ ମାଓ ଦମନ ପାଇଁ ସୁରକ୍ଷା ବ୍ୟବସ୍ଥା କୁ କଡାକୁଡି କରାଯିବ ବୋଲି ବିଏସଏଫ ର ବିଏସଏଫ ର ବରିଷ୍ଠ ଅଧିକାରୀ ମାନେ  ସୂଚନା ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.