ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜୟଦେବ ଆସନରେ ଦେଖିବାକୁ ମିଳିବ ରୋଚକ ଲଢ଼େଇ, ତିନି ପ୍ରମୁଖ ଦଳକୁ ଟକ୍କର ଦେଲେ ସ୍ୱାଧୀନ ପ୍ରାର୍ଥୀ

ବାଲିପାଟଣା,୦୬/୦୫: ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଜୟଦେବ ଆସନରେ  ଏକ ରୋଚକ ସ୍ଥିତି ଦେଖିବାକୁ ମିଳିଛି । ଏଠାରେ ସ୍ୱାଧୀନ ପ୍ରାର୍ଥୀଙ୍କ  ଭୋଟ୍‌ ନିର୍ଣ୍ଣାୟକ ହେବାକୁ ଯାଉଛି । ଯଦିଓ ବିଜୁ ଜନତା ଦଳ, ଭାରତୀୟ  ଜନତା ପାର୍ଟି(ବିଜେପି), ଓ କଂଗ୍ରେସ  ମଧ୍ୟରେ ଏବେ କଡ଼ା ଟକ୍କର ହେବାକୁ  ଯାଉଛି, ତଥାପି ସ୍ୱାଧୀନ ପ୍ରାର୍ଥୀ ବି  ଭୋଟ ହାତେଇବାକୁ ଲାଗିପଡିଛନ୍ତି ।  ତିନିଦଳ ତୁଳନାରେ ସ୍ୱାଧୀନ ପ୍ରାର୍ଥୀ  ଘନଘନ ଭୋଟରଙ୍କ ପାଖକୁ ଯାଉଛନ୍ତି । ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା  ସତ୍ୟପ୍ରିୟ ବେହେରା କର୍ମୀ ସମ୍ମିଳନୀ ଓ ପଦଯାତ୍ରା କରି ନିଜର ଲୋକପ୍ରିୟତା  ବଢ଼ାଉଛନ୍ତି । ଯଦି ସେ ୨୦ ହଜାରରୁ  ଅଧିକ ଭୋଟ ହାତେଇ ନିଅନ୍ତି, ତେବେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ଦଳ  ମାନଙ୍କର ସ୍ଥିତି ଟଳମଳ ହେବ ବୋଲି  ରାଜନୈତିକ ସମୀକ୍ଷକମାନେ କୁହନ୍ତି ।  

ଗୋଟିଏ ପଟେ ଭୋଟ୍‌ ପାଇଁ  ବିଜେପି ଓ କଂଗ୍ରେସ ପକ୍ଷରୁ ନାମାଙ୍କନ  ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି ।  ବିଗତ ବର୍ଷ ଅର୍ଥାତ୍‌ ୨୦୧୯ ସଧାରଣ  ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ  ଜୟଦେବରେ କୌଣସି ପାର୍ଥି  ପ୍ରତିଦ୍ୱନ୍ଦ୍ୱୀତା କରି ନଥିଲେ । ଅନ୍ୟପଟେ  ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆ ଓ  ସାଂସଦ ପ୍ରାର୍ଥୀ ୟାସିର ନୱାଜ୍‌ ଆସିବା  ପରେ କଂଗ୍ରେସ ସୁଦୃଢ଼ ହେଉଥିବା ଚର୍ଚ୍ଚା  ହେଉଛି । ଶ୍ରୀ ସଗରିଆ କୁହନ୍ତି ଆମେ  ଜୟଦେବ ଭୋଟରଙ୍କ ମନଜିଣୁଛୁ ଓ  ସେମାନଙ୍କ ମନରେ ଏକ ପରିବର୍ତ୍ତନର  ହାୱା ସୃଷ୍ଟି କରିବାରେ ସଫଳ ହୋଇଛୁ ।  ଆମ ପୁରୁଣା ଭୋଟର ମାନଙ୍କୁ ଘର  ବାହୁଡ଼ା କରିବା ପାଇଁ ସବୁସ୍ତରରେ  ଚେଷ୍ଟା ଜାରିରହିଛି । ତତ୍‌ ସହିତ ଆମର  ସାଂସଦ ପ୍ରାର୍ଥୀ ଶ୍ରୀ ନୱାଜ୍‌ ତାଙ୍କ ମୁସଲିମ  ସମ୍ପ୍ରଦାୟର ଭୋଟରମାନଙ୍କୁ ସଂଗଠିତ  କରୁଛନ୍ତି । ଜୟଦେବ ନିର୍ବାଚନ  ମଣ୍ଡଳୀରେ ଥିବା ସମସ୍ତ ଦଳିତ  ସଂଗଠନ ଏକତ୍ରିତ ହୋଇ ଜାତୀୟ  କଂଗ୍ରେସ ଦଳକୁ ସମର୍ଥନ ଜଣାଇଛନ୍ତି  ବୋଲି ସେ କହିଛନ୍ତି ।  

ବିଜେପି ବିଧାୟକ ପ୍ରାର୍ଥୀ ଡଃ  ଅରବିନ୍ଦ ଢ଼ାଲି ନିଜର ପୁରୁଣା ଫର୍ମୂଲା  ଆପଣାଇବାକୁ ଯୋଜନା କରିଛନ୍ତି ।  ଏହାପୂର୍ବରୁ ସେ ବିଜେଡିରୁ ବିଧାୟକ  ଥିଲେ । ହେଲେ ଚଳିତ ବର୍ଷ ନିର୍ବାଚନ  ପୂର୍ବରୁ ସେ ବିଜେପିରେ ସାମିଲ  ହୋଇଛନ୍ତି । ତେଣୁ ସେ ମଧ୍ୟ ସର୍ବାଧିକ  ଭୋଟ ପାଇବାର ଆଶା ବାନ୍ଧିଛନ୍ତି । ସେ  କହିଛନ୍ତି ଆମେ ପରିସ୍ଥିତିର ଫାଇଦା  ଉଠାଇବା ଠିକ୍‌ ଭାବେ ଜାଣିଛୁ । କିଏ  ଜିତିବ ଏହା ପୂର୍ବ ନିର୍ଦ୍ଧାରିତ, ତଥାପି  ଆମେ ସଂଗ୍ରାମ ଜାରି ରଖିଛୁ । ଯଦି  କଂଗ୍ରେସ,ବିଜେଡ଼ି, ଓ ବିଜେପି ମଧ୍ୟରେ  ତ୍ରିମୁଖୀ ପ୍ରତଯୋଗିତା ହୁଏ, ବିଜେପି  ହିଁ ଜିତିବ ବୋଲି ସେ ଦୃଢ଼ ଦାବି କରି  କହିଛନ୍ତି । ଏପଟେ ବିଜେଡ଼ି ସାଂସଦ  ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ  ପ୍ରାର୍ଥୀ ନବ କିଶାର ମଲ୍ଲିକ ତାଙ୍କର  ପ୍ରଚାର ଜୋରଦାର କରିଛନ୍ତି । ଆସନ୍ତା ସୋମବାର ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା  ଶେଷ ହେବା ପରେ ଘରେ ଘରେ ଯୋଡ଼ି  ଶଙ୍ଖ ପ୍ରଚାର ଜୋର ଧରିବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.