ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ମୋଦି ସରକାରଙ୍କ କାର୍ଯ୍ୟଶୈଳୀରେ ଚୌଧୁରୀ ଚରଣ ସିଂହଙ୍କ ରହିଛି ଝଲକ’, କେନ୍ଦ୍ର ସରକାରଙ୍କୁ ଜୟନ୍ତଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୦।୨: ଏନ୍‌ଡିଏ ଓ ଆରଏଲଡିର ମେଣ୍ଟର ଚର୍ଚ୍ଚା ଭିତରେ ରାଷ୍ଟ୍ରୀୟ ଲୋକଦଳ ମୁଖ୍ୟ ଜୟନ୍ତ ଚୌଧୁରୀ ସଂସଦର ବଜେଟ୍ ଅଧିବେଶନ ବେଳେ ଶନିବାର ସରକାରଙ୍କ ଗୋଷ୍ଠୀରେ ନଜର ଆଜିଛନ୍ତି। କେବଳ ସେତିକି ନୁହେଁ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ଦିଆଯିବାକୁ ନେଇ ବିଜେପି ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ପ୍ରଶଂସା କରିଛନ୍ତି। ଜୟନ୍ତ କହିଛନ୍ତି, ଆଜିର ସରକାରଙ୍କ କାର୍ଯ୍ୟ ଶୈଳିରେ ଚୌଧୁରୀ ଚରଣ ସିଂହଙ୍କ ଝଲକ ଦେଖିବାକୁ ମିଳୁଛି।

ଜୟନ୍ତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି କହିଛନ୍ତି, ଯେତେବେଳେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଅଞ୍ଚଳରେ ଶୌଚ ବ୍ୟବସ୍ଥା ଉପରେ ନଜର ପକାନ୍ତି ଯେତେବେଳେ ମହିଳା ସଶକ୍ତିକରଣକୁ ସରକାର ନିଜର ପ୍ଲାଟଫର୍ମ ତିଆରି କରନ୍ତି ତେବେ ମୋତେ ଏଥିରେ ଚୌଧୁରୀ ଚରଣ ସିଂହଙ୍କ କଥା ମନେପଡିଥାଏ। ଜୟନ୍ତ କହିଛନ୍ତି, ଆଜି ଆମେ ନେତାମାନେ ସବୁ ଅଲଗା ଅଲଗା ରହିଛୁ। କିଛି କହୁଛନ୍ତି, ଚୌଧୁରୀ ଚରଣ ସିଂହ କେବଳ ଜାଟ୍ ଥିଲେ। ସେ କୃଷକଙ୍କ ପାଇଁ କାମ କରୁଥିଲେ। ଏଭଳି କିଛି ବି ନୁହେଁ, ଚୌଧୁରୀ ଚରଣ ବିଚାରକ ଥିଲେ ସେ କୌଣସି ପାର୍ଟିର ନୁହେଁ ବଂର ସମସ୍ତଙ୍କର ଥିଲେ।

ଜୟନ୍ତ କହିଛନ୍ତି, ମୋ ମତରେ ପ୍ରଧାନମନ୍ତ୍ରୀ ମୋଦି ଓ ଭାରତ ସରକାର ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ଦେଇଛନ୍ତି। ଏଥିରୁ ଦୁଇଟି ବଡ କାମ ହୋଇଛି, ଗୋଟିଏ ଆମେ ଚୌଧୁରୀ ଚରଣ ସିଂହଙ୍କ ଉତ୍ତରାଧିକାରତ୍ବକୁ ପୁଣିଥରେ ସ୍ଥାପିତ କରୁଛୁ। ସେ କହିଛନ୍ତି, ମୋ ମତରେ ଏହା କେବଳ ଏକ ପୁରସ୍କାର ନୁହେଁ ସବୁଠାରୁ ବଡ ସମ୍ମାନ। ଏଭଳି ସରକାର ହିଁ ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ଦେଇ ପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.