ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନରେଶ ଗୋଏଲଙ୍କ ପତ୍ନୀଙ୍କ ଦେହାନ୍ତ, ଦୀର୍ଘ ଦିନ ଧରି କ୍ୟାନସର ସହ ଲଢ଼ୁଥିଲେ

Image Courtesy: freepressjournal

ନୂଆଦିଲ୍ଲୀ:  ଜେଟ୍‌ ଏୟାରଓ୍ୱେଜ୍‌ର ପ୍ରତିଷ୍ଠାତା ନରେଶ ଗୋଏଲ୍‌ଙ୍କ ପତ୍ନୀ ଅନୀତା ଗୋଏଲ୍‌ଙ୍କ ପରଲୋକ । ସେ ଦୀର୍ଘ ଦିନ ହେଲା କ୍ୟାନସରରେ ପୀଡ଼ିତ ଥିବା ବେଳେ ଆଜି ଭୋର ୩ଟାରେ ଆଖି ବୁଜିଛନ୍ତି । ପତ୍ନୀଙ୍କ ଶେଷ ସମୟରେ ନରେଶ ଗୋଏଲ୍‌ ତାଙ୍କ ନିକଟରେ ଥିଲେ। ଅନୀତାଙ୍କ ଶେଷକୃତ୍ୟ ଆଜି ମୁମ୍ବାଇରେ ସମ୍ପନ୍ନ ହେବ । ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ନରେଶ ଗୋଏଲ୍‌ ନିଜର ଏବଂ ପତ୍ନୀଙ୍କ ଅସୁସ୍ଥତା ହେତୁ ଦୁଇ ମାସ ପାଇଁ ଅନ୍ତରୀଣ ଜାମିନରେ ବାହାରକୁ ଆସିଛନ୍ତି । ଏପରିକି ନରେଶ ଗୋଏଲ ମଧ୍ୟ କ୍ୟାନସରରେ ପୀଡ଼ିତ  । 

ବମ୍ବେ ହାଇକୋର୍ଟ ତାଙ୍କୁ ଏହି ଜାମିନ ମଞ୍ଜୁର କରିଛନ୍ତି । ପତ୍ନୀଙ୍କ ପାଖରେ ଖୁବ୍‌ କମ୍‌ ସମୟ ଥିବାରୁ ସେ ତାଙ୍କ ନିକଟରେ ଉପସ୍ଥିତ ରହିବାକୁ କୋର୍ଟଙ୍କୁ ଗୁହାରୀ କରିଥିଲେ। ଏହାପରେ ବିଭିନ୍ନ ସର୍ତ୍ତ ସହ କୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ । ମୁମ୍ବାଇ ବାହାରକୁ ନ ଯିବା ଲାଗି ତଥା କୋର୍ଟରେ ପାସପୋର୍ଟ ଜମା କରିବା ସର୍ତ୍ତରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି।  

ସୂଚନାଯୋଗ୍ୟ, ୨୫ ବର୍ଷ ଧରି ସେବା ଯୋଗାଇବା ପରେ ଜେଟ୍‌ ଏୟାରୱେଜ୍ ବ୍ୟବସାୟରେ ବହୁତ କ୍ଷତି ସହିଥିଲା । ଏହାପରେ ୨୦୧୯ ମସିହାଠାରୁ ଏହି କମ୍ପାନି ବିମାନ ଚଳାଚଳ ବନ୍ଦ କରିଦେଇଥିଲା । କାନାରା ବ୍ୟାଙ୍କ ଜେଟ୍‌ ଏୟାରଓ୍ୱେଜ୍‌କୁ ୫୩୮.୬୨ କୋଟି ଟଙ୍କା ଋଣ ଦେଇଥିଲା । ଆଉ ଏଥିରେ ହେରଫେର କରିବା ଅଭିଯୋଗରେ ଗତବର୍ଷ ସେପ୍ଟେମ୍ବରରେ ଇଡି ନରେଶ ଗୋଏଲ୍‌ଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଇଡି ଚାର୍ଜସିଟ୍‌ ଦାଖଲ କରିବା ପରେ ନଭେମ୍ବର ମାସରେ ନରେଶ ଗୋଏଲଙ୍କ ପତ୍ନୀ ଅନୀତା ଗୋଏଲଙ୍କୁ ଗିରଫ କରାଯାଇଥିଲା। ତେବେ ତାଙ୍କ ବୟସ ଓ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର କୋର୍ଟ ସେହିଦିନ ହିଁ ତାଙ୍କୁ ଜାମିନ ଦେଇଥିଲେ। କିନ୍ତୁ ଦୀର୍ଘ ଦିନ ହେଲା ଅସୁସ୍ଥ ଥିବା ଅନୀତା ଗୋଏଲଙ୍କ କ୍ୟାନସରରେ ମୃତ୍ୟୁ ହୋଇଛି ।

  • Jet Airways
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.