ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଏବେ କଲର୍ସ ଟିଭିରେ ନୁହେଁ, ଏହି ଚ୍ୟାନେଲ୍‌ରେ ଆରମ୍ଭ ହେବ ଡ୍ୟାନ୍ସ ରିଆଲିଟି ଶୋ'

ମୁମ୍ବାଇ ୧୯/୦୯: ସେଲିବ୍ରିଟି ଡ୍ୟାନ୍ସ ରିଆଲିଟି ଶୋ' ‘ଝଲକ ଦିଖଲା ଜା' ଖୁବ ଶୀଘ୍ର ଟିଭିରେ କମବ୍ୟାକ୍‌ କରୁଛି। କିନ୍ତୁ ଗୋଟିଏ ବର୍ଷ ପରେ ଏହି ଶୋ' କଲର୍ ଟିଭିରେ ନୁହେଁ ବରଂ ସୋନି ଟିଭିରେ ପ୍ରସାରିତ ହେବ। ପ୍ରଥମେ ‘ଝଲକ ଦିଖଲା ଜା’ ସୋନି ଟିଭିରୁ ହିଁ ଆରମ୍ଭ ହୋଇଥିଲା। ହେଲେ ୪ଟି ସିଜିନ୍‌ ପରେ ଏହି ଧମାକାଦାର୍‌ ଶୋ' ସୋନି ଟିଭିରୁ କଲର୍ସ ଟିଭିକୁ ସ୍ଥାନାନ୍ତରିତ ହୋଇଥିଲା। ବର୍ତ୍ତମାନ ୬ ଟି ସିଜିନ୍‌ ପରେ, ପୁଣି ଥରେ ଏହି ଡ୍ୟାନ୍ସ ରିଅଲିଟି ଶୋ' ଏହାର ମୂଳ ଚ୍ୟାନେଲରେ ଫେରୁଛି।




ସୋନି ଟିଭି ସହିତ ‘ଝଲକ ଦିଖଲା ଜା’ ରେ ନୂତନ ବିଚାରପତି ମଧ୍ୟ ନଜର ଆସିବେ। ଏହି ଶୋ’ର ସିଜନ ୧୦ରେ ମାଧୁରୀ ଦୀକ୍ଷିତ, କରଣ ଜୋହର, ନୋରା ଫତେହି ଏବଂ ଟେରେନ୍ସ ଲୁଇସ୍ ଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। କିନ୍ତୁ ବର୍ତ୍ତମାନ ଚ୍ୟାନେଲ ସହିତ ଏହି ଶୋ’ର ଜଜ୍ ପ୍ୟାନେଲ୍ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ ହେବ। ତେବେ ଏହାର ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରି ସୋନି ଟିଭି ଲେଖିଛି ଯେ ସେମାନଙ୍କର ପ୍ରିୟ ଶୋ’ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.