ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଅବଧି ବର୍ଷେ ବୃଦ୍ଧି, ନୂଆ ଯୋଡ଼ି ହେବାକୁ ସେପ୍ଟେମ୍ବରରେ ପୋର୍ଟାଲ୍‌ ଖୋଲିବ

ଭୁବନେଶ୍ୱର ୦୧/୦୯: ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ  ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ  ହୋଇଛି । ଅବଧି ବର୍ଷେ ବୃଦ୍ଧି  ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀଙ୍କ ଅନୁମୋଦନ କ୍ରମେ  ଓଡ଼ିଶା ସରକାରଙ୍କ ତରଫରୁ  ସାମ୍ବାଦିକମାନଙ୍କୁ ଦିଆଯାଉଥିବା ସ୍ୱାସ୍ଥ୍ୟବୀମା ଯୋଜନାର ଅବଧି ୨୦୨୪  ସେପ୍ଟେମ୍ବର ୧ରୁ ୨୦୨୫ ଅଗଷ୍ଟ ୩୧  ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।  ବାର୍ଷିକ ପ୍ରିମିୟମ୍‌ ବାବଦରେ ୮ କୋଟି  ୫୫ ଲକ୍ଷ ୭୬ ହଜାର ୩୧୪ ଟଙ୍କା  ଓରିଏଣ୍ଟାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀକୁ  ପ୍ରଦାନ କରାଯିବ । ଏ ସଂକ୍ରାନ୍ତରେ  ବୀମା କମ୍ପାନୀ ଏବଂ ସୂଚନା ଓ  ଲୋକସମ୍ପର୍କ ବିଭାଗ ମଧ୍ୟରେ ଏକ  ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।  ପ୍ରାଥମିକ ଭାବେ ଏହି ବୀମା  ଯୋଜନାରେ ୭୦୪୧ ଜଣ ସାମ୍ବାଦିକ  ଆସନ୍ତା ଏକ ବର୍ଷ ପାଇଁ ଅନ୍ତର୍ଭୁକ୍ତ  ହୋଇଛନ୍ତି । 

ନୂତନ ଭାବେ ଏହି ଯୋଜନାରେ ପଞ୍ଜିକୃତ ହେବା ପାଇଁ  ଆବେଦନ କରୁଥିବା ସାମ୍ବାଦିକଙ୍କ  ଲାଗି ସୂଚନା ଓ ଲୋକସମ୍ପର୍କ  ବିଭାଗର ପୋର୍ଟାଲ୍‌ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ଖୋଲିବ । ଏଥିରେ ନୂତନ ଦରଖାସ୍ତ ଆହ୍ୱାନ  କରାଯିବ ଏବଂ ଏହି ପ୍ରକ୍ରିୟା ଏକ  ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.