ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଲେ ଜୁଏଲ ଓରାମ

ନୂଆଦିଲ୍ଲୀ - ମୋଦି ସରକାରଙ୍କ ୩.୦ ପାଳିରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ଜୁଏଲ ଓରାମ । ଆଜି (ରବିବାର) ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ଜୁଏଲ ଓରାମ ମଧ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀଭାବେ ଆଦିବାସୀ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ସେ ବିଜେପିର ଓଡ଼ିଶା ଶାଖାର ଉପ ସଭାପତି ଭାବେ (୨୦୧୨-୧୦୧୪)  ଓ  ଓଡ଼ିଶା ଶାଖାର ସଭାପତି ଭାବେ ( ୨୦୦୯-୨୦୧୧ ) ଭାବେ ରହିଛନ୍ତି । ସେହିପରି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ମଧ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସମସ୍ତଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଛନ୍ତି ।

ମୋଦି ସରକାର ୩.୦ : କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ

ମୋଦୀଙ୍କ ତୃତୀୟ ପାଳିରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଥିବା ମନ୍ତ୍ରୀ ମାନେ ନେଲେ ରାଜନାଥ ସିଂହ, ଅମିତ ଶାହ, ନିତିନ ଗଡ଼କରୀ, ଜଗତ ପ୍ରକାଶ ନଡ୍ଡା, ଶିବରାଜ ସିଂହ ଚୌହାନ, ନିର୍ମଳା ସୀତାରମଣ, ଡ. ସୁବ୍ରମଣ୍ୟମ୍‌ ଜୟଶଙ୍କର, ମନୋହର ଲାଲ ଖଟ୍ଟର, ଏଚ୍‌ଡି କୁମାର ସ୍ବାମୀ, ପୀୟୂଷ ଗୋୟଲ, ଜୀତନ ରାମ ମାଂଝୀ, ରାଜୀବ ରଂଜନ ସିଂହ (ଲଲନ ସିଂହ), ସର୍ବାନନ୍ଦ ସୋନୱାଲ, ଧୀରେନ୍ଦ୍ର କୁମାର, କେ ରାମ ମୋହନ ନାଇଡ ଓ ପ୍ରହ୍ଲାଦ ଯୋଶୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.