ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

୧୭ରୁ କଳିଙ୍ଗ ପୁସ୍ତକ ମେଳା, ୧୦ଦିନ ଧରି ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ୱର,୦୯/୧୧: ଆସନ୍ତା ୧୭ତାରିଖରୁ ପ୍ରଦର୍ଶନୀ ପଡ଼ିଆରେ  ଆରମ୍ଭ ହେବ ୨୬ତମ କଳିଙ୍ଗ ପୁସ୍ତକ ମେଳା । ଏହି ମେଳା ନଭେମ୍ବର ୨୬ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ  ପୁରସ୍କାର ପ୍ରଦାନ କରାଯିବ । 

ପ୍ରବନ୍ଧ ପାଇଁ ଡ.ଶରତ ଚନ୍ଦ୍ର ରଥଙ୍କ ପୁସ୍ତକ ‘ଆମ  ସଂସ୍କୃତି ଆମ ଜୀବନ’, ଉପନ୍ୟାସ ପାଇଁ ଦୁର୍ଗା ପ୍ରସାଦ ପରିଡାଙ୍କ ପୁସ୍ତକ ‘ହାରି  ନଥିବା ମଣିଷ’ ଓ ରଶ୍ମୀ ମିଶ୍ରଙ୍କ ପୁସ୍ତକ ‘ପୂର୍ଣ୍ଣାହୁତି’, କ୍ଷୁଦ୍ରଗଳ୍ପ ପାଇଁ ମାଧବୀ ପଟେଲଙ୍କ ପୁସ୍ତକ ‘ଅସୁନ୍ଦରୀ ବାଘୁଣୀ ଓ ଅନ୍ୟାନ୍ୟ ଗଳ୍ପ’, ଲକ୍ଷ୍ମୀଚାନ୍ଦଙ୍କ ପୁସ୍ତକ ‘ଅକଡ’, କବିତା ପାଇଁ ସଂଘମିତ୍ରା ଭଞ୍ଜଙ୍କ ପୁସ୍ତକ ‘ବୋଧିଛାୟା’  ଓ ଶାନ୍ତିଲତା ପଲାଇଙ୍କ ‘ଟୁକୁଡାଏ ସ୍ୱପ୍ନ’, ଲେଖିକା ମୀନତୀ ପଟ୍ଟନାୟକଙ୍କ ଅନୁବାଦ ପୁସ୍ତକ ‘ଦରମିୟାନା’, ଶିଶୁ ସାହିତ୍ୟ ପାଇଁ ଡ.ବିଷ୍ଣୁଚରଣ ସ୍ୱାଇଁଙ୍କ  ‘ହେବା ଆମେ ସୁନାପିଲା’, ଧର୍ମପୁସ୍ତକ ପାଇଁ ଲୋକାନାଥ ବେହେରାଙ୍କ ପୁସ୍ତକ ‘ବୃହତ୍ତ ଯୁବ ଦର୍ପଣ’, ବିଜ୍ଞାନ ପୁସ୍ତକ ପାଇଁ ଲେଖିକା ଡ. ଜ୍ୟୋତ୍ସ୍ନା ମହାପାତ୍ରଙ୍କ  ପୁସ୍ତକ ‘ଓମ୍‌ ନୂତନ ଭୂତାଣୁ ନୂତନ ଅନୁଭବ’, ନାଟକ ପୁସ୍ତକ ପାଇଁ ପ୍ରମୋଦ  କୁମାର ଜେନାଙ୍କ ‘କୁହୁକ ଦୀପ’, ଅନୁକମ୍ପାମୂଳକ ଚୟନ ପୁସ୍ତକ ପାଇଁ ନୃସିଂହ ବେହେରାଙ୍କ ‘ହନ୍ତସନ୍ତ ବାଣ୍ଟୁଥିବା ହଳଦୀ ବସନ୍ତ’କୁ ପୁରସ୍କୃତ କରାଯିବ । 

ଏ  ସମସ୍ତ ପୁସ୍ତକ କଳିଙ୍ଗ ପୁସ୍ତକ ମେଳାର ପ୍ରତିଷ୍ଠାତା ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ  ପୁରସ୍କାର ଓ ଓଡ଼ିଆ ଲେଖିକା, ସମାଜ ସେବିକା ହିସାବରେ ସମାଜ ପାଇଁ  ଅବଦାନ ଶୈଳରାଣୀ ମିଶ୍ରଙ୍କୁ କଳିଙ୍ଗ ପୁସ୍ତକ ମେଳାର ଦିବଂଗତ ପ୍ରତିଷ୍ଠାତା  ସଭାପତି ଗୀତା ହୋତାଙ୍କ ସ୍ମୃତି ସ୍ମାରକୀ ପ୍ରଦାନ କରି ଅନୁଷ୍ଠାନ ସମ୍ମାନିତ କରୁଛି ।  

ଆସନ୍ତା ନଭେମ୍ବର ୨୫ତାରିଖ ସନ୍ଧ୍ୟା ୬ଟାରେ ସାହିତ୍ୟ ସମାରୋହ ଉତ୍ସବରେ  ପୁରସ୍କାର ପ୍ରଦାନ କରାଯିବ ବୋଲି ମେଳା କମିଟି ସୂତ୍ରରୁ ସୂଚନା ଦିଆଯାଇଛି ।

Copyright © 2022 - Summa Real Media Private Limited. All Rights Reserved.