ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ୟୁଏସ୍ ନିର୍ବାଚନରେ ବଲିଉଡ୍ ତଡକା, ‘ନାଚୋ ନାଚୋ’ ଗୀତରେ କମଲା ହାରିସଙ୍କ ପ୍ରଚାର

ନୂଆଦିଲ୍ଲୀ ୧୦/୦୯: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ନିର୍ବାଚନ ପ୍ରଚାର ସେତେ ଜୋର ଧରୁଛି । ଉପରାଷ୍ଟ୍ରପତି କମଲା ହାରିସଙ୍କ ଦଳ ବେଶ ସୃଜନାତ୍ମକ ଉପାୟରେ ନିର୍ବାଚନ ପ୍ରଚାର କରୁଛି । ପ୍ରତିଦିନ ନୂଆ ନୂଆ ଭିଡିଓ ସାମ୍ନାକୁ ଆସୁଛି, ଯାହା ଦର୍ଶାଉଛି ଯେ ତାଙ୍କ ନିର୍ବାଚନ ପ୍ରଚାର ଆମେରିକାର ପ୍ରତ୍ୟେକ ବର୍ଗଙ୍କୁ ଆକର୍ଷିକ କରିବାକୁ ଚେଷ୍ଟା କରୁଛି । ଏହି କ୍ରମରେ ଭାରତୀୟ-ଆମେରିକୀୟ ନେତା ଅଜୟ ଭୁଟୋରିଆ ହାରିସଙ୍କ ସମର୍ଥନରେ ଏକ ସ୍ୱତନ୍ତ୍ର ନିର୍ବାଚନୀ ଗୀତ ଲଞ୍ଚ୍‌ କରିଛନ୍ତି । ନାଁ ‘ନାଚୋ ନାଚୋ’ । ଏହା ଭାରତର ବ୍ଲକ୍‌ବଷ୍ଟର ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଅସ୍କାର ବିଜେତା ଗୀତର ନୂଆ ରୂପ । ଏଥିରେ କମଲା ହାରିସଙ୍କ ସମର୍ଥନର ବାର୍ତ୍ତା ରହିଛି । 

ସୋସିଆଲ ମିଡିଆରେ ଏହାର ଏକ ଦୃଶ୍ୟ ଭାଇରାଲ ହେଉଛି, ଯେଉଁଥିରେ ଆମେରିକାରେ ରହୁଥିବା ଏନ୍‌ଆର୍‌ଆଇଙ୍କୁ ଆକର୍ଷିତ କରିବା ପାଇଁ ଭାରତୀୟ ଫିଲ୍ମ ଗୀତଗୁଡ଼ିକୁ ନିର୍ବାଚନ ପ୍ରଚାରରେ ପ୍ରୟୋଗ କରାଯାଉଛି । ୧.୫ ମିନିଟ୍‌ର ଭିଡିଓରେ ହାରିସଙ୍କ ନିର୍ବାଚନ ପ୍ରଚାରର ଝଲକ୍‌ ରହିଛି । ଏଥିରେ ‘ହମାରୀ ୟେ କମଲା ହାରିସ’ ବୋଲି ମଧ୍ୟ ରହିଛି । ଏହି ଭିଡିଓ ଜରିଆରେ ଭାରତୀୟ ସମୁଦାୟକୁ ଯୋଡ଼ିବାକୁ ଚେଷ୍ଟା କରାଯାଇଛି । ଭୁଟୋରିଆ ହାରିସ ଫର୍‌ ପ୍ରେସିଡେଣ୍ଟ୍‌ର ଜାତୀୟ ଫାଇନାନ୍ସ କମିଟିର ସଦସ୍ୟ ଅଛନ୍ତି । ଏହି ଗୀତ ଜରିଆରେ ୫୦ ଲକ୍ଷ ଦକ୍ଷିଣ ଏସୀୟ ଭୋଟରଙ୍କୁ ଆକର୍ଷିତ କରିବା ତାଙ୍କର ଲକ୍ଷ୍ୟ ।

ଖାସ୍‌କରି ମିଶିଗାନ, ପେନ୍‌ସିଲଭାନିଆ, ୱିସ୍‌କନ୍‌ସିସ୍‌, ଜର୍ଜିଆ, ନେବାଦା ଓ ଏରିଜୋନା ଭଳି ପ୍ରମୁଖ ରାଜ୍ୟରେ ଏହି ଗୀତର ଜୋରଦାର ପ୍ରଚାର ହେଉଛି । ଭାରତ ଓ ବଲିଉଡ୍‌ ସହ ହାରିସଙ୍କ ସମ୍ପର୍କକୁ ଦର୍ଶାଇ ଭୋଟରଙ୍କୁ ଭାବନାତ୍ମକ ରୂପରେ ଯୋଡ଼ିବାକୁ ଏହି ନିର୍ବାଚନ ଗୀତ ଚେଷ୍ଟା କରିଛି । ଦକ୍ଷିଣ ଭାରତୀୟ ସମୁଦାୟର ସମର୍ଥନ ହାସଲ କରିବା ପାଇଁ ସଙ୍ଗୀତକୁ ହାରିସଙ୍କ ନିର୍ବାଚନ ପ୍ରଚାରରେ ରଣନୀତିର ଅଂଶ ବୋଲି ମନେକରାଯାଉଛି । ନାଚୋ ନାଚୋ ଗୀତ ଆମେରିକା ନିର୍ବାଚନରେ କେତେ ପ୍ରଭାବ ପକାଇବ, ତାହା ଦେଖିବା ବାକି ରହିଲା । ଆମେରିକାରେ ଆସନ୍ତା ନଭେମ୍ବର ୫ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ୧୫ କୋଟି ପଞ୍ଜୀକୃତ ଭୋଟର ଆମେରିକାର ୬୦ତମ ରାଷ୍ଟ୍ରପତିଙ୍କୁ ଚୟନ କରିବେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.